ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ରଖିବା ପାଇଁ ୧୬ ଗୋଟି ଜ୍ୱର ପରୀକ୍ଷଣ କେନ୍ଦ୍ର ଓ ୨ଟି ଆଣ୍ଟିଜେନ ଟେଷ୍ଟ ସେଣ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ  କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ସଙ୍ଗିନ ଲାଗିଛି । ସଦରମହକୁମା    ଏହାକୁ ଦୃଷ୍ଟିରେ ରଖି ଏବଂ ଏହାକୁ ଖୁବଶୀଘ୍ର ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।  ସହରରେ ୧୬ ଗୋଟି ୱାର୍ଡ ଥିବା ବେଳେ  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସହରର ୧୬ଟି ୱାର୍ଡରେ ୧୬ ଟି  ଜ୍ୱର ପରୀକ୍ଷଣ କେନ୍ଦ୍ର ଖୋଲା ଯାଇଛି ।  ସେହି କେନ୍ଦ୍ରରେ ଆଶାକର୍ମୀ, ଅଙ୍ଗନୱାଡି, ସ୍ବାସ୍ଥ୍ୟକର୍ମୀଙ୍କ ୫ ଜଣିଆ ଟିମ୍ ଜ୍ଵର କାଶ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରୁଛନ୍ତି ଜଣେ ଡାକ୍ତରଙ୍କ ତତ୍ତ୍ଵାଧାନରେ । ସକାଳ ୮ ଘଣ୍ଟା ଠାରୁ ମଧ୍ୟାହ୍ନ୧୨ ଟା ପର୍ଯ୍ୟନ୍ତ  ପ୍ରତ୍ୟେକ ଦିନ ଏହି କେନ୍ଦ୍ର ଖୋଲା ରହୁଛି । 

ଏହି ସମୟ ମଧ୍ୟରେ ସମ୍ପୃକ୍ତ ଜ୍ୱର ପରୀକ୍ଷଣ କେନ୍ଦ୍ରକୁ  ଆସୁଥିବା ଲୋକ ମାନଙ୍କୁ ଥରମୋମିଟର ଓ ଅକ୍ସିମିଟର ଦ୍ୱାରା ପରୀକ୍ଷା କରାଯାଉଛି । ଜ୍ୱର ଓ ପୋଲସ ଯାଞ୍ଚ ପରୀକ୍ଷା କରାଯାଇ  ସେମାନଙ୍କ ଲକ୍ଷଣ ମାପ କରାଯାଉଛି । ଏତଦବ୍ୟତୀତ ସେମାନଙ୍କୁ ସ୍ୱାସ୍ଥ୍ୟ ଲକ୍ଷଣ ଉପରେ ବିଭିନ୍ନ ପ୍ରଶ୍ନ ପଚାରି ଆବଶ୍ୟକ ଔଷଧ ଓ ବିଭିନ୍ନ ଭିଟାମିନ ଯୁକ୍ତ ଔଷଧ ଦିଆଯାଉଛି  । କାହାର ଯଦି ଅଧିକ ଜ୍ୱର , କାଶ ଓ ଗଲା ଦରଦ ପ୍ରଭୃତି ଲକ୍ଷଣ ଦେଖାଯାଉଛି , ତା ହେଲେ ସେମାନଙ୍କୁ ଆରଏମସିର କଟନ ମାର୍କେଟ ୟାର୍ଡ  ଓ ବିଜୁ କଲ୍ୟାଣ ମଣ୍ଡପ ଠାରେ ଖୋଲା ଯାଇଥିବା ଆଣ୍ଟିଜେନ ଟେଷ୍ଟ କେନ୍ଦ୍ରକୁ ଯାଇ ଆଣ୍ଟିଜେନ ଟେଷ୍ଟ କରାଇ ନେବାକୁ କୁହାଯାଉଛି ।  ସହରରେ ୧୬ଟି ୱାର୍ଡ ରହିଛି। ପ୍ରତି ୪ ଟି ୱାର୍ଡକୁ ନେଇ ଗୋଟିଏ ଗୋଟିଏ ଆରଆରଟି ଗଠନ ହୋଇଛି।  ଆରଆରଟି ପକ୍ଷରୁ ୱାର୍ଡର ପ୍ରତ୍ୟେକ ସ୍ଲମ ଅଞ୍ଚଳ ଗୁଡିକୁ ଯାଇ ସେଠାରେ ପ୍ରତ୍ୟେକ ଘରକୁ ଘର ଆମର ସ୍ୱାସ୍ଥ୍ୟ ବିଭାଗ ଘରର ସମସ୍ତ ସଦସ୍ୟଙ୍କ ଥରମୋମିଟର ଓ ଅକ୍ସି ମିଟର ଟେଷ୍ଟ କରି ସେମାନଙ୍କୁ ଭିଟାମିନ ଯୁକ୍ତ ଓ ହୋମିଓପ୍ୟାଥି  ଓ ଜୀଙ୍କ ଆଇରନ ଔଷଧ ସବୁ ଏକ କୀଟ କରାଯାଇ ଦିଆଯାଉଛି  ଏବଂ କରୋନା ଜନିତ ସାମାନ୍ୟ ଲକ୍ଷଣ ବାହାରୁ ବାହାରୁ ତୁରନ୍ତ ସେମାନଙ୍କୁ ଆଣ୍ଟିଜେନ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦିଆ ଯାଉଛି ବୋଲି ସ୍ୱାସ୍ଥ୍ୟ ଟିମର ଡାକ୍ତର ଆଲୋକ ଦାସ କହିଛନ୍ତି।

ସେହିଭଳି ପାରଳାଖେମୁଣ୍ଡି ସହରରେ କରୋନା ଜନିତ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ କିଭଳି ତୁରନ୍ତ ନିୟନ୍ତ୍ରଣକୁ ଆଣିହେବ  , ସେଥିପାଇଁ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସହରରେ ଥିବା ୧୬ ଗୋଟି ୱାର୍ଡରେ ୧୬ ଟି ଜ୍ୱର ପରୀକ୍ଷଣ କେନ୍ଦ୍ର ଖୋଲାଯାଇ ଜ୍ୱର , କାଶ , ବ୍ୟଥା ପ୍ରଭୃତି ଟେଷ୍ଟ କରାଯାଇ ଆବଶ୍ୟକ ଔଷଧ ଦିଆଯିବା ବ୍ୟବସ୍ଥା ହୋଇଛି । ସ୍ଲମ ଅଂଚଳ ମାନଙ୍କରେ ଭିଟାମିନ , ଜୀଙ୍କ ଆଇରନ , ଓଆରଏସ ଓ ହୋମିଓପ୍ୟାଥି ଔଷଧ ଥାଇ କୀଟ ବଣ୍ଟନ କରାଯାଉଛି ।

   ତେଣୁ ସମସ୍ତେ ଘରେ ରହନ୍ତୁ , ମାସ୍କ ପିନ୍ଧନ୍ତୁ , ହାତ ବାରମ୍ବାର ଧୁଅନ୍ତୁ , ସାମାଜିକ ଦୂରତା ବଜାୟ ରଖନ୍ତୁ  ଏବଂ ଆବଶ୍ୟକ ନ ପଡିଲେ ଘରୁ ବାହାରନ୍ତୁ ନାହିଁ । ଲକ୍ଷଣ କିଛି ଦେଖାଦେଲେ ତୁରନ୍ତ କେନ୍ଦ୍ରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ । ଲକ୍ଷଣକୁ କେହି ହେଲେ ନ ଲୁଚାଇ ଜିଲ୍ଲା ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି।

0
0
0
s2sdefault