ଆସନ୍ତୁ ଯିବା ଭର୍ଚୁଆଲ୍ ଟୁରରେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ) :  ସ୍ଥାନୀୟ ସିଆରପି  ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର ପରିସରରେ ଥିବା  ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ କରୋନା ପରିପ୍ରେକ୍ଷୀରେ ବନ୍ଦ ରହିଛିା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ୫"ଟି' ପଦକ୍ଷେପ ସ୍ୱରୂପ ଦର୍ଶକମାନଙ୍କ ପାଇଁ ଅନନ୍ୟ ଆଦିବାସୀ କଳାବସ୍ତୁ, ହାବିଟାଟ୍ ଓ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍ ପରିଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯାଇଛିା

୧୯୫୨ ମସିହାରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ରାଜ୍ୟର ୬୨ଟି ଜନଜାତି ସଂପ୍ରଦାୟର ଜୀବନଶୈଳୀ ଓ ସଂସ୍କୃତିର ପ୍ରଦର୍ଶନ କରାଯାଉଛିା "ଟ୍ରାଇବାଲ୍ ମ୍ୟୁଜିୟମ୍' ଭାବେ ଜଣାଶୁଣା ଏହି ମ୍ୟୁଜିୟମକୁ "ମ୍ୟୁଜିୟମ୍ ଅଫ୍ ମ୍ୟାନ୍' କୁହାଯାଇପାରିବା ଏଥିରେ ବିଭିନ୍ନ ଜନଜାତି ସଂପ୍ରଦାୟର ଜୀବନଶୈଳୀ, ସଂସ୍କୃତି ଓ ଦୈନନ୍ଦିନ ବ୍ୟବହାର୍ଯ୍ୟ ବସ୍ତୁ ରଖାଯାଇଛିା

ଭର୍ଚୁଆଲ୍ ଭାବେ ମ୍ୟୁଜିୟମ୍ ପରିଦର୍ଶନ କରିବାକୁ ଆଗ୍ରହୀ ବ୍ୟକ୍ତିବିଶେଷ ଫେସବୁକ ଓ ଟୁଇଟରରେ ଏସସିଏସଟି ଆରଟିଆଇ @scstrti ଓ ଏସଟି ଆଣ୍ଡଏସସି ଡେଭ୍ଲପ୍ମେଣ୍ଟ ଡିପାର୍ଟମେଣ୍ଟ, ମାଇନୋରିଟିସ୍ ଆଣ୍ଡ ବ୍ୟାକ୍ଓ୍ୱାର୍ଡ କ୍ଲାସ୍ଲ ୱେଲଫେୟାର ଡିପାର୍ଟମେଣ୍ଟ ଓଡ଼ିଶା @stscdev ପେଜ୍ ଖୋଲି ଦେଖିପାରିବୋ ପ୍ରତ୍ୟେକ ସପ୍ତାହରେ ଦର୍ଶକମାନେ ଭିନ୍ନଭିନ୍ନ ଗ୍ୟାଲେରୀ ଓ ଜନଜାତି ବାସଗୃହ ପରିଦର୍ଶନ କରିପାରିବୋ ଏହି ଭର୍ଚୁଆଲ୍ ଟୁର୍ ଅଗଷ୍ଟ ୨ ତାରିଖଠାରୁ ଆରମ୍ଭ ହୋଇଛିା ଏହା ୧୪ ସପ୍ତାହବ୍ୟାପୀ ଚାଲିବା ଆଉ ମଧ୍ୟ ଦର୍ଶକମାନେ ପ୍ରତ୍ୟେକ ସପ୍ତାହରେ ଜନଜାତିଙ୍କ ଜୀବନଶୈଳୀର ବିଭିନ୍ନ ଦିଗ ଉପରେ ବୃତ୍ତଚିତ୍ର ମାନ ଦେଖି ପାରିବୋ

ଅଗଷ୍ଟ ୨ ତାରିଖ ଦିନ ଦର୍ଶକମାନେ ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟର ମୁଖ୍ୟ ଗ୍ୟାଲେରୀ, ଅଗଷ୍ଟ ୯ ତାରିଖ ଦିନ ପ୍ରାଚୀନ ଜନଜାତି ଗୋଷ୍ଠୀର ଗ୍ୟାଲେରୀକୁ ଭର୍ଚୁଆଲ୍ ଟୁର କରିଥିଲେ |  ଅଗଷ୍ଟ ୧୬ ତାରିଖ ଦିନ ସଂଗ୍ରହାଳୟରେ ଥିବା  ଜୁଆଙ୍ଗ, ସାନ୍ତାଳ, ଗୋଣ୍ଡ ଓ ଲାଞ୍ଜିଆ ସଉରା ଘରକୁ ଭର୍ଚୁଆଲ୍ ଟୁର କରିପାରିବୋ ଏହା ଦ୍ୱାରା ପର୍ଯ୍ୟଟକମାନେ ଘରେ ବସି ସଂଗ୍ରହାଳୟ ବୁଲି ପାରିବେ ବୋଲି ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ  ବିହାରୀ ଓତା ପ୍ରକାଶ କରିଛନ୍ତିା

0
0
0
s2sdefault