ହେଡଲାଇନସ୍:

ଇଣ୍ଡୋନେସିଆରେ ଅନୁଷ୍ଠିତ ହେବ ଭର୍ଚୁଆଲ୍ ପେଞ୍ଚକ୍ ସିଲାଟ୍ ଟୁର୍ନାମେଣ୍ଟ : ଭାଗ ନେବେ ଝାରସୁଗୁଡ଼ାର ୨୧ ଜଣ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) ଆସନ୍ତା ୧୫.୦୮.୨୦୨୦ ରୁ ୧୭.୦୮.୨୦୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା Indonesia Open International Virtual Pencak Silat Tournament  ରେ ୧୧ ଟି ଦେଶ ରୁ ୪୪୫ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ରେ ଓଡ଼ିଶା ପେଞ୍ଚକ୍ ସିଲଟ ଝାରସୁଗୁଡ଼ା , ଅନୁଷ୍ଠାନ ତରଫରୁ ୨୧ ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବେ। ଏଥି ମଧ୍ୟରୁ Early , Pre-Teen, Pre-Junior & Senior  ଏବଂ ଭିନ୍ନ ଭିନ୍ନ ବୟସ ର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଛନ୍ତି ।ତୁଙ୍ଗଲ ଖେଳରେ ବାଳିକା ବିଭାଗରେ ଭାଗ ନେଉଥିବା ପ୍ରତିଯୋଗୀ ମାନେ ହେଲେ ତପସ୍ୱିନୀ ନାୟକ,ତାନୀୟା ଠାକୁର,ମୁକ୍ତା ହୋତା, ନନ୍ଦିତା ଠାକୁର, ଅନିକା ସିଂହ ଓ ମୁସ୍କାନ୍ ବର୍ମା।ସେହିପରି ବାଳକ ବିଭାଗରେ ଅମିତ୍ ଚୌଧୁରୀ, ହାର୍ଦ୍ଧିକ ଶର୍ମା, ଅନିଶ୍ ଶର୍ମା, ଚିନ୍ମୟ ରାଓ,ଶଶିକାନ୍ତ ପାୟେଲ୍,ଅଂଶୁମାନ ଚନ୍ଦ୍ରବଂଶି,କୁଂଶ୍ ପୂର୍ଷିତ୍,ଅଂଶୁମାନ ଭୋମିକ୍, ସୋର୍ୟନ୍ ମୁନ୍ନା ଓ ଜ୍ୟୋତିର୍ମୟ ଅଧିକାରୀ। ରେଗୁ ଖେଳରେ  ବାଳିକା ବିଭାଗରେ ଭାଗ ନେଉଥିବା ପ୍ରତିଯୋଗୀ ମାନେ ହେଲେ ତାନିଆ ଠାକୁର,ଅପେକ୍ଷା ରୱାତ୍ ଓ ବିଧି ରାଜପୁତ। ସେହିପରି ବାଳକ ବିଭାଗରେ  କୁନାଲ ବେହେରା, ସାଇ ସ୍ଵସ୍ତିକ ଓ ରୁଦ୍ର ୟାଦବ।

ଓଡ଼ିଶା ପେଞ୍ଚକ ସିଲାଟ୍ ଆସୋସିଏସନ୍ ର ସମସ୍ତ ସଦସ୍ୟ, ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଭର୍ଚୁଆଲ୍ ଓପନ୍ ଆନ୍ତର୍ଜାତୀୟ, ଇଣ୍ଡୋନେସିଆ ଚାମ୍ପିଅନସିପ୍ ଜିତିବା ପାଇଁ ଇଚ୍ଛା ଏବଂ ପ୍ରାର୍ଥନା କରିଛନ୍ତି । ଏହି ଚାମ୍ପିୟନଶିପ୍‌ରେ ପେଞ୍ଚକ ସିଲାଟ୍ ଆସୋସିଏସନ୍ ଓଡିଶାର ସାଧାରଣ ସମ୍ପାଦକ ଶ୍ରୀ ପ୍ରେମ ସିଂ ଥାପା ଟିମ କୋଚ ଏବଂ ଟିମ୍ ମ୍ୟାନେଜର ମାରୀ ନାଇଡୁ ନେତୃତ୍ୱରେ ଟିମ୍ ଭାଗ  ନେଉଛନ୍ତି। କୋଭିଡ -19 ପରିସ୍ଥିତିର ଏହି ଗୁରୁତ୍ୱପୂର୍ଣ୍ଣ ଅବଧିରେ ଖେଳାଳିମାନଙ୍କୁ ଏଭଳି ଏକ ଅଦ୍ଭୁତ ଅନ୍ଲାଇନ୍ ଟୁର୍ନାମେଣ୍ଟ ପାଇଁ ସମର୍ଥନ ଏବଂ ଉତ୍ସାହିତ କରିବା ପାଇଁ ଆମେ ଭାରତୀୟ ପେଞ୍ଚକ ସିଲାଟ୍ ଫେଡେରେସନକୁ ଧନ୍ୟବାଦ ଜଣାଇଛନ୍ତି | ପେଞ୍ଚକ ସିଲାଟ ଆସୋସିଏସନ, ଝାରସୁଗୁଡ଼ାର ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

0
0
0
s2sdefault