ହେଡଲାଇନସ୍:

ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ  (ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ) ନିୟମ ୨୦୨୦  ବିଜ୍ଞପ୍ତି ଜାରି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  • ନିୟମାବଳୀକୁ ସଂପୂର୍ଣ୍ଣ ଲୋକାଭିମୁଖୀ ଓ ପ୍ରଗତିଶୀଳ କରିବାପାଇଁ ଉଦ୍ୟମ କରାଯାଇଛି ।

  • ବ୍ୟବସ୍ଥାର ସରଳୀକରଣ ସହ କୋଠାବାଡ଼ି ନିର୍ମାଣ ଯୋଜନା ଅନୁମୋଦନ ପାଇଁ ଏକ ସାଧାରଣ ଅନଲାଇନ ପ୍ଲାଟଫର୍ମ କାର୍ଯ୍ୟକାରୀ କରାଇବାରେ ଏହା ହେବ ସହାୟକ 

ଭୁବନେଶ୍ୱର(ଶାସକ ପ୍ରଶାସକ) : " ଓଡ଼ିଶା ସରକାର ଉନ୍ନୟନ କର୍ତ୍ତୃପକ୍ଷ  (ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ) ନିୟମ ୨୦୨୦  କାର୍ଯ୍ୟକାରୀ କରିବା ନିମନ୍ତେ ତା-୧୨.୦୮.୨୦୨୦ରେ ବିଜ୍ଞପ୍ତି ଜାରିକରିଛନ୍ତି  । ଏହି ନିୟମ ମାଧ୍ୟମରେ ପ୍ରଚଳିତ ବ୍ୟବସ୍ଥା ଏବଂ ପଦ୍ଧତିରେ ସମାନତା ଆଣିବାକୁ ଲକ୍ଷ୍ୟ ରଖାଯାଇଛି  । ଏତଦ୍ଦ୍ୱାରା ବିଭିନ୍ନ ଉନ୍ନୟନ କତୃପକ୍ଷଙ୍କ ଦ୍ୱାରା ପ୍ରଣିତ ଏକାଧିକ ଅଧିନିୟମର ଆବଶ୍ୟକତା ରହିବ ନାହିଁ  । ଏହା ଆମକୁ ସାରା ରାଜ୍ୟରେ କୋଠାବାଡ଼ି ନିର୍ମାଣ ଯୋଜନା ଅନୁମୋଦନ ପାଇଁ ଏକ ସାଧାରଣ ଅନ୍ଲାଇନ୍ ପ୍ଲାଟ୍ଫର୍ମ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ "ବୋଲି ସୂଚନା ଦେଇଛନ୍ତି ଆଇନ, ପଂଚାୟତି ରାଜ-ପାନୀୟଜଳ, ନଗର ଉନ୍ନୟନ -ଗୃହ ନିର୍ମାଣ ମନ୍ତ୍ରୀ ପ୍ରତାପ ଜେନା |

ମନ୍ତ୍ରୀ ଶ୍ରୀ ଜେନା  କହିଛନ୍ତି ଯେ "ନିୟମାବଳୀକୁ ସଂପୂର୍ଣ୍ଣ ଲୋକାଭିମୁଖୀ ଓ ପ୍ରଗତିଶୀଳ କରିବାପାଇଁ ଉଦ୍ୟମ କରାଯାଇଛି । ସହରମାନଙ୍କରେ ବସବାସ କରୁଥିବା ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ସମସ୍ୟା ଦିଗରେ ଅନେକ ନିୟମ ଗୁଡ଼ିକୁ କୋହଳ କରାଯାଇଛି ଓ ଅନେକ ରିହାତି ତଥା ପ୍ରୋତ୍ସାହନ ର ବ୍ୟବସ୍ଥା କରାଯାଇଛି  । ଏହା କେବଳ ଛୋଟ ଘରୋଇ କୋଠା ଗୁଡ଼ିକୁ ଯୋଜନା, ନିର୍ମାଣ ଏବଂ ଦଖଲ କରିବା ସହଜ କରିବ ନାହିଁ ବରଂ ସାଧାରଣଭାବେ ବଡ଼ ବଡ଼ ବାସଗୃହ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରୋତ୍ସାହନ  ଯୋଗାଇବ ଏବଂ ବାସଗହୃ ସମସ୍ତଙ୍କ ପାଇଁ ସୁଲଭ ହେବ  । ପ୍ରାୟତଃ ସମସ୍ତ ବର୍ଗର ଅଟ୍ଟାଳିକା  ନିର୍ମାଣ ନିମନ୍ତେ ସେଟ୍ବ୍ୟାକ୍ ନିୟମକୁ କୋହଳ କରାଯାଇଛି  । କମ ବିପଦପୂର୍ଣ୍ଣ ବିଲଡୀଂଗ  ଉପରେ ସର୍ବାଧିକ ୠଇଜ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି  । ସ୍ୱଳ୍ପ ବିପଦପୂର୍ଣ୍ଣ ଅଟ୍ଟାଳିକା ପାଇଁ ୧୦୮ ଟି ପୂର୍ବ ଅନୁମୋଦିତ ଡ଼ିଜାଇନ୍ ସହଜରେ ଉପଲବ୍ଧ କରାଯାଇଛି ଫଳରେ ସ୍ଥପତି ବା ବୈଷୟିକ କୌଶଳଧାରୀ ବ୍ୟକ୍ତି ଏବଂ ଯୋଜନା କର୍ତୃପକ୍ଷଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଏହି ନିୟମାବଳୀ ଯୋଗୁଁ ଯୋଜନା ଗୁଡ଼ିକ ତୁରନ୍ତ ଅନୁମୋଦନ ପାଇବ  । ବର୍ତମାନ ଘର ନିର୍ମାଣ କରିବା ଏବଂ କ୍ଟମମଙ୍କକ୍ଟ୍ରବଦ୍ଭମଚ୍ଚ ପ୍ରମାଣପତ୍ର ପାଇବା ପୂର୍ବ ଅପେକ୍ଷା ବହୁତ ସହଜ ହେବ  । ବାସଗୃହ ପାଇଁ ଉଦ୍ଧିଷ୍ଟ କୋଠାବାଡ଼ି ବର୍ତମାନ ବ୍ୟବସାୟିକ ପ୍ରତିଷ୍ଠା  ନିମନ୍ତେ ମଧ୍ୟ ବ୍ୟବହାର ହୋଇପାରିବ  । ଏହି ସମସ୍ତ ବ୍ୟବସ୍ଥାର ପରିଣାମ ସ୍ୱରୂପ ସହରାଂଚଳରେ ଯଥେଷ୍ଟ ବାସଗୃହ ଉପଲବ୍ଧ ହୋଇପାରିବ  ।

ଅନେକ ରିହାତି ଏବଂ ସୁବିଧା ମାଧ୍ୟମରେ ଏହି ନିୟମ ସୁଲଭ ଗୃହନିର୍ମାଣ କ୍ଷେତ୍ରରେ ଅଭୂତପୂର୍ବ ଉନ୍ନତି ଆଣିବ  । ଗୃହନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ପୁଂଜି ବିନିଯୋଗକୁ ଆକର୍ଷିତ କରିବାପାଇଁ ରାସ୍ତା, ପାର୍କିଙ୍ଗ୍ ଏବଂ ସେଟ୍ବ୍ୟାକ ନିୟମକୁ କୋହଳ କରାଯାଇଛି  ।  ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଓଡ଼ିଶା ସହରାଂଚଳରେ ସମସ୍ତଙ୍କ ପାଇଁ ଘର ନିତି, ୨୦୧୫ ରେ ସଂଶୋଧନ କରାଯାଇଛି  ।" 

 "ଏତଦ୍ଦ୍ୱାରା, ସରକାରୀ ଅଣସରକାରୀ ଭାଗିଦାରୀ ଭିତିରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ତଥା ନିମ୍ନଆୟକାରୀ ବର୍ଗ ପରିବାରମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୃହନିର୍ମାଣ ପ୍ରକଳ୍ପମାନଙ୍କରେ ବର୍ତମାନ ଅଣସରକାରୀ ଅଂଶୀଦାରଙ୍କୁ ପ୍ରକଳ୍ପାଧୀନ ୪୦% ଜାଗା ଉପରେ ସୁଲଭ ଗୃହ ନିର୍ମାଣ କରିବା ପାଇଁ ୬୦% ସରକାରୀ ଜାଗା ମାଗଣାରେ ମିଳିବ  । ଏହା ପୂର୍ବରୁ ଏହାର ଅନୁପାତ ୬୫:୩୫ ଥିଲା  । ବର୍ତମାନ ଏହାକୁ ବୃଦ୍ଧି କରାଯାଇ ୪୦:୬୦ କରାଯାଇଛି ଯାହା ସମଗ୍ର ଭାରତ ବର୍ଷରେ ପ୍ରଥମ ଏବଂ ସର୍ବାଧିକ  । ଏତଦ୍ବ୍ୟତୀତ, ଘରବାରି ବିକ୍ରୟ ପ୍ରକଳ୍ପମାନଙ୍କରେ ୨୦% ଜାଗା ଋଡଝ ଏବଂ ଖଓଏ ବର୍ଗପାଇଁ ସଂରକ୍ଷଣ କରିବାକୁ ବାଧ୍ୟତାମୂଳକ କରାଯାଇଛି  ।

ଏହାମଧ୍ୟ ଆଶା କରାଯାଇଛି ଏହି ନିୟମ ରିଏଲିଷ୍ଟେଟ୍ କ୍ଷେତ୍ରରେ ଯଥେଷ୍ଟ ଅଭିବୃଦ୍ଧି ଆଣିବ  । ଏହି ନିୟମାବଳୀରେ ସର୍ବାଧିକ FAR ସୀମା ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହା  ସମଗ୍ର ଦେଶରେ ସବୁଠାରୁ ଅଧିକ  । ଏହା ସୁଉଚ୍ଚ ଅଟାଳିକା ନିର୍ମାଣ କ୍ଷେତ୍ରରେ ସହାୟକ ହେବ  । ଏହି ବର୍ଗର କୋଠାବାଡ଼ି ପାଇଁ ମଧ୍ୟ ସେଟ୍ ବ୍ୟାକ ରିହାତି ଦିଆଯାଇଛି  । ପ୍ଲଟ ସାଇଜ ଅନୁସାରେ ବ୍ୟାପକ ରିହାତି ବ୍ୟବସ୍ଥା କରାଯାଇ stilt ଓ ବେସମେଂଟ ଇତ୍ୟାଦିରେ ଛାଡ଼ କରାଯାଇଛି  । ଖରିଦ କରିବାକୁ ଥିବା ଫ୍ଲୋର ଏରିଆ ଅନୁପାତ ପୂର୍ବ ଅପେକ୍ଷା ୫୦% କମ କରାଯାଇଛି  ।" ମନ୍ତ୍ରୀ ଶ୍ରୀ ଜେନା  କହିଛନ୍ତି | 

ମନ୍ତ୍ରୀ ଶ୍ରୀ ଜେନା  କହିଛନ୍ତି "ପର୍ଯ୍ୟାୟକ୍ରମେ Occupancy Certificate ଦେବାର ବ୍ୟବସ୍ଥା ରହିଛି  । ଡ଼ିଜାଇନରେ ନମନିୟତା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି  । Open Space ରେ ରିହାତି ପ୍ରଦାନ କରାଯାଇଛି  । ଢାଂଚାଗତ ଦୃଢତା ଏବଂ ଅଗ୍ନି ନିରାପତା ନିୟମକୁ କଡ଼ାକଡ଼ି କରାଯାଇଛି  । ଏହି ସମସ୍ତ ପଦକ୍ଷେପ ଓଡ଼ିଶାରେ ରିଏଲିଷ୍ଟେଟ୍ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ଆଣିବ ବୋଲି ଆଶା କରାଯାଉଛି  । ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସରକାର ସଚେତନ ଅଛନ୍ତି । ତେଣୁ ସବୁଜ ଆବରଣ ଏବଂ ଖୋଲାସ୍ଥାନ ବୃଦ୍ଧିପାଇଁ ବିଭିନ୍ନ ପଦକ୍ଷେପ ସହିତ ଖାଲିଯାଗା ସଂଗ୍ରକ୍ଷଣକୁ ପ୍ରତିବନ୍ଧକ ଲଗାଯାଇଛି  । ନିୟମାବଳୀକୁ ଉଲଘଂନ କରିବା/ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ କଠୋର କରାଯାଇଛି ଏବଂ ବିଭିନ୍ନ ଦଣ୍ଡ ବିଧାନ ସହିତ ତୃତୀୟପକ୍ଷ ଯାଂଚ ବ୍ୟବସ୍ଥା ରଖାଯାଇଛି ।" 

-

0
0
0
s2sdefault