ହେଡଲାଇନସ୍:

ପ୍ରଶାସନ ବଡ଼ଲୋକ, ସୂଚନା ଦେବାକୁ ବାଧ୍ୟ କିଏ କରିପାରିବ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରୁ ଆଜି ୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଆକ୍ରାନ୍ତମାନଙ୍କ ସଂଖ୍ୟା ହଜାରେ ଟପି ୧୦୩୩ରେ ପହଁଞ୍ଚିଛି । ଏଥି ସହିତ ଅଗଷ୍ଟ ୧୩ ସୁଦ୍ଧା  ଜିଲ୍ଲାରେ ସୁସ୍ଥ ସଂଖ୍ୟା  ୭୪୫  ରହିଥିବା ସମୟରେ ସକ୍ରିୟ ସଂଖ୍ୟା ୨୯୨ ରହିଥିବା ସମୟରେ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଆଜିର ୨ ଜଣଙ୍କୁ ମିଶାଇ ମୋଟ ୬ ଜଣଙ୍କର ମୃତ୍ୟୁ  ହୋଇଥିବାର ଜଣାପଡ଼ିଛି ।  ତେବେ ମୟୂରଭଞ୍ଜ ଜିଲ୍ଲାବାସୀ ଜିଲ୍ଲା କେଉଁଠାରୁ କେତେ ପଜିଟିଭ ଚିହ୍ନଟ ହେଲେ ତାହା ଜାଣିବା ନିମନ୍ତେ ବ୍ୟଗ୍ର ରହିଥିବା ବେଳେ  ପ୍ରଶାସନ ପକ୍ଷରୁ କୌଣସି କାରଣରୁ ଆଜିର  କୋଭିଡ଼-୧୯ ସୂଚନା ଜାରି କରାଯାଇ ନ ଥିବାରୁ ସମସ୍ତଙ୍କୁ ନିରାଶ ହେବାକୁ ପଡ଼ିଛି । ଅବଶ୍ୟ ପ୍ରଶାସନ ବଡ଼ଲୋକ | ସେମାନଙ୍କ ଇଛା ହେଲେ ସୂଚନା ଦେବେ , ନହେଲେ ନାଇଁ | ଯୋଉଦିନ ଇଛା ହବ ସେମାନେ ଦେବେ, ଯୋଉଦିନ ଇଛା ନହେବ ଦେବେନି | 

0
0
0
s2sdefault