ହେଡଲାଇନସ୍:

କେନ୍ଦ୍ରୀୟ ମାଛ ଚାଷ ଯୋଜନାରେ ଚାଷୀ ବେଶ ଉପକୃତ ହେଉଥିବା ଯୋଗୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ବେ ଆମେ ମାଛ ଚାଷ କରି ସୀମିତ ଜାଗାକୁ ମାଛ ବିହନ ଓ ମାଛ  ବିକ୍ରିବଟା କରୁଥିଲୁ , ବର୍ତ୍ତମାନ କିନ୍ତୁ  ପ୍ରଧାନମନ୍ତ୍ରୀ ଭାରତ ନିର୍ମାଣ ଯୋଜନାରେ ଆମେ ଆମର ବିଭିନ୍ନ କିସମ ମାଛବିହନ ଓ ମାଛ ବିଭିନ୍ନ ସ୍ଥାନରେ ବିକ୍ରୀ କରି ଅଧିକ ଲାଭ ପାଇବା ସହ ଏଥିରେ ଆମେ ବେଶ ଉପକୃତ ହୋଇ ପାରିବୁ । ଏଭଳି କେନ୍ଦ୍ରୀୟ ଯୋଜନା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଛନ୍ତି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ପଞ୍ଚାୟତର ଧୋବା-ଜୟପୁର ଗ୍ରାମର ଦୁଇଜଣ ମାଛ ଚାଷୀ ପୂର୍ଣ୍ଣ ତୁରୁବୁଡି ଏବଂ ଦମୟନ୍ତୀ ତୁରୁବୁଡି ।

ସେମାନେ କହିଛନ୍ତି ଯେ , ମାଛଚାଷ କରି ସେମାନେ ବହୁତ ଲାଭ ପାଉଛନ୍ତି , ଏମିତି କି ଧାନଚାଷ ଅପେକ୍ଷା ଏହି ମାଛଚାଷରେ ଅଧିକ ଲାଭ ମିଳୁଛି । ଏଥିଯୋଗୁଁ ଆମେ ଅଧିକ ପରିମାଣରେ  ଉପକୃତ ହୋଇପାରୁଛୁ ।  କରୋନା ଯୋଗୁଁ ସରକାରଙ୍କ ପକ୍ଷରୁ ଯେଉଁ ଲକ୍ ଡାଉନ୍ ଗତ କିଛି ମାସ ଧରି ଲାଗିଥିଲା ,  ସେଥିରେ ଆମେ ବହୁ କ୍ଷତି ସହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲୁ । 

  ସେତେବେଳେ ଆମର ଅଧିକ ପରିମାଣର ମାଛବିହନ ଚାଷ କରିଥିଲୁ , ଅଧିକ ଲାଭ ହେବ ବୋଲି ମଧ୍ୟ ଆଶା ରଖିଥିଲୁ । ହେଲେ କରୋନା ଲକ୍ ଡାଉନ୍ ଯୋଗୁଁ ଗାଡି ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା , ଆମେ ଆମର ମାଛବିହନ ଆଉ କୌଣସି ଆଡେ ପଠାଇ ପାରିଲୁ ନାହିଁ । ଫଳରେ ଗତ ୩ ମାସ ଧରି ପୋଖରୀରେ ମାଛବିହନ ସବୁ ରହି ବଡ଼ବଡ଼ ହୋଇଗଲା । ହେଲେ ତାର କିଛିଦିନ ପରେ ସରକାର ଲକ୍ ଡାଉନ୍ ରେ କିଛିଟା କୋହଳ କରିବା ପରେ ଆମେ ଆମର ମାଛବିହନ ସବୁ ଅନ୍ୟତ୍ର ଗାଡିଯୋଗେ ପଠାଇବାର ସକ୍ଷମ ହେଲୁ । ହେଲେ ମଧ୍ୟ ମାଛ ବିହନ ସବୁ କିଛିଟା ବଡ଼ବଡ଼ ହୋଇଯିବା ଯୋଗୁଁ ଆମେ ଅଧିକ ପଠାଇ ନ ପାରି କ୍ଷତି ସହିବାକୁ ପଡିଲା ।

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଭାରତ ନିର୍ମାଣ ଯୋଜନାରେ ଜଣେ ଚାଷୀ ତାର ଉତ୍ପାଦିତ ସାମଗ୍ରୀ ଯେ କୌଣସି ଠାରେ ହେଲେ ମଧ୍ୟ ସହଜେ ବିକ୍ରିବଟା କରି ପାରିବ , ଏହି କେନ୍ଦ୍ରୀୟ ଯୋଜନା ଦ୍ୱାରା ଆମେ ଅଧିକ ଉପକୃତ ହୋଇପାରିବୁ । ଆଗରୁ ଆମେ ଆମର ସୀମିତ ସ୍ଥାନ ପାଇଁ  ଆମର ମାଛବିହନ , ଚାଷ ପାଇଁ ପଠାଉଥିଲୁ , ଏବେ କିନ୍ତୁ ଆମେ ସବୁଆଡେ ଆମର ମାଛବିହନ ପଠାଇ ବେଶ ଦୁଇପଇସା ଅଧିକ ରୋଜଗାର କରିବାରେ ସକ୍ଷମ ହେବୁ ଏବଂ ଅଧିକ  ଲାଭ କ୍ଷେତ୍ରରେ ବେଶ ଉପକୃତ ହୋଇପାରିବୁ , ଏହି କେନ୍ଦ୍ରୀୟ ଯୋଜନା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଛନ୍ତି ।

  ଏଠାରେ ସୂଚନା ଯୋଗ୍ୟ ଯେ  ପଞ୍ଚାୟତ ପୋଖରୀକୁ ବର୍ଷକୁ ୧୫ ହଜାର ଟଙ୍କା ଲିଜ ସୂତ୍ରରେ ନେଇ  ଗ୍ରାମର ପୂର୍ଣ୍ଣ ତୁରିବୁଡି ଓ ଦମୟନ୍ତୀ ତୁରୁବୁଡି ଗତ କିଛିବର୍ଷ ହେଲାଣି  ରୁହି , ଭାକୁର ଓ ମିରକାଳୀ ପ୍ରଭୃତି ପ୍ରଜାତିର ମାଛ ବିହନ ଓ ମାଛ ଚାଷ କରି ଆସୁଛନ୍ତି । ବଡ ପୋଖରୀ ହୋଇଥିବା ଯୋଗୁଁ ଚାଷ ପାଇଁ  ଅଧିକ ପାଣିର ଆବଶ୍ୟକତା ହୋଇଥାଏ । ହେଲେ ଅଧିକାଂଶ ସମୟରେ ପାଣି କିଛିଟା ଶୁଖି ଯାଉଥିବା ଯୋଗୁଁ ପୋଖରୀର କିଛି ଦୂରରେ ଏକ ଚିରସ୍ରୋତା ନାଳ ବୋହିଯାଉଛି , ସେହି ନାଳରୁ ବଡ଼ବଡ଼ ପାଇପ ଲଗାଇ ବଡ ମୋଟର ପମ୍ପ ଯୋଗେ ପାଣି ଉଠାଇ ପୋଖରୀରେ ପକାଇଥାନ୍ତି ।

  ମାଛ ବିହନ ଅନ୍ୟତ୍ର ପଠାଇବା ବେଳେ ଗାଡ଼ିରେ ବଡ଼ବଡ଼ ପାଣିଟ୍ୟାଙ୍କ ରଖି ଏବଂ ତାର ଭିତରେ  ଗ୍ୟାସ ଦେଇ ମାଛବିହନ ସବୁ ସୁରକ୍ଷିତ ଭାବେ ଅନ୍ୟତ୍ର ପଠା ଯାଇଥାଏ ।

0
0
0
s2sdefault