ହେଡଲାଇନସ୍:

+୨ ବିଜ୍ଞାନ ପରୀକ୍ଷାରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷାବର୍ଷର +୨ ବିଜ୍ଞାନ ପରୀକ୍ଷା-୨୦୨୦ ଫଳ ଅଗଷ୍ଟ ୧୨ ବୁଧବାର ମଧ୍ୟାହ୍ନ ସାଢେ଼ ୧୨ରେ ପ୍ରକାଶ ପାଇଛି । ଏଥିରେ ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୨୨ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ଅର୍ଜନ କରିଛି । ବିଦ୍ୟାଳୟରୁ ମୋଟ ୭୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୧ ଜଣ ପ୍ରଥମ ଶ୍ରେଣୀରେ, ୨୯ ଜଣ ଦ୍ୱିତୀୟ ଶ୍ରେଣୀରେ ଏବଂ ୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ଦେବାଶିଷ ସାହୁ ସର୍ବାଧିକ ୮୮ ପ୍ରତିଶତ, ଚିନ୍ମୟ ସଚ୍ଚିଦାନନ୍ଦ ସି ୮୫ ପ୍ରତିଶତ, ଘାସିରାମ ମାର୍ଣ୍ଡି ୭୯ ପ୍ରତିଶତ ନମ୍ବର ରଖିଛନ୍ତି । ଏହି ସଫଳତା ନିମନ୍ତେ ଶିକ୍ଷା ଅନୁଷ୍ଠାନର ସଭାପତି ଇଂ ପ୍ରଭାସ କୁମାର ଦାସ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । 

 

0
0
0
s2sdefault