ହେଡଲାଇନସ୍:

ଜେଲ ମହାହିର୍ଦ୍ଦେଶକଙ୍କ ବାରିପଦା ମଣ୍ଡଳ କାରାଗାର ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲୀପ ମହାନ୍ତି )- ଜେଲ ବିଭାଗର ମହାହିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଅଚାନକ ବାରିପଦା ମଣ୍ଡଳ କାରାଗାର ପରିଦର୍ଶନ ଶେଷ କରି ଫେରି ଯାଇଥିବାର ସୂଚନା ମିଳିଛି । ମହାହିର୍ଦ୍ଦେଶକ ଶ୍ରୀଉପାଧ୍ୟାୟ କାରଗାରରେ ପହଁଞ୍ଚିବା ପରେ ଭିତରକୁ ପ୍ରବେଶ ନ କରି ଜେଲ ବାହାରର ଚତୁର୍ପାଶ୍ୱ  ବୁଲି ପରିପାର୍ଶ୍ଵିକ  ଅବସ୍ଥାକୁ ଅନୁଧ୍ୟାନ କରିଥିଲେ । ମଣ୍ଡଳ କାରାଗାର ହତା ଭିତରେ ଥିବା ବଗିଚା, ପୁଷ୍କରଣୀ, ଜେଲ କର୍ମଚାରୀ ରହୁଥିବା କଲୋନୀ, ବ୍ୟାରେକ ଆଦି ପାଦରେ ଚାଲି ଚାଲି ବୁଲି ଦେଖିଥିଲେ । ଏହାପରେ ଜେଲ ଭିତରକୁ ଯାଇ ସମସ୍ତ ୱାର୍ଡ  , ମହିଳା କଏଦୀମାନଙ୍କ ନିମନ୍ତେ ଥିବା ସ୍ୱତନ୍ତ୍ର କୋଠରୀ, ଜେଲ କେଣ୍ଟିନ, ରୋଷେଇଶାଳ, କର୍ମଶାଳା, ଜେଲରେ କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ହାତ ତିଆରି ବିଭିନ୍ନ ସାମଗ୍ରୀ ଆଦିକୁ ନିରୀକ୍ଷଣ କରିଥିଲେ । ଏଥି ସହିତ ଜେଲରେ ରହୁଥିବା ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ଅନ୍ତେବାସୀମାନଙ୍କ ବ୍ୟବହାର ନିମନ୍ତେ ଜେଲରେ ରହିଥିବା ଫୋନ କିଛି ମାସ ପର୍ଯ୍ୟନ୍ତ ଅନ୍ତେବାସୀମାନଙ୍କୁ ମାଗଣା ସେବା ପ୍ରଦାନ ପାଇଁ ଜେଲର ବରିଷ୍ଠ ଅଧିକ୍ଷକ ପ୍ରଦୀପ କୁମାର ବେହେରା ଓ କାରାପାଳ ମଧୁସ୍ମିତା ସେଠୀଙ୍କୁ ନିର୍ଦ୍ଦେଶ  ଦେଇଥିଲେ । ସେହିପରି ଜେଲର ସୌନ୍ଦର୍ଯ୍ୟୀକରଣ,  ପରିପାର୍ଶ୍ଵିକ ପରିବେଶ, ଅନ୍ତେବାସୀମାନଙ୍କ ମଧ୍ୟରେ ରହିଥିବା ଶୃଙ୍ଖଳାକୁ ପ୍ରଶଂସା କରିବା ସଂଗେସଂଗେ ଏହା ଉପରେ ଏକ ପ୍ରବନ୍ଧ ଲେଖି  ଜଣାଇବାକୁ ନିର୍ଦ୍ଦେଶ  ଦେଇଥିଲେ । କରୋନା ମାହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ସମସ୍ତ ଜେଲ କର୍ମଚାରୀମାନେ ଏ ଦିଗରେ ସଚେତନ ଓ ସତର୍କ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିବାର ସୂଚନା ମିଳିଛି । 

 

0
0
0
s2sdefault