ହେଡଲାଇନସ୍:

“ଓଡିଶା ମୋ ପରିବାର” ଆନୁକୂଲ୍ୟରେ ଜୀବନ ବିନ୍ଦୁ  ରକ୍ତଦାନ ଶବିରରେ ୧୫୧ ୟୁନିଟ ରକ୍ତ ସଂଗୃହୀତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଅଗଷ୍ଟ-୯ରୁ ଆରମ୍ଭ ହୋଇଥିବା ‘ଓଡିଶା ମୋ ପରିବାର’ ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ଆଜି ତୃତୀୟ ଦିନରେ ପହଁଞ୍ଚିଛି । ଆଜି ବାରିପଦାସ୍ଥିତ ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ପରିସରରେ ଅନୁଷ୍ଠିତ  ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୧୫୧ ୟୂନିଟ ରକ୍ତ ସଂଗୃହୀତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଏବଂ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସାଙ୍ଗଠିକ ସମ୍ପାଦନ ପ୍ରଣବ ପ୍ରକାଶ ଦାସଙ୍କ ଦିଗଦର୍ଶନରେ ଆୟୋଜିତ ଉକ୍ତ ରକ୍ତଦାନ ଶିବିରକୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁର ସଂଯୋଜକ ଦେବାଶିଷ ମହାନ୍ତି ଏବଂ ଜିଲ୍ଲା ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତି ମିଳିତ ଭାବେ ସଂଯୋଜନା କରିଥିବା ବେଳେ ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ସୁଦାମ ମାର୍ଣ୍ଡି ଏବଂ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି ମିଳିତ ଭାବେ ଉଦ୍ଘାଟନ କରିଥିଲେ । ଯୁବ ବିଜେଡି ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କର ପରି•ଳନାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ବିଜେଡି ଉପସଭାପତି ଡଃ ଆଦିତ୍ୟ ପଣ୍ଡା, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ସରୋଜ ମହାପାତ୍ର , କାଉନସିଲର ଦେବାଶିଷ ପାତ୍ର, ପ୍ରଭାତ ମହାନ୍ତି, ରତ୍ନାକର  ବେହେରା, ଗୀତାରାଣୀ ବେହେରା, ଉଦଳା ବ୍ଲକ ପୂର୍ବତନ ଅଧ୍ୟକ୍ଷା ସବିତା ହାଁସଦାଃ, ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ଉତ୍ତମ ମହାନ୍ତି, ଅନିରୁଦ୍ଧ ଭଞ୍ଜଦେଓ, ରାଜେନ୍ଦ୍ର ବାରିକ, ଭବାନୀ ଶଙ୍କର ମିଶ୍ର, ଲିପନ ତ୍ରିପାଠୀ, ଅମୂଲ୍ୟ ଦାସ, ବିକାଶ ବାରିକ, ଦୀପକ ମଢୁଆଳ, ପୂର୍ବତନ ନଗରପାଳ ରାଜ ଶିବ ନାରାୟଣ କିସ୍କୁ, ସ୍ୱରୂପ ଦାସ, ବିରଞ୍ଚି ମହାପାତ୍ର, ରାଜ୍ୟ ବିଜେଡି ଛାତ୍ର ସାଧାରଣ ସଂପାଦକ ସୁନୀଲ କୁମାର ନାୟକ, ଛାତ୍ର ସଭାପତି ଅଭୟ ସିଂ, ମାନସ ପୃଷ୍ଟି, ସୁଶୀଲ ସେଠୀ, ଅମୀତ ବୈଠା, ରାଜା ମହାପାତ୍ର, ବରୁଣ ସାହୁ, ସତ୍ୟଜିତ ଦାସ, ନାରୀ ନେତ୍ରୀ ପ୍ରଭାତୀ ପୃଷ୍ଟି, ନମିତା •ନ୍ଦ, ଯୁବ ମିଡିଆ ସଂଯୋଜକ କପିଲ ଖଣ୍ଡେଲୱାଲ, ଦିବ୍ୟବ୍ରତ ମହାନ୍ତି, ଜ୍ଞାନରଞ୍ଜନ ବାରିକ ପ୍ରମୁଖ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

 

0
0
0
s2sdefault