ହେଡଲାଇନସ୍:

ତାଳ ଗଛକୁ ଧକ୍କା ଦେଲା ବୋଲେରୋ , ୫ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୌଦ୍ଧ (ଶାସକ ପ୍ରଶାସକ)–ବୌଦ୍ଧ ଜିଲ୍ଲା ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଗୋପାଳମାଲ ପେଟ୍ରୋଲ୍ ପମ୍ପ ଠାରୁ ଅଳ୍ପ ଦୂରରେ ଆଜି ଅପରାହ୍ନ ପ୍ରାୟ ୪ ଟା ସମୟରେ ରାସ୍ତା କଡର ଗୋଟିଏ ତାଳ ଗଛକୁ ବଲେରୋ ଧକ୍କା ଦେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ପଲସାଗୋରା ଗ୍ରାମର ଗୋଟିଏ ପରିବାରର ସଦସ୍ୟ ଗୋଟିଏ ମୃତାହ କାମରେ ଯୋଗ ଦେବାକୁ ଓଡି୦୮ଏ୧୪୫୬ ନମ୍ବର ବିଶିଷ୍ଟ ଏକ ବଲେରୋ ଯୋଗେ ସୋନପୁର ଜିଲ୍ଲା ଖଲିଆପାଲି ଗ୍ରାମକୁ ଯାଇଥିଲେ l କାମ ସାରି ଅପରାହ୍ନରେ ପଲସାଗୋରା ଫେରୁଥିବା ଥିବା ବେଳେ ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଗୋପାଳମାଲ ପେଟ୍ରୋଲ୍ ପମ୍ପ ଠାରୁ ଅଳ୍ପ ଦୂରରେ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡର ଗୋଟିଏ ତାଳ ଗଛକୁ ଧକ୍କା ଦେଇଥିଲା l ଫଳରେ ଗାଡ଼ିରେ ଥିବା ଚାରି ଜଣ ଯାତ୍ରୀଙ୍କ ସହିତ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ l ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରରଥିଲେ | ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାପଡିଛି l

0
0
0
s2sdefault