ଛ' ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ପୁଣି ଛଅଟି ନୂଆ କୋରୋନା ପଜିଟିଭ ମାମଲା ସାମନାକୁ ଆସିଛି। ଏହା ସହିତ ଝାରସୁଗୁଡ଼ା ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ୩୨୩ କୁ ପହଞ୍ଚି ଯାଇଛି। 

ପ୍ରଥମ ଦୁଇଟି ମାମଲା ହୋଟେଲ ଅମରରେ ଦେୟଯୁକ୍ତ କ୍ବାରେନ୍ଟାଇନରେ ରହୁଥିବା ଜଣେ 35 ବର୍ଷ ବୟସ୍କା ମହିଳା ଓ ଜଣେ 15 ବର୍ଷର ନାବାଳକଙ୍କ ଅଟେ। ଉଭୟେ ରାଉରକେଲାରୁ ଆସି ରହୁଥିଲେ। ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ସହ ସେମାନଙ୍କ ସଂପର୍କରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଉଛି। 

ସେହିପରି ଦ୍ବିତୀୟ ମାମଲାଟି ୨୫ ବର୍ଷ ବୟସ୍କ ଜଣେ ଯୁବକଙ୍କ ଅଟେ ଏବଂ ସେ ମଧ୍ୟ ନିକଟରେ ବିହାରରୁ ଫେରି ଅମର ହୋଟେଲରେ ଦେୟଯୁକ୍ତ କ୍ବାରେନ୍ଟାଇନରେ ରହୁଥିଲେ। 

ଚତୁର୍ଥ ମାମଲା ୩୯ ବର୍ଷ ବୟସ୍କ ଜଣେ ପୁରୁଷ ଯିଏକି ଝାରଖଣ୍ଡରୁ ଫେରି ବେଲପାହାଡ଼ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସରକାରୀ କ୍ବାରେନ୍ଟାଇନରେ ରହୁଥିଲେ। 

ସେହିପରି ପଞ୍ଚମ ମାମଲାଟି ଜଣେ ୨୬ ବର୍ଷ ବୟସ୍କ ପୁରୁଷଙ୍କ ଅଟେ ଯିଏକି ପଶ୍ଚିମବଙ୍ଗରୁ ଝାରସୁଗୁଡ଼ାର ବେହାରପାଲିକୁ ଫେରିଥିଲେ ଏବଂ ତାଙ୍କୁ ବେହେରାପାଲି ସ୍ଥିତ ଭୂତବଙ୍ଗଳା କ୍ବାରେନ୍ଟାଇନରେ ରଖାଯାଇଥିଲା। 

ଷଷ୍ଠ ମାମଲା ଜଣେ ସରବାହାଲ ଅଞ୍ଚଳର ଜଣେ ୪୯ ବର୍ଷ ବୟସ୍କ ପୁରୁଷଙ୍କ ଅଟେ। 

ସୂଚନା ମୁତାବକ ଏହି ସମସ୍ତ ମାମଲା ଏସିମ୍ପଟୋମ୍ୟାଟିକ ଅର୍ଥାତ୍ ପୂର୍ବରୁ କୌଣସି ଲକ୍ଷଣ  ନଥିବା ମାମଲା ଅଟେ। ଏହି ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ଓ ସେମାନଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଚାଲିଛି।

0
0
0
s2sdefault