ଲାୟନ୍ସ କ୍ଲବ୍ ତରଫରୁ ସରକାରୀ ଅଫିସ ମାନଙ୍କୁ ବିଭିନ୍ନ ସହାୟତା ସାମଗ୍ରୀ ବଣ୍ଟନ। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ):  ଲାୟନ୍ସ କ୍ଲବ୍ ଝାରସୁଗୁଡ଼ା ତରଫରୁ ଆଜି ସହରର ଅନେକ ଉଠା ଦୋକାନୀ ମାନଙ୍କୁ ୪୦୦ରୁ ଊର୍ଦ୍ଧ୍ବ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା। ଏହାବ୍ୟତୀତ କ୍ଲବ ତରଫରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଲିସ ଷ୍ଟେସନ ଓ ସବ୍ କଲେକ୍ଟର ଅଫିସ ରେ ମଧ୍ୟ କୋରୋନା ମୁକାବିଲା ନିମନ୍ତେ ଆବଶ୍ୟକ ହେଉଥିବା ବିଭିନ୍ନ ସାମଗ୍ରୀ ଯଥା, ଫେସ ସିଲ୍ଡ, ହ୍ୟାଣ୍ଡ ଗ୍ଲୋୱସ୍, ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା। ଏହି ଜନସେବା କାର୍ଯ୍ୟ ଲାୟନ୍ସ କ୍ଲବର ସଭାପତି ସୁଶ୍ରୀ ମଧୁମିତା ଶୁଭନିଲଙ୍କ ନେତୃତ୍ୱରେ କରାଯାଇଥିଲା। 

ଉଲ୍ଲେଖଯୋଗ୍ୟ ଯେ ଝାରସୁଗୁଡ଼ାର ଅନେକ ସଂଗଠନ, ବ୍ୟକ୍ତି ଓ ସରକାରୀ ବେସରକାରୀ କର୍ମଚାରୀ ଏହି ବିପତ୍ତି ସମୟରେ ନିଜ ନିଜ ସ୍ତରରେ ଜନମଙ୍ଗଳ କାର୍ଯ୍ୟ କରି ଚାଲିଛନ୍ତି।

0
0
0
s2sdefault