ହେଡଲାଇନସ୍:

ବନ୍ଦ ଘରରୁ ବୃଦ୍ଧଙ୍କର ମୃତଦେହ ଉଦ୍ଧାର , ମୃତ୍ୟୁର କାରଣ ଅସ୍ପଷ୍ଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-  ଗତ କାଲି ସନ୍ଧ୍ୟା ସମୟରେ ପାଇକମାଲ ବ୍ଲକ ମିଠାପଲି ଗ୍ରାମର ସୁଲୋଚନା ସାହୁ ପାଇକମାଲ ଥାନାକୁ ଆସି ଖବର ଦେଇଥିଲେ ଯେ ତାଙ୍କର ସାବତ ମାଆ ଲକ୍ଷ୍ମୀ ସାହୁ ତାଙ୍କ ଲଉଡମାଲ ସ୍ଥିତ ଘରରେ ମୃତ ଅବସ୍ଥାରେ ପଡିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଲଉଡମାଲ ଗ୍ରାମରେ ଏକାକୀ ରହୁଥିବା ଲକ୍ଷ୍ମୀ ସାହୁ ବୟସ ପ୍ରାୟ 60 ହେବ ଗତ ଦୁଇ ଦିନ ଧରି ଘରୁ ନବାହାରିବା କାରଣରୁ ଗ୍ରାମର ପାଖ ପଡିଶା ଲୋକଙ୍କର ସନ୍ଦେହ ହେବାରୁ ସେମାନେ ଝରକା ଫାଙ୍କ ଦେଇ ଘରଭିତରକୁ ଦେଖିଥିଲେ । ଘରେ ଲକ୍ଷ୍ମୀ ପଡି ରହିଥିବା ଦେଖି ଗ୍ରାମ ବାସୀ ମାନେ ମିଠାପଲି ରେ ରହୁଥିବା ଲକ୍ଷ୍ମୀ ଙ୍କର ସାବତ ଝିଅକୁ ଖବର ଦେଇଥିଲେ । ଖବର ପାଇ ଲକ୍ଷ୍ମୀ ପାଇକମାଲ ଥାନାକୁ ଆସି ସବୁ ଘଟଣା କହିଥିଲେ । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିର୍ଦେଶ କ୍ରମେ ଘଟଣାର ତଦନ୍ତ ଭାର ସବ ଇନ୍ସପେକ୍ଟର ଚୁମିକି ପ୍ରଭା ନାଥ ଗ୍ରହଣ କରିବା ସହିତ ପାଇକମାଲ ଥାନାରେ ଏକ ଅପାମୃତ୍ୟ ମାମଲା ରୁଜୁ କରି ଆଜି ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ କୁ ପଠାଇ ଦେଇଥିଲେ । ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ର ପ୍ରକୃତ ତଥ୍ୟ ଜଣା ପଡିବ ବୋଲି ଥାନା ଅଧିକାରୀ ଜଣାଇଛନ୍ତି ।

0
0
0
s2sdefault