ବିପୁଳ ମାତ୍ରାରେ କଫ ସିରଫ , ଟାଵଲେଟ ଓ ଇଂଜେକସନ ଜବତ :ଦୁଇ ଅଭିଯୁକ୍ତ ଗିରଫ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ଯୁବ ସମାଜକୁ ନିଶା ଶକ୍ତ କରାଇ  ପଥ ଭ୍ରଷ୍ଟ କରିବା ପାଇଁ କିଛି ଖଲ ପ୍ରକୃତିର ବ୍ୟବସାୟୀ ମାନେ ଅନେକ ପ୍ରତିବନ୍ଧିତ ଔଷଧ କୁ ନିଶା ଦ୍ରବ୍ୟ ଭାବରେ ବିକ୍ରି କରୁଛନ୍ତି । ଏହି ଦ୍ରବ୍ୟ ମାନଙ୍କର ମଧ୍ୟରେ କଫ ସିରଫ , ନାଇଟ୍ରସାନ ଟାଵଲେଟ ଓ ପେଣ୍ଟଜୋସିନ ଇଂଜେକସନ ଅନ୍ୟତମ । ଏହି ସବୁ ସାମଗ୍ରୀ ନିଶା ବ୍ୟବସାୟୀ ମାନଙ୍କର ପାଇଁ ସୁନା ସଦୃଶ୍ୟ । କମ ଖର୍ଚରେ ଅଧିକ ଲାଭ । ଲକଡାଉନ ସମୟରେ ମଧ୍ୟ ଏହି ଖଳ ବ୍ୟବସାୟୀ ମାନେ ନିଜର ଲାଭ ପାଇଁ ଏହି ବେଆଇନ କାରବାରକୁ ଚାଲୁ ରଖିଛନ୍ତି । ହେଲେ ଏହି ଅସାଧୁ ବ୍ୟବସାୟୀ ମାନଙ୍କର ଉପରେ ବରଗଡ଼ ପୋଲିସ ର କଡା ନଜର ମଧ୍ୟ ରହିଛି । ଆଜି  ବରଗଡ ଟାଉନ ଥାନା ପୋଲିସ ଗୋଟେ ପିକଅପ ଭେନ ରେ ବରଗଡ଼ ଟାଙ୍ଗରପଡାର ସର୍ଜନ ତରିଆ ଓ ଡାଙ୍ଗ ଗ୍ରାମର ରୋହିତ ଭୋଇ ନିକଟରୁ ପ୍ରାୟ 750 ବୋତଲ କଫ ସିରଫ , 800 ନାଇଟ୍ରସାନ ଟାଵଲେଟ ଓ 800 ପେଣ୍ଟଜୋସିନ ଇଂଜେକସନ ସହିତ 73000 ଟଙ୍କା ନଗଦ ଜବତ କରିଛି । ଏହାସହିତ ଦୁଇ ଗୋଟି ମୋବାଇଲ ଫୋନ , ସହିତ OD17R 4732 ନମ୍ବରର ଗାଡି କୁ ମଧ୍ୟ ପୋଲିସ ଜବତ କରିଛି । ଏତେ ମାତ୍ରା ରେ ନିଶା ସାମଗ୍ରୀ ଜବତ କରିବା ପରେ ବରଗଡ଼ ଟାଉନ ଥାନା ଅଧିକାରୀ ଥାନାରେ କେଶ ନମ୍ବର 297 /20 ଧାରା 274/275/34 ipc ରେ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

0
0
0
s2sdefault