କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଆଶୁ ଆରୋଗ୍ୟ କାମନା କଲେ ନବୀନ ଓ ଧର୍ମେନ୍ଦ୍ର 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ପାଇବା ପରେ ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  | 

ମୁଖ୍ୟମନ୍ତ୍ରୀ ଟୁଇଟ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି |

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି ଯେ " ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆରୋଗ୍ୟର ଆଶୀର୍ବାଦ ଦିଅନ୍ତୁ | ଆପଣଙ୍କ ଆଶୁ ଆରୋଗ୍ୟ ପାଇଁ ମୁ ପ୍ରାର୍ଥନା କରୁଛି "

0
0
0
s2sdefault