ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହାଙ୍କୁ କରୋନା ପଜିଟିଭ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ (ଏଜେନ୍ସି): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହାଙ୍କୁ କରୋନା ପଜିଟିଭ | ଏକଥା ସେ ନିଜେ ଟୁଇଟ କରି ଉଲ୍ଲେଖ କରିଛନ୍ତି | ସେ  ର୍ତାଙ୍କ ଟୁଇଟରେ କହିଛନ୍ତି ଯେ " କରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ, ମୁଁ ପରୀକ୍ଷା କଲି ଏବଂ ରିପୋର୍ଟଟି ପଜିଟିଭ ବାହାରିଲା | ମୋର ସ୍ୱାସ୍ଥ୍ୟ ଭଲ ଅଛି, କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଅନୁରୋଧ କରୁଛି ଆପଣମାନେ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି ବା ମିଶିଛନ୍ତି , ଦୟାକରି ନିଜକୁ ଆଇସୋଲେସନରେ ରଖନ୍ତୁ ଓ ପରୀକ୍ଷା କରାଇ ନିଅନ୍ତୁ |"  

0
0
0
s2sdefault