ଦେଖନ୍ତୁ ଚାଲିବନି କେଉଁ ଟ୍ରେନ, ପ୍ରତ୍ୟାହାର ହେବ କେଉଁ ରହଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର(ଶାସକ ପ୍ରଶାସକ) :  ପଶ୍ଚିମବଙ୍ଗରେ  ହେଉଥିବା ଲକ୍ ଡାଉନ ପାଇଁ  ପୂର୍ବ ତଟ ରେଳପଥର କେତେକ ଟ୍ରେନ  ପ୍ରଭାବିତ ହେବ | ଅଗଷ୍ଟ ମାସରେ ପଶ୍ଚିମବଙ୍ଗର କିଛି ସ୍ଥାନ ରେ ସମ୍ପୂର୍ଣ୍ଣ ସଟ୍ ଡାଉନ ହେଉଥିବାରୁ ଟ୍ରେନ ସେବା ବାତିଲ, ଆଂଶିକ ବାତିଲ  ଓ  ରହଣି ପ୍ରତ୍ୟାହାର କରିବାକୁ ପଡିବ l

ପଶ୍ଚିମବଙ୍ଗ ରାଜ୍ୟରେ  ଅଗଷ୍ଟ 2020 ର 5, 8, 16, 17, 23, 24 ଓ 31 ତାରିଖରେ ସମ୍ପୂର୍ଣ୍ଣ  ଲକ୍ ଡାଉନ ହେଉଥିବାରୁ ଟ୍ରେନ ସେବା ନିମ୍ନ ମତେ  ପ୍ରଭାବିତ ହେବ -

ବାତିଲ ହେଉଥିବା ଟ୍ରେନ  :

 A. ହାଓଡ଼ାରୁ ଛାଡୁଥିବା 02245 ହାଓଡ଼ା-ଯଶୋବନ୍ତପୁର  ଦୁରନ୍ତ ସ୍ପେସିଆଲକୁ   5, 8, 16 ଓ  23 ଅଗଷ୍ଟ , 2020 ତାରିଖ ଗୁଡିକରେ ବାତିଲ କରାଯିବ l

B. ଯଶୋବନ୍ତପୁରରୁ  ଛାଡୁଥିବା 02246 ଯଶୋବନ୍ତପୁର -ହାଓଡ଼ା ଦୁରନ୍ତ ସ୍ପେସିଆଲକୁ 7, 10, 16, 18, 23, 25 ଓ  30 ଅଗଷ୍ଟ  2020  ତାରିଖ ଗୁଡିକରେ ବାତିଲ କରାଯିବ  l

C. ସିଆଲଦାରୁ  ଛାଡୁଥିବା 02201 ସିଆଲଦା -ଭୁବନେଶ୍ୱର ଦୁରନ୍ତ ସ୍ପେସିଆଲକୁ  03 ଅଗଷ୍ଟ  2020 ତାରିଖ  ଦିନ  ବାତିଲ କରାଯିବ  l

D. ଭୁବନେଶ୍ୱରରୁ ଛାଡୁଥିବା 02202 ଭୁବନେଶ୍ୱର -ସିଆଲଦା ଦୁରନ୍ତ ସ୍ପେସିଆଲକୁ  4 ଅଗଷ୍ଟ  2020 ତାରିଖ  ଦିନ ବାତିଲ କରାଯିବ l

E. 02074/02073 ଭୁବନେଶ୍ୱର -ହାଓଡ଼ା -ଭୁବନେଶ୍ୱର ଜନ ଶତାବ୍ଦୀ ସ୍ପେସିଆଲକୁ 5, 8, 16, 17, 23, 24 ଓ  31 ଅଗଷ୍ଟ , 2020  ତାରିଖ ଗୁଡିକରେ ଉଭୟ ଭୁବନେଶ୍ୱର ଓ ହାଓଡ଼ା ଦିଗରୁ ବାତିଲ କରାଯିବ l

ଆଂଶିକ ବାତିଲ ହେଉଥିବା ଟ୍ରେନ : 

A. ସିକନ୍ଦରାବାଦରୁ ଛାଡୁଥିବା 02704 ସିକନ୍ଦରାବାଦ -ହାଓଡ଼ା ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ 4, 7, 15, 16, 22, 23 ଓ 30 ଅଗଷ୍ଟ , 2020 ତାରିଖ ମାନଙ୍କରେ  ଏହାର  ଯାତ୍ରା ଭୁବନେଶ୍ୱର ଠାରେ ସମାପ୍ତ କରିବ  ଏବଂ ହାଓଡ଼ା ପର୍ଯ୍ୟନ୍ତ ଯିବ ନାହିଁ l

B. 02703 ହାଓଡ଼ା -ସିକନ୍ଦରାବାଦ ଫଳକନୁମା ସ୍ପେସିଆଲ ଏକ୍ସପ୍ରେସ 5, 8, 16, 17, 23, 24 ଓ 31 ଅଗଷ୍ଟ 2020 ତାରିଖ ମାନଙ୍କରେ ହାଓଡ଼ା ପରିବର୍ତ୍ତେ  ଭୁବନେଶ୍ୱରରୁ ଛାଡିବ ଏବଂ ସେହି ତାରିଖ ଗୁଡିକରେ ଏହା  ହାଓଡ଼ାଠାରୁ  ଭୁବନେଶ୍ୱର ପର୍ଯ୍ୟନ୍ତ  ବାତିଲ ରହିବ l

ପ୍ରତ୍ୟାହାର କରାଯାଉଥିବା ରହଣି :

A.ଭୁବନେଶ୍ୱରରୁ ଛାଡୁଥିବା 02801 ଭୁବନେଶ୍ୱର -ନୂଆଦିଲ୍ଲୀ ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ ଓ  ନୂଆଦିଲ୍ଲୀରୁ ଆସୁଥିବା  02802 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ପୁରୁଷୋତ୍ତମ ଏକ୍ସପ୍ରେସ 4, 7, 15, 16, 22, 23 ଓ  30ଅଗଷ୍ଟ , 2020 ରେ  ଉଭୟ ଦିଗରୁ ପୁରୁଲିଆ ଓ ହିଜଲୀ ଠାରେ ରହଣି କରିବ ନାହିଁ  l

B. ଭୁବନେଶ୍ୱରରୁ ଛାଡୁଥିବା 02823 ଭୁବନେଶ୍ୱର-ନୂଆଦିଲ୍ଲୀ  ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ  5, 8, 16, 17, 23, 24 & 31ଅଗଷ୍ଟ , 2020 ରେ ଏବଂ  ନୂଆଦିଲ୍ଲୀରୁ  ଆସୁଥିବା 02824 ନୂଆଦିଲ୍ଲୀ -ଭୁବନେଶ୍ୱର ସ୍ପେସିଆଲ ରାଜଧାନୀ ଏକ୍ସପ୍ରେସ  4, 7, 15, 16, 22, 23 ଓ  30 ଅଗଷ୍ଟ , 2020ରେ  ଉଭୟ ଦିଗରୁ ହିଜଲୀ ରହଣି  କରିବ ନାହିଁ ଲ

C.   ସିଆଲଦାରୁ ଆସୁଥିବା 02201 ସିଆଲଦା (କୋଲକାତା)- ଭୁବନେଶ୍ୱର ଦୂରନ୍ତ ସ୍ପେସିଆଲ ଏକ୍ସପ୍ରେସ୍   17, 24 ଓ  31 ଅଗଷ୍ଟରେ  ଏବଂ ଭୁବନେଶ୍ୱର ଛାଡୁଥିବା  02202 ଭୁବନେଶ୍ୱର-ସିଆଲଦା ଦୁରନ୍ତ ସ୍ପେସିଆଲ ଏକ୍ସପ୍ରେସ 15 ଓ 22 ଅଗଷ୍ଟ , 2020ରେ  ଉଭୟ ଦିଗରୁ  ଖଡ଼ଗପୁର ଠାରେ ରହଣି କରିବ ନାହିଁ l

ଉପରୋକ୍ତ ଟ୍ରେନ ଗୁଡିକର ଯାତ୍ରୀମାନେ  ଏଥି ପ୍ରତି ଧ୍ୟାନ ଦେବା ଉଚିତ ଏବଂ  ସେହି ଅନୁଯାୟୀ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆ ଯାଉଛି l

0
0
0
s2sdefault