ଭାରତୀୟ ଚିକିତ୍ସା ପଦ୍ଧତି ରେ ସବୁ ରୋଗର ଚିକିତ୍ସା ସମ୍ଭବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

    ଆୟୁର୍ବେଦ ଉପରେ ବଢ଼ିବାରେ ଲାଗିଛି ଲୋକଙ୍କର ବିଶ୍ୱାସ

ବରଗଡ :- ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବଟଗଡ଼ ,ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରେ ପୁରୀ ରହିଛି ଔଷଧୀୟ ବୃକ୍ଷ, ଲତା ଗୁଳ୍ମ ଓ ଅନେକ କିଛି । ଅଂଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ କୁହନ୍ତି ଏମିତି କୋଣସି ରୋଗ ନାହିଁ , ଯାହାର ଔଷଧ ଗନ୍ଧମାର୍ଦ୍ଦନ ପର୍ବତରେ ନାହିଁ । ଏହି ସବୁ ଔଷଧୀୟ ଵୃକ୍ଷ ଲତା ଯେପରି ଆଧୁନିକ ଯୁଗର ମଣିଷର  ଉପକାର କରିପାରିବ ଓ ଲୋକେ କେମିତି ଅନାୟାସରେ ନିଜର ଆୟୁର୍ବେଦ ଚିକିତ୍ସା ପାଇ ପାରିବେ  ସେହି ମହତ ଉଦେଶ୍ୟ କୁ ନେଇ ତତ୍କାଳୀନ ସମ୍ବଲପୁର ସାଂସଦ ଶ୍ରୀ କୃପାସିନ୍ଧୁ ଭୋଇଙ୍କର ଉଦ୍ୟମରେ ପବିତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରର ନିକଟରେ ଓ ଗନ୍ଧମାର୍ଦ୍ଦନ ପର୍ବତର ପଦଦେଶ ନିର୍ମାଣ କରାଯାଇଥିଲା ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ । 

         ବର୍ତ୍ତମାନ ଏହି ଅନୁଷ୍ଠାନରେ ଛାତ୍ର ଛାତ୍ରୀ ମାନଙ୍କର ପାଠ ପଢା ସହିତ ଲୋକଙ୍କର ଅନେକ ପୁରୁଣାରୁ ପୁରୁଣା ରୋଗର ସଫଳ ଚିକିତ୍ସା କରାଯାଉଛି । ମହାବିଦ୍ୟାଳୟ ର ନିଜର ଅତ୍ୟାଧୁନିକ ଲେବ ସହିତ ନିଜସ୍ୱ ଫାର୍ମାସି ଓ ବିରାଟ ଫିଜିଓଥେରାପି ସେଣ୍ଟର ମଧ୍ୟ ରହିଛି ଏହା ସହିତ ଆୟୁର୍ବେଦ ପଦ୍ଧତିରେ ପଞ୍ଚକର୍ମ ସେଣ୍ଟର ମଧ୍ୟ ରହିଛି । 

       ଏହି ମହାବିଦ୍ୟାଳୟ ର ଡାକ୍ତର କୃପାସିନ୍ଧୁ ଭୋଇ ଚିକିତ୍ସାଲୟରେ ପାରାଲେସିସ , ବାତ , ସ୍ନାୟୁ ରୋଗ , ଅର୍ଷ , ମାଲକଣ୍ଟକ , ଭଗନ୍ଧର , ଶ୍ୱାସରୋଗ। , ଚର୍ମରୋଗ , ବନ୍ଧ୍ୟାଦୋଷ (ଉଭୟ ସ୍ତ୍ରୀ ଓ ପୁରୁଷ ) ଅନ୍ୟାନ୍ୟ ଅନେକ ରୋଗର ତଥା ଶିଶୁ ରୋଗର ସଫଳ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଇଥାଏ । ଆଜି ନିଜର ସଫଳ ଚିକିତ୍ସା ପାଇଁ ଏହି ପ୍ରତିଷ୍ଠାନ କେବଳ ରାଜ୍ୟରେ ନୁହେଁ ବାହାର ରାଜ୍ୟରେ ମଧ୍ୟ ବେଶ ସୁନାମ ଅର୍ଜନ କରି ସାରିଛି । ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ରୋଗୀ ନିଜର ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । 

    ରୋଗୀଙ୍କର ରୋଗକୁ ସଠିକ ଭାବରେ ନିରୂପଣ କରିବା ପ୍ରଥମ ଉପଚାର ।  ସଠିକ ଭାବରେ ରୋଗ ଚିନ୍ହିବା ପରେ ରୋଗ ବର୍ତମାର କେଉଁ ସ୍ଥାରରେ ଅଛି ତାହା ଜାଣିବା ପରେ ଆମେ ରୋଗୀର ଉପଚାର ଅରମ୍ବ କରିଥାଉ   ଏଥିପାଇଁ ଆମେ ପୁରାତନ ଆୟୁର୍ବେଦ ପଦ୍ଧତି ସହିତ ଆଧୁନିକ ଜ୍ଞାନକୌଶଳର ସହାୟତା ନେଇଥାଉ ବୋଲି କହିଛନ୍ତି ଅନୁଷ୍ଠାନର ଡେପୁଟି ସୁପରିଟେଣ୍ଡେଣ୍ଟ ଶ୍ରୀ ନାଇଡୁ ଜଗନ୍ନାଥ । 

          ପ୍ରତ୍ୟେକ ରୋଗୀକୁ ଉପଯୁକ୍ତ ଚିକିତ୍ସା ଓ ଭଲ ବ୍ୟବହାର ଦେବା ଅନୁଷ୍ଠାନ ର ଲକ୍ଷ ଓ କର୍ତବ୍ୟ । ଏହି ଉଦ୍ଦେଶ୍ୟ କୁ ପୂରଣ କରିବା ନିମନ୍ତେ ଆମର ସମସ୍ତ ଡାକ୍ତର , ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସବୁବେଳେ ଯତ୍ନବାନ ରହିଥାନ୍ତି । ଗରିବ ଶ୍ରେଣୀର ଯୋଗୀ ମାନଙ୍କର ଚିକିତ୍ସା ସହିତ ସେମାନଙ୍କ ଖାଦ୍ୟପେୟ ଅନୁଷ୍ଠାନ ନିଜେ ବହନ କରିଥାଏ । ବର୍ତ୍ତମାନ ବିଶ୍ୱ ଯେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି ତାହା ସମସ୍ତ ଙ୍କୁ ଜଣା । ଏହିଭଳି ବିପରୀତ ପରିସ୍ଥିତିରେ ମଧ୍ୟ ଅନୁଷ୍ଠାନ ର ପ୍ରତେକ କର୍ମଚାରୀ ନିଜର ଜୀବନକୁ ବାଜି ଲଗେଇ ରୋଗୀଙ୍କର ଚିକିତ୍ସା ଓ ସେବା ଜାରିରଖିଛନ୍ତି । ମୁଖ୍ୟତଃ କହିବାକୁ ଗଲେ ଭାରତୀୟ ଚିକିତ୍ସା ପଦ୍ଧତି ଆୟୁର୍ବେଦ ପ୍ରତି ଲୋକଙ୍କର ଆସ୍ଥା ବଢ଼ିବାରେ ଲାଗିଛି । ସମୟର ଚାହିଦାକୁ ଆଖି ଆଗରେ ରଖି ଓ ରୋଗୀ ତଥା ଚିକିତ୍ସକ ମାନଙ୍କର ସୁବିଧା ପାଇଁ ଅନେକ ନୂତନ ସରଞ୍ଜାମ କିଛି ଦିନ ପୂର୍ବରୁ ଅନୁଷ୍ଠାନ କୁ ଆସିଛି ଓ ଆଗାମୀ ଦିନରେ ମଧ୍ୟ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଅନେକ କିଛି କରିବାର ଯୋଜନା ରହିଛି ବୋଲି ଅନୁଷ୍ଠାନ ର ସମ୍ପାଦକ ତଥା ମୁଖ୍ୟ ପ୍ରଶାସକ ଶ୍ରୀ ମନୋଜ କୁମାର ତ୍ରିବେଦୀ ଜଣାଇଛନ୍ତି । 

 

0
0
0
s2sdefault