ପ୍ରବାସୀ ଶ୍ରମିକଙ୍କୁ ଉତ୍ସାହିତ କରିବାକୁ କୋଦାଳ ଧରିଲେ ଉପଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ,ବରଗଡ ଜିଲ୍ଲାପାଳଙ୍କର ଦ୍ୱାରା ଜାରି କରାଯାଇଥିବା ଲକଡାଉନ ନିରୀକ୍ଷଣ କରିବା ପାଇଁ ଆଜି ସକାଳୁ ନିଜ ଅଫିସ ରୁ ବାହାରି ପଦ୍ମପୁର ସହର ଓ ଆଖପାଖ ପଂଚାୟତ ଗୁଡିକୁ ବୁଲିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସରକାରଙ୍କର ଦ୍ୱାର କୋବିଡ଼ କଟକଣା ଲାଗୁ ହେବା ପରଠାରୁ ଉପଖଣ୍ଡର ପ୍ରତ୍ୟେକ ବ୍ଲକ , ପଂଚାୟତ ବାରମ୍ବାର ଗସ୍ତ କରି ସରକାରଙ୍କର ଦ୍ୱାରା କୋବିଡ଼ ମୁକାବିଲା ପାଇଁ କରାଯାଇଥିବା ସମସ୍ତ ବ୍ୟବସ୍ଥାର ନିଜେ ବ୍ୟକ୍ତିଗତ ଭାବରେ ନିରୀକ୍ଷଣ କରୁଛନ୍ତି । ଏହା ସହିତ ପ୍ରତକ୍ଷ ଭାବରେ ଲୋକଙ୍କ ବିଭିନ୍ନ ସମସ୍ୟା ର ସମାଧାନ ମଧ୍ୟ କରିବା ପାଇଁ ପୁରାଦମରେ ପ୍ରୟାସ କରି ଆସୁଛନ୍ତି । ନିଜେ ଜଣେ ମଧ୍ୟବିତ୍ତ ପରିବାରରୁ ହୋଇଥିବା କାରଣରୁ ଲୋକଙ୍କର ଅଭାବ ଅସୁବିଧାକୁ ଠିକ ଭାବରେ ହୃଦୟଙ୍ଗମ କରି ପାରନ୍ତି ଓ ତାଙ୍କର ଦ୍ୱାରା ଯେତେ ସମ୍ଭବ ସେତେ ସାହାଯ୍ୟ ମଧ୍ୟ କରିଥାନ୍ତି ଏହା ପଦ୍ମପୁର ଉପଖଣ୍ଡ ର ସମସ୍ତ ଙ୍କୁ ଜଣା । ଏକଥା ନିଶ୍ଚିତ ଭାବରେ ଉପାଖଣ୍ଡର ପ୍ରତ୍ୟେକ ସଚେତନ ନାଗରିକ  ସ୍ଵୀକାର କରିବେ  ଯେ କଟକଣା ଲାଗୁ ହେବା ପରଠାରୁ ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବରେ ଉପଜିଲ୍ଲାପାଳ ଲୋକଙ୍କର ପ୍ରତକ୍ଷ ଭାବରେ ସେବା କରି ଆସୁଛନ୍ତି । 

 ଆଜି କଥାଟି ଟିକିଏ ଭିନ୍ନ । ଆଜି ଗସ୍ତ ସମୟରେ ଉପଜିଲ୍ଲାପାଳ କଂସିଙ୍ଗା ପଞ୍ଚାୟତ ର ଗୌଡ଼ପାଳି ଗ୍ରାମ ଦେଇ ଯାଉଥିବା ସମୟରେ ଚାଲିଶରୁ ଉର୍ଦ୍ଧ ଶ୍ରମିକ ଗୋଟିଏ ସ୍ଥାନରେ ମାଟି କାମ କରୁଥିବା ଦେଖିବାକୁ ପାଇଥିଲେ । ନିଜର ସ୍ଵଭାଵ ମୁତାବକ ଉପଜିଲ୍ଲାପାଳ ତୁରନ୍ତ ଗାଡି ଅଟକାଇ କାମ କରୁଥିବା ଶ୍ରମିକ ମାନଙ୍କର ନିକଟକୁ ପହଂଛି ସେମାନଙ୍କର ସହିତ ଏହି କାମ ବାବଦରେ ଆଲୋଚନା କରିବା ସହିତ ସେମାନଙ୍କର ଭଲମନ୍ଦ ବୁଝିଥିଲେ । ଶ୍ରମିକ ମାନଙ୍କର ସହିତ ଆଲୋଚନା କରି ଉପଜିଲ୍ଲାପାଳ ଜାଣିବାକୁ ପାଇଲେ ଯେ ଶ୍ରମିକ ମାନଙ୍କର ଭିତରେ ଅନେକ ପ୍ରବାସୀ ଶ୍ରମିକ ଅଛନ୍ତି । କୋବିଡ଼ ଲକଡାଉନ ସମୟରେ ସେମାନେ ଗାଁକୁ ଫେରିଥିଲେ ଏବେ ସରକାରଙ୍କର ମନରେଗା ଯୋଜନାରେ ସେମାନଙ୍କୁ କାମ ଯୋଗାଇ ଦିଆ ଯାଇଛି । କାମ କରୁଥିବା ଶ୍ରମିକ ଖାସ କରି ପ୍ରବାସୀ ଶ୍ରମିକମାନଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ଉପଜିଲ୍ଲାପାଳ ଏକ କୋଦାଲ ଧରି ମାଟି ହାଣିବା ଆରମ୍ଭ କରି ଦେଇଥିଲେ । ଉପଜିଲ୍ଲାପାଳ ଙ୍କୁ ନିଜ ଗହଣରେ କାମ କରୁଥିବା ଦେଖି ଶ୍ରମିକ ମାନେ ଅତ୍ୟନ୍ତ ଖୁସି ଅନୁଭବ କରିଥିବା କହିଛନ୍ତି ଶ୍ରମିକ ମାନେ । ଆଜି ଉପଜିଲ୍ଲାପାଳ ଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଇଛି ।

0
0
0
s2sdefault