ହେଡଲାଇନସ୍:

କରୋନା ମୁକାବିଲା : ଲୋକଙ୍କ ନିରାପତ୍ତା ପାଇଁ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡାକଡି କଲା ପାଇକମାଳ  ପୋଲିସ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ମହାମରୀର ପ୍ରକୋପ । ଇତି ମଧ୍ୟରେ ଦୈନିକ ଦେଶରେ ପଚାଶ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ଠାବ ହେଉଛନ୍ତି । ଅନ୍ୟପଟେ ବର୍ତ୍ତମାନ ପାର୍ବଣ ଋତୁ ମଧ୍ୟ ଆରମ୍ଭ ହେବାକୁ ବସିଲାଣି । ପ୍ରଥମେ ରଖୀ ପୂର୍ଣ୍ଣିମା , ବକରିଦ , ଆଗକୁ ଗଣେଶ ପୂଜା , ନୂଆଖାଇ , ଦୁର୍ଗା ପୂଜା ତାଗକୁ ଅନେକ । ସଂକ୍ରମଣ କୁ ରୋକିବା ପାଇଁ ବା ସରକାର ତଥା ସ୍ଥାନୀୟ ଜିଲ୍ଲା ପ୍ରଶାସନ ଦ୍ୱାରା ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହିକ୍ରମ ର୍ବ ବରଗଡ଼ ଜିଲ୍ଲାପାଳଙ୍କର ନିର୍ଦ୍ଧେଶ କ୍ରମେ ଗତ ଏକ ତାରିଖ ରୁ ତିନି ତାରିଖ ପର୍ଯନ୍ତ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ କୁ କଡାକଡି ଭାବରେ ପାଳନ କରେଇବା ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଉଛି । ଆଜି ପାଇକମାଲ ମୁଖ୍ୟ ଛକ ଠାରେ ପାଇକମାଲ DSP ଶ୍ରୀ ଦିନେଶ କୁମାର ନାୟକ ତଥା ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନେତୃତ୍ବରେ ପାଇକମାଲ ପୋଲିସ କଡା ଚେକିଂ କରିବା ସହିତ ଅମାନିଆ ଙ୍କର ଠାରୁ ଫାଇନ ଆଦାୟ ଜାରି ରଖିଛି । ଅମାନିଆ ଙ୍କୁ ଚେତାବନୀ ମଧ୍ୟ ଦିଆ ଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ଲକଡାଉନ ସମୟରେ ପାଇକମାଲ ପଦ୍ମପୁର ଉପଖଣ୍ଡ ର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ସରକାର ଙ୍କର କୋବିଡ଼ 19ର ସମସ୍ତ ନିୟମ ପାଳନ କରିବା ସହିତ ଘରେ ସୁରକ୍ଷିତ ରୁହନ୍ତୁ ବୋଲି DSP ଦିନେଶ ନାୟକ କହିଛନ୍ତି । ଅଯଥାରେ ଓ ଅକାରଣରେ ବିନା ମାକ୍ସ ରେ ବୁଲୁଥିବା ଲୋକଙ୍କ ଉପରେ କାର୍ଯନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମନବୋଧ ଜଣାଇଛନ୍ତି ।

0
0
0
s2sdefault