ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ମା ଭଣ୍ଡାର ଘରଣୀ ଯୁବା ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଧର୍ମଗଡ ସୁଶାନ୍ତ ରାଉତ : ଭାରତ ସରକାର ଙ୍କ ଯୁବ ବ୍ୟାପାର  ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ମା ଭଣ୍ଡାର ଘରଣୀ ଯୁବା ଅନୁଷ୍ଠାନ ତେଲିପଳାସ (ଦର୍ଳି ପଡା) ଗ୍ରାମ୍ୟ ମିଳିତ ଆନୁକୁଲ୍ୟରେ  ସ୍ୱଚ୍ଛ ଗ୍ରାମ ସବୁଜ ଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି । ନେହେରୁ ଯୁବ କେନ୍ଦ୍ର ର ଜିଲ୍ଲା ସଂଯୋଜକ ଶ୍ରୀ ପ୍ରସନ୍ନ ମେହେର ଓ ଲେଖାପାଲ୍ ଦୂତୀଆ ବନଚୋର୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତେଲିପଳାସ ସ୍କୁଲ ପ୍ରାଙ୍ଗଣରେ 150 ଟି ଚାରା ରୋପଣ କରାଯାଇଥିଲା ।  କରୋନା ମହାମାରୀ ଯୋଗୁଁ ସାମାଜିକ ଦୂରତା, ମୁହଁରେ ମାସ୍କ, ଓ  ସେନିଟାଇଯର ବ୍ୟବହାର କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଶିଶିର କୁମାର ମୁଣ୍ଡ  (ଶିକ୍ଷକ) , ଉପସ୍ଥିତ ଥିଲେ। ମା ଭଣ୍ଡାର ଘରଣୀ ଯୁବା ଅନୁଷ୍ଠାନ ସଂଗଠନର ସମ୍ପାଦକ ରୋହିତ ବାଗ ଓ ସଭାପତି ବିଦେଶୀ ଦୁର୍ଗା,  ଯୁବ କେନ୍ଦ୍ରର ରାଷ୍ଟ୍ରୀୟ ଯୁବ ସ୍ଵେଚ୍ଛସେବୀ ସୁକାନ୍ତ ରାଉତ,  ରମେଶ ଦୁର୍ଗା, ବୈବସୂତ ବାଗ, ଶିବ ଶଙ୍କର ବାଗ,ଜୟକୃଷ୍ଣ ତାଣ୍ଡି, ନୈରୁତା ବାଗ, ମୋତିଲାଲ ବାଗ, ଭୂଷଣ୍ତ ବାଗ, କଷ୍ଠ ସୁନାନୀ, କପିଳ ଦୁର୍ଗା, ପଦ୍ମ ଦୁର୍ଗା, ମହେଶ ଦୁର୍ଗା, ସୁଧାକର ସୁନାନୀ, ପ୍ରଭା ସୁନାନୀ,କଦ୍ରର୍ପ ସୁନାନୀ, ଟିକେଶ୍ୱର ଦୁର୍ଗା ,ଭରତ ସୁନାନୀ,ଗୁଣନିଧି ବାଗ ଓ କୃତି ଦୁର୍ଗା ପରିଚାଳନା କରିଥିଲେ।

0
0
0
s2sdefault