ହେଡଲାଇନସ୍:

ବରଗଡ଼ ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :- ଓଡ଼ିଶାରେ ଦିନକୁ ଦିନ କରୋନା ମିଟର ବଢିବାରେ ଲାଗିଛି । ବରଗଡ଼ ଜିଲ୍ଲାରେ ମଧ୍ୟ କରୋନା ମିଟର ତଳକୁ ଖସିବାର ନା ନେଉନି । ଆଜି ବରଗଡ଼ ଜିଲ୍ଲାରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ ଙ୍କ ମଧ୍ୟରୁ ୯ଜଣ ପୁରୁଷ ଓ ୪ଜଣ ମହିଳା ଅଛନ୍ତି ବରଗଡ଼ ଜିଲ୍ଲାର ସର୍ବାଧିକ କରୋନା ଆକ୍ରାନ୍ତ ଥିବା କଟାପାଲିରୁ ଜଣେ । ବରଗଡ଼ ପୌରାଞ୍ଚଳ ଭାରତୀ ନଗରରୁ ଜଣେ,ଓ୍ବାର୍ଡ ନମ୍ବର ୭ରୁ ଜଣେ, ଓ୍ବାର୍ଡ ନମ୍ବର ୧୬ରୁ ଚାରିଜଣ,କୁଲିପଡାରୁ ଦୁଇ ଜଣ ଏବଂ ପଦ୍ମପୁର  ଉପକାରାଗାର ଷ୍ଟାପ କଲୋନୀର ତିନିଜଣ ଏବଂ ପଦ୍ମପୁର ଉପକାରାଗାର ର ଜଣେ ଅନ୍ତେବାସୀ କରୋନା ଆକ୍ରାନ୍ତ ହୋଇଛନ୍ତି । ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ କୋଭିଡ଼ ହସପିଟାଲରେ ଏବଂ କାରାଗାର ଅନ୍ତେବାସୀ କାରାଗାର ମଧ୍ୟରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ବୋଲି ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ ସୂଚନା ଦେଇଛନ୍ତି । ଏପଟେ ପଦ୍ମପୁର ଉପଖଣ୍ଡ ଜେଲର ଜଣେ କଏଦୀ ଙ୍କୁ ସଂକ୍ରମଣ ହେବା ତଥା ଜେଲ କଲୋନୀର ତିନିଜଣ ସଂକ୍ରମିତ ହେବା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ।

0
0
0
s2sdefault