ହେଡଲାଇନସ୍:

ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୮୭ ଦିନରେ ୬୯୦ ଟପିଲା, ଦିନକରେ ୩୯

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା  ଉଦବେଗଜନକ ହେବା ଆରମ୍ଭ କରିଛି । ଜିଲ୍ଲାର ସମସ୍ତ ୨୬ଟି ବ୍ଲକ ସହିତ ୨ଟି ଏନଏସି ଓ ଗୋଟାଏ ପୌରପରିଷଦରେ କରୋନା ତାର କାୟା ବିସ୍ତାର କରିସାରିଥିବା ବେଳେ କେବଳ ରାଇରଙ୍ଗପୁର ପୌରପରିଷଦ ବାକି ରହିଯାଇଛି । ଆଜି ଜିଲ୍ଲାରେ ରେକଡର଼୍ ସଂଖ୍ୟକ ଏକକାଳୀନ ୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ମେ ୭ରେ ପ୍ରଥମ ଥର ଜିଲ୍ଲାର କପ୍ତିପଦା ବ୍ଲକ ଅଞ୍ଚଳ କ୍ୱରେଣ୍ଟିନ ସେଣ୍ଟରରୁ ୪ ପଜିଟିଭ ଚିହ୍ନଟ ହେବା ପରେ ଅଗଷ୍ଟ ୧ ଅର୍ଥାତ୍ ୮୭ ଦିନରେ ସଂକ୍ରମିତମାନଙ୍କ ସଂଖ୍ୟା ୬୯୦ରେ ପହଁଞ୍ଚିଛି । ଜୁଲାଇ ୩୧ ସୁଦ୍ଧା ଜିଲ୍ଲାରୁ  ୪୭୨ ସୁସ୍ଥ ହୋଇ ଫେରି ଆସିଥିବା ସମୟରେ ଅଗଷ୍ଟ ୧ ପର୍ଯ୍ୟନ୍ତ ସକ୍ରିୟ ସଂଖ୍ୟା ୨୧୬ ରହିଛି । ଏହି ସମୟରେ ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ବେଡ଼ ସଂଖ୍ୟା ୨୦୦ । ଏହାମଧ୍ୟରେ ୧୮୦ ଆଇସୋଲେସନ ବେଡ଼ ଓ ୨୦ ଆଇସିୟୁ ରହିଛି । ଫଳରେ ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ସମସ୍ତ ଆକ୍ରାନ୍ତମାନଙ୍କୁ  ରଖି ଚିକିତ୍ସା ଯୋଗାଇ ଦେବା ସମ୍ଭବ ହୋଇପାରି ନାହିଁ । ଫଳରେ ସ୍ୱଳ୍ପ ଲକ୍ଷଣ ଓ ଲକ୍ଷଣ ନ ଥିବା ପଜିଟିଭ କେଶଗୁଡ଼ିକୁ  କୋଭିଡ଼ କେୟାର ସେଣ୍ଟର ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଉଥିବାର ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେଆଜି ମୟୂରଭଞ୍ଜ ଜିଲ୍ଲାରୁ ରେକଡର଼୍ ସଂଖ୍ୟକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୁସୁମୀ-୧, କପ୍ତିପଦା-୧, ବାଙ୍ଗିରିପୋଷି-୧, ବାରିପଦା ପୌରପରିଷଦ-୧, କରଞ୍ଜିଆ ଏନଏସି-୧, ଯଶୀପୁର-୨, ରାସଗୋବିନ୍ଦପୁର-୨, ବେତନଟୀ-୨, ବିଜାତୋଳା-୩, ବଡ଼ସାହି-୩, ଶାମାଖୁଣ୍ଟା-୪, ବାରିପଦା ବ୍ଲକ-୭ ଏବଂ ଶୁକୃଳି ବ୍ଲକରୁ ୧୧କୁ ମିଶାଇ ମୋଟ ୩୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ଆକ୍ରାନ୍ତମାନଙ୍କ ସଂଖ୍ୟା ବୃଦ୍ଧିପାଇ ୬୯୦ରେ ପହଁଞ୍ଚିଛି । ଆକ୍ରାନ୍ତମାନଙ୍କ ମଧ୍ୟରେ ବିଜାତୋଳା-୩, ବଡ଼ସାହି-୨, ଶାମାଖୁଣ୍ଟା-୪, ବାରିପଦା ବ୍ଲକରୁ-୩ ଓ ଶୁକୃଳି ବ୍ଲକ ଅଞ୍ଚଳ ସ୍ଥାନୀୟ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ  ୨୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ସମୟରେ ଆନ୍ଧ୍ରପ୍ରଦେଶ-୬, ତାମିଲନାଡ଼ୁ-୧୨, ତେଲେଙ୍ଗାନା-୧, ଗୁଜରାଟ-୧ ଓ କର୍ଣ୍ଣାଟକ ରାଜ୍ୟରୁ ୨ ଜଣ ପ୍ରବାସୀ ଫେରି ସିଧାସଳଖ ଭାବେ କ୍ୱରେଣ୍ଟାଇନରେ ରହିଥିଲେ । ସେହିପରି କୁସୁମୀ ବ୍ଲକ ଜରଦା ପଞ୍ଚାୟତ ରାମଜାଲି ଅଞ୍ଚଳରୁ-୧, ବେତନଟୀ ବ୍ଲକ ମେରଦା ଅଞ୍ଚଳରୁ-୧ ଓ ଭୂବନେଶ୍ୱରରେ କହିସାଶୋଳ ପଞ୍ଚାୟତ ଟିକାୟତପୁର ଅଞ୍ଚଳରୁ-୧, ବଡ଼ସାହି ବ୍ଲକ ମାଣତ୍ରୀ ଅଞ୍ଚଳରୁ-୧, କପ୍ତିପଦା ବ୍ଲକ ପେଡ଼ାଗଡ଼ି ପଞ୍ଚାୟତ ଘୁଣ୍ଟବଣି ଅଞ୍ଚଳରୁ-୧, କରଞ୍ଜିଆ ଏନଏସିର ୱାଡର଼୍ ନମ୍ବର-୭ରୁ-୧, ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୨୦ ଶୁନଗଡ଼ିଆରୁ-୧, ଭରବଙ୍କନଶ୍ୱରଠାରେ ବାଙ୍ଗିରିପୋଷି ବ୍ଲକ ପଥୁରୀ ପଞ୍ଚାୟତର ବୁଢ଼ାମରା ଅଞ୍ଚଳରୁ-୧, ରାସଗୋବିନ୍ଦପୁର ବ୍ଲକ ତୋଟାପଡ଼ାରୁ-୧ ଓ ଦେବଶୋଳ ପଞ୍ଚାୟତ ବାଛୁରୀପାଳ ଅଞ୍ଚଳରୁ-୧ ଏବଂ ବାରିପଦା ବ୍ଲକ ବୁଢ଼ିଖମାରୀ ଅଞ୍ଚଳରୁ ୨, ଶଙ୍ଖାଭଙ୍ଗାରୁ-୧ ଓ ହାତୀକୋଟରୁ-୧କୁ ମିଶାଇ ମୋଟ ୧୪ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି କୋଭିଡ଼-୧୯ ଭୂତାଣୁ ସଂକ୍ରମିତ ହୋଇଥିବା ସମୟରେ ଯଶୀପୁର ବ୍ଲକ-୨ ଓ ଶୁକୃଳି ବ୍ଲକ ଅଞ୍ଚଳରୁ୧କୁ ମିଶାଇ ମୋଟ ୩ ଜଣ କୋଭିଡ଼-୧୯ ଯୁଦ୍ଧାଙ୍କର ରିପୋର୍ଟ ପଜିଟିଭ ଆସିଛି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ କୋଭିଡ଼ ହସପିଟାଲ ଓ କୋଭିଡ଼ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଯାତ୍ରା ବିବରଣୀକୁ ଯାଞ୍ଚ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ସେହିପରି ଜୁଲାଇ ୩୧ ସୁଦ୍ଧା  ଜିଲ୍ଲାରେ ସୁସ୍ଥ ସଂଖ୍ୟା  ୪୭୨ ରହିଥିବା ସମୟରେ ଅଗଷ୍ଟ ୧ ପର୍ଯ୍ୟନ୍ତ ସକ୍ରିୟ ସଂଖ୍ୟା ୨୧୬ ଏବଂ  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମୃତୁ୍ୟ ସଂଖ୍ୟା ୨ ଥିବାର ଜଣାପଡ଼ିଛି । 

 

0
0
0
s2sdefault