ହେଡଲାଇନସ୍:

ସନ୍ଧ୍ୟା ୭ ଟାରୁ ସକାଳ ୫ ଟାପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ :  ଜାରି ରହିବ ସପ୍ତାହାନ୍ତ ସଟଡ଼ାଉନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଗଷ୍ଟ-୧ ଓ ୨ ଦିନ ଗୋଟାଏ ପର୍ଯ୍ୟନ୍ତ ସଟଡ଼ାଉନ କୋହଳ

ବାରିପଦା (ଦିଲ୍ଲୀପ ମହାନ୍ତି ) : ରାଜ୍ୟ  ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଦେ୍ର୍ଧଶାନୁସାରେ କୋଭିଡ୍-୧୯ ସଂକ୍ରମଣକୁ  ପ୍ରତିରୋଧ ଉଦେ୍ଧଶ୍ୟରେ ଲକ୍ଡାଉନ୍ (ଅନଲକ – ୩) ସମୟ ଚଳିତ ଅଗଷ୍ଟ ୩୧ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ସମଗ୍ର ଓଡିଶାରେ ବୃଦ୍ଧି କରାଯାଇଅଛି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଡାଉନ ସଂପର୍କୀତ ଜାରିକରାଯାଇଥିବା ନିଦେ୍ର୍ଧଶାନାମା ଅନୁଯାଇ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେଇ ଜିଲ୍ଲାରେ କାର୍ଯ୍ୟକ୍ଷମ କରାଯାଇଥିବା ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର (ଟିଏମ୍ସି), କ୍ୱାରେଣ୍ଟାଇନ କେନ୍ଦ୍ର, କୋଭିଡ୍ କେୟାର କେନ୍ଦ୍ର ଓ କୋଭିଡ୍ ହସ୍ପିଟାଲ ଆଦି ପରିସର ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରାଯାଇଥିବା କଣ୍ଟେନମେଣ୍ଟ ଜୋନ ଅଂଚଳରେ ସ୍ୱାସ୍ଥ୍ୟ ବିଭାଗ ମାର୍ଗଦର୍ଶିକାନୁସାରେ କେବଳ ସ୍ୱାସ୍ଥ୍ୟସେବା ଭଳି  ଅତ୍ୟାବଶ୍ୟକୀୟ ସେବା କାର୍ଯ୍ୟରେ ନିୟୋଜିତ ଅଧିକାରୀ / ଡାକ୍ତର / କର୍ମ•ରୀ ବ୍ୟତୀତ କୌଣସି ବାହାର ବ୍ୟକ୍ତିଙ୍କୁ (ଭିତରେ କିମ୍ବା ବାହାରେ) ନିଷେଧାଚଂଳ ଜାରି ଥିବା ସୀମା ମଧ୍ୟକୁ ପ୍ରବେଶ / ଚଳପ୍ରଚଳ ଉପରେ କଡାକଡି କଟକଣା ଲାଗୁ କରାଯାଇଛି । ଜିଲ୍ଲାରେ ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ଏକାଡେମିକ, ସାଂସ୍କୃତିକ, ଧାର୍ମିକ ପୂଜାପୀଠସ୍ଥଳୀରେ ଧର୍ମୀୟ ସମାବେଶ / ଉତ୍ସବ ଆଦି କାର୍ଯ୍ୟକ୍ରମକୁ  ନିଷେଧ କରାଯାଇଅଛି । ସମସ୍ତ ସିନେମା ହଲ, ସପିଙ୍ଗମଲ, ସୁଇମିଙ୍ଗ୍ପୋଲ୍, ଅବସର ବିନୋଦନ ପାର୍କ, ଥିଏଟର, ବାର, ଓଡିଟୋରିଅମ ଆଦି ଜନସାମଗମ ଭଳି ସ୍ଥାନ ସର୍ବସାଧାରଣଙ୍କ ପାଇଁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ସେହିପରି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, ଶିକ୍ଷା ଅନୁଷ୍ଠାନ,ତାଲିମ,କୋଚିଂ ପ୍ରତିଷ୍ଠାନ ଆଦି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ପରୀକ୍ଷା ପରିଚଳାନ ଓ ମୁଲ୍ୟାଙ୍କନ କାର୍ଯ୍ୟ ପାଇଁ ଅନୁମତି ରହିବ । ହୋଟେଲ, ଆତିଥ୍ୟ ସେବା ଓ ରେଷ୍ଟୁରାଣ୍ଟ, ଜାତୀୟ / ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ପ୍ରମୁଖ ରାସ୍ତା କଡରେ ଥିବା ଢାବା ମାନଙ୍କରେ ସୀମିତ କର୍ମଚାରୀ କ୍ଷମତା ମଧ୍ୟରେ ହୋମ ଡେଲିଭରି ଖାଦ୍ୟ ପ୍ୟାକେଟ୍ ସାମଗ୍ରୀ ଯୋଗାଣ ପାଇଁ ଅନୁମତି ପ୍ରାପ୍ତ ବ୍ୟବସାୟୀ / ବ୍ୟକ୍ତିମାନଙ୍କୁ କଟଣାରୁ ବାଦ୍ ଦିଆଯାଇଛି ।

ସେହିପରି ସମସ୍ତ ଅନୁମତି ପ୍ରାପ୍ତ ଦୋକାନ, ବଜାର ଓ ବାଣିଜ୍ୟକ / ବ୍ୟବସାୟିକ ପ୍ରତିଷ୍ଠାନ ସକାଳ ୭ ଘଟିକାରୁ ସଂନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ପ୍ରକାର ଔଷଧ ଦୋକାନଗୁଡିକ ପାଇଁ ସମୟ ସୀମା କଟକଣା ଲାଗୁ ହେବ ନାହିଁ । ଉକ୍ତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ସାମାଜିକ ଦୂରତା ୬ ଫୁଟ ବ୍ୟବଧାନ ବଜାଇ ରଖିବା ସହିତ ୭ ଜଣରୁ ଅଧିକ ଗ୍ରାହକ ଦୋକାନ ଭିତରେ ଓ ବାହାରେ ସ୍ଥାନରେ ଏକତ୍ରିତ ହେବେ ନାହିଁ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ଶିଶୁଙ୍କ କ୍ଷେତ୍ରରେ  ସ୍ୱାସ୍ଥ୍ୟ ସମସ୍ୟା ଭଳି ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ କଦାପି ଘରୁ ବାହାରକୁ ନବାହିବାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଛି । ଏଥି ସହିତ କୋଭିଡ୍-୧୯ ପରିଚାଳନା ପାଇଁ ରାଷ୍ଟ୍ରୀୟ ନିର୍ଦ୍ଧେଶାବଳୀ ଆଧାରିତ ମାର୍ଗଦର୍ଶିକାନୁସାରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ସମସ୍ତ ସର୍ବସାଧାରଣ ସ୍ଥାନ / ପରିବହନ  ଓ କାର୍ଯ୍ୟ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖିବା ନିୟମ ଅନୁପାଳନ କରାଯିବା ଏବଂ ସର୍ବସାଧାରଣ ସ୍ଥାନ / କାର୍ଯ୍ୟସ୍ଥଳରେ କେହିଁ ଛେପ ପକାଇ ପାରିବେ ନାହିଁ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ୬ ଫୁଟ୍ ବ୍ୟବଧାନ ବଜାଇ ରଖିବେ । ଏହା ଅମାନ୍ୟ କଲେ ନିୟମାନୁସାରେ ଦଣ୍ଡିତ ହେବେ । ବିବାହ, ଉତ୍ସବ, ଅନ୍ତେଷ୍ଟି କ୍ରିୟା / ଶେଷକୃତ୍ୟ ଆଦି ସମାଜିକ କାର୍ଯ୍ୟକ୍ରମ ଯଥା ବିବାହ ପାଇଁ ୫୦ ରୁ କମ୍ ଏବଂ ଅନ୍ତେଷ୍ଟି / ଶେଷକୃତ୍ୟ କାର୍ଯ୍ୟ ପାଇଁ  ୨୦ ଜଣରୁ କମ୍ ଲୋକଙ୍କ ମଧ୍ୟରେ ଅନୁମତି ପୂର୍ବକ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ । ସର୍ବସାଧାରଣ ସ୍ଥାନ ମାନଙ୍କରେ ମଦ, ପାନ, ଗୁଟକା, ଟାବାକୋ(ତମ୍ବାକୁ) ଆଦି, ବ୍ୟବହାର ଉପରେ କଟକଣା ଲାଗୁ ରହିଛି । ଅନୁମତିପ୍ରାପ୍ତ ବସ୍, ସିଟି ବସ୍, ଟ୍ୟାକ୍ସି, ଅଟୋ ରିକ୍ସା ଏବଂ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚଳାଚଳ ନିୟମ ଅନୁଯାଇ ରାଜ୍ୟରେ ଚଳାଚଳ କରି ପାରିବ । ସାଲୁନ୍, ସ୍ପା, ବିୟୁଟି ପାଲର୍, ସେଲୁନ୍ (ବାରିକ ଦୋକାନ), ସତର୍କତା ଅବଲମ୍ବନ ପୂର୍ବକ ଗ୍ରାହକ ମାନଙ୍କ ପାଇଁ ସାନିଟାଇଜେସନ ବ୍ୟବସ୍ଥା ମଧ୍ୟରେ ପରିଚାଳାନା କରିବେ । ଅଗଷ୍ଟ ୫ରୁ ଜିମ ଓ ଯୋଗ କେନ୍ଦ୍ର ଖୋଲି ପାରିବ ; କିନ୍ତୁ କେନ୍ଦ୍ର ସରକାର ଜାରିବାକୁ ଯାଉଥିବା ଗାଇଡ଼ ଲାଇନକୁ ।ଳନ କରିବାକୁ ପଡ଼ିବ । 

 ନାଇଟ୍ କର୍ଫୁ୍ୟ ସଂଧ୍ୟା ୭ ଘଟିକାରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟିକା ପ୍ରତିଷ୍ଠାନ / ଅନୁଷ୍ଠାନ ଏବଂ ଜନସାଧାରଣଙ୍କ ଚଳ ପ୍ରଚଳ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ / ପୌରପ୍ରଶାସନ / ପୋଲିସ / ସରକାରୀ କାର୍ଯ୍ୟାଳୟରେ ଜରୁରୀ କାର୍ଯ୍ୟରତ ପଦାଧିକାରୀ, କର୍ମଚାରୀ, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ (ସରକାରୀ / ଘରୋଇ) ମେଡିକାଲ କେମିଷ୍ଟି ଡ୍ରଗିଷ୍ଟ ଦୋକାନର ଆଦି ଜରୁରୀ ସେବା କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି, ମାଲିକ, କର୍ମଚାରୀ, ଶିଳ୍ପ ୟୁନିଟି, ନିର୍ମାଣ କାର୍ଯ୍ୟ, ହୋଟେଲ, ହସ୍ପିଟାଲିଟି, ୟୁନିଟି, ଜାତୀୟ / ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ମୁଖ୍ୟ ସଡକପଥ କଡରେ ଥିବା ଢାବା, ପେଟ୍ରୋଲ ପମ୍ପ ଓ ସି.ଏନ୍.ଜି ଷ୍ଟେସନ ଆଦି କ୍ଷେତ୍ର / କାର୍ଯ୍ୟକ୍ରମରେ ନିୟୋଜିତ ପ୍ରାଧିକୃତ କର୍ମଚାରୀ ମାନଙ୍କୁ କଟକଣାରୁ ବାଦ୍ଦିଆଯାଇଅଛି । ସେହିପରି ଅଗଷ୍ଟ ମାସ ପ୍ରତି ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ସଡ୍ଡାଉନ୍ କଟକଣା ଲାଗୁ କରାଯାଇଛି । ସଟଡାଉନ ସମୟରେ କେବଳ ମେଡିକାଲ ପ୍ରତିଷ୍ଠାନ ଓ ହସପିଟାଲ୍, କ୍ଲିନିକ୍, ନର୍ସିଂହୋମ, ମେଡିସିନ ଷ୍ଟୋର, ଆମ୍ବୁଲାନ୍ସ ସେବା, ଜିଲ୍ଲା ଓ ମୁନିସିପାଲିଟି ପ୍ରଶାସନ, ପୋଲିସ, ଅଗ୍ନିଶମ ସେବା, କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀ / କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ ପମ୍ପ, ଜଳ ଯୋଗାଣ, ପରିମଳ ଓ ସ୍ୱେରେଜ୍ କାର୍ଯ୍ୟ, ବିଦୁ୍ୟତ୍ ଶକ୍ତି ଯୋଗାଣ ଓ ବିତରଣ, ଅତ୍ୟାବଶକୀୟ ଜିନିଷ ଯୋଗାଣ ପରିବହନ, ଶିଳ୍ପ ପ୍ରତିଷ୍ଠାନ, କଳ କାରଖାନା, କୃଷି ଓ ଉଦ୍ୟାନ କୃଷି,ଧାନମଣ୍ଡି କେନ୍ଦ୍ର, ମତ୍ସ୍ୟ,  ପ୍ରାଣୀ ସମ୍ପଦ ଏବଂ ସେବା କ୍ଷେତ୍ର ଶିଳ୍ପ, ଆଇଟି / ଆଇଟି ଇ ସେବା, ହୋଟେଲ୍, ହସ୍ପିଟାଲିଟି ୟୁନିଟି ଓ ତତ୍ସଂଲଗ୍ନ କାର୍ଯ୍ୟାଳୟରେ ନିୟୋଜିତ କର୍ମଚାରୀ, ଜାତୀୟ / ରାଜ୍ୟ ସଡକ ପରିବହନ ପାଇଁ ଟ୍ରାଜିଟ୍ ଯାନବାହାନ ଚଳାଚଳ, ସର୍ବସାଧାରଣ ଯାତ୍ରୀବାହୀ ବସ୍, ରେଳ ପରିବହନ, ଘରୋଇ ବସ୍, ଟ୍ୟାକ୍ସି, ଅଟୋରିକ୍ସା ଆଦି ଯାନବାହାନ ଯାତ୍ରୀ ନେବା ଆଣିବା ସେବା, ରେଳ ଷ୍ଟେସନ ଓ ବସ୍ ଟରମିନାଲ୍ ସେବା କ୍ଷେତ୍ରରେ ନିୟୋଜିତ ଅଧିକାରୀ / କର୍ମଚାରୀ, ଗ୍ରୋସରୀ ସାମଗ୍ରୀ ଓ ପନିପରିବା, , କ୍ଷୀର ଦୋକନା (ମିଲ୍କ ବୁଥ୍)  ଆଦିି ଅତ୍ୟାବଶକୀୟ ଜିନିଷ, ଘରୋଇ ରେଷ୍ଟୁରାଣ୍ଟ, ଜାତୀୟ / ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡକ ପଥ କଡରେ ଥିବା ଢାବା ଏବଂ ଖବର କାଗଜ ବିତରଣ (ହକର୍ସ) ଆଦି କ୍ଷେତ୍ରରେ ହୋମ ଡେଲିଭରୀ  ସେବା କାର୍ଯ୍ୟ କ୍ଷେତ୍ର ଗୁଡିକୁ ବାଦ ଦିଆଯାଇଛି । ତେବେ ଚଳିତ ଅଗଷ୍ଟ ୧ ଓ ୨ ତାରିଖ ଦୁଇ ଦିନ ଦିନ ଗୋଟାଏ ପର୍ଯ୍ୟନ୍ତ ସଟଡ଼ାଉନକୁ କୋହଳ କରାଯାଇଛି । 

ସର୍ବୋପରି ମୟୂରଭଞ୍ଜ ଜିଲ୍ଲାରେ କୋଭିଟ୍-୧୯ ପରି•ଳନା ଏବଂ  ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଦୃଷ୍ଟିରେ ରଖି ନାଇଟ୍ କର୍ଫୁ୍ୟ ସନ୍ଧ୍ୟା ୭ ଘଟିକାରୁ ସକାଳ ୫ ଘଟିକା ପର୍ଯ୍ୟନ୍ତ କେବଳ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତିତ କୌଣସି ବ୍ୟକ୍ତି ବାହାରେ  ଚଳ ପ୍ରଚଳ କରିପାରିବେ ନାହିଁ । ଏଥିରେ ଅମାନ୍ୟ କଲେ ନିୟମାନୁଯାଇ ବିହୀତ କାର୍ଯାନୁଷ୍ଠାନ  ଗ୍ରହଣ କରାଯିବ । ଏହାର ତ୍ୱରିତ କାର୍ଯ୍ୟକାରିତା  ପାଇଁ ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ପିଡି ଡିଆର୍ଡିଏ, ମୟୂରଭଞ୍ଜ, ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ , ବି.ଡି.ଓ , ତହସିଲଦାର, ନିର୍ବାହୀ ଅଧିକାରୀ, ପୌରପରିଷଦ, ବିଜ୍ଞାପିତ ପରିଷଦ ମୟୂରଭଞ୍ଜଙ୍କ ବିହିତ କାର୍ଯାନୁଷ୍ଠାନ ନିମନ୍ତେ ଜାରି ନିଦେ୍ର୍ଧଶନାମାରେ ଅବଗତ କରାଯାଇଛି । 

 

 

 

0
0
0
s2sdefault