ହେଡଲାଇନସ୍:

ଓଡ଼ଗାଁ ଅଂଚଳରେ ୩୧ କରୋନା ପଜେଟିଭ୍  ଚିହ୍ନଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ ଅନେକ ପ୍ରତିଷେଧକ ବ୍ୟବସ୍ଥାମାନ ଗ୍ରହଣ କରାଯାଉଥିଲା ବେଳେ କରୋନା ତାର କାୟା ବିସ୍ତାରୀ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି କରିଚାଲିଛି । ଗତକାଲି ଓଡ଼ଗାଁ ବ୍ଲକ ଅଂଚଳରେ ୧୨ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୧ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ୩୧ଜଣ ସଂକ୍ରମିତଙ୍କ ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିବାକୁ ବସିଲାଣି । ଆଜି ସଂକ୍ରମିତଙ୍କ ମଧ୍ୟରେ ଓଡ଼ଗାଁ ଥାନାରୁ ୨ଜଣ କରୋନା ଯୋଦ୍ଧାଙ୍କ ସହିତ ରୋହିବାଙ୍କରୁ ୧୩, ଭଗବତୀ ପ୍ରସାଦ ୭ଜଣ, ଶରଧାପୁରରୁ ୫, ସୁନାମୁହିଁ ୧ଜଣ, କୁରୁମବାଙ୍କତରା ୧ଜଣ, ନନ୍ଦିଘୋର ୧ଜଣ, ହରିହରପୁର ୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହି ସମସ୍ତ ଆକ୍ରାନ୍ତ ବାହ୍ୟ ସଂକ୍ରମିତ ବୋଲି ପ୍ରାଥମିକ ଭାବେ ସୂଚନା ମିଳିଛି । ଓଡ଼ଗାଁ ଏନଏସି ଏବଂ ବ୍ଲକ ଅଂଚଳରେ କରୋନା କାୟା ବିସ୍ତାରୀ ଚାଲିଥିବା ବେଳେ ଆବଶ୍ୟକତାକୁ ହୃଦୟଙ୍ଗମ କରି ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଉଥିବା ପ୍ରତିଷେଧକ ବ୍ୟବସ୍ଥା ଗୁଡିକୁ ମାନିନେଲେ କିଛିମାତ୍ରାରେ ସଂକ୍ରମଣକୁ ରୋକାଯାଇ ପାରନ୍ତା । । 

0
0
0
s2sdefault