ହେଡଲାଇନସ୍:

ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ମାସ ୩୧ ତାରିଖରେ ବ୍ଳକର ୩ ଜଣ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଲେମତାଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୃଷ୍ଣ ଚନ୍ଦ୍ର ଗୌରୀ ସେଠୀ , ଉଲାଭଦ୍ରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବି. ଗୋପାଳ ରାଓ ଓ ଜାନୀଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବି.ଆପାରାଓଙ୍କୁ କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ବୃଷକେତୁ ଦାଶ  ପ୍ରୋଭିଜନାଲ ପେନସନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ  ଶିକ୍ଷାଧିକାରୀ ଟି. କିଶୋର କୁମାର , ବରିଷ୍ଠ ସହାୟକ ଗୋପସୁନ୍ଦର ଦାସ , ସି.ଆର.ସି.ସି ମୋହନ ରାଓ ଓ ରମାକାନ୍ତ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ମାନଙ୍କ ଅବସର ଗ୍ରହଣ ଦିନ ପେନ୍ ସନ୍ ପ୍ରଦାନ କରାଯାଇଥିବାରୁ ଶିକ୍ଷକ ମହଲରେ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

0
0
0
s2sdefault