ହେଡଲାଇନସ୍:

ସୁନ୍ଦରଗଡ ଗସ୍ତରେ ମନ୍ତ୍ରୀ ଟୁକୁନି ସାହୁ, ପ୍ଲାଜ଼ାମା ଦାନକୁ ଉତ୍ସାହିତ କରିବା ପାଇଁ ନେଲେ ସମୀକ୍ଷା ବୈଠକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ (ହୋରାଚାନ୍ଦ ଦେଉରିଆ) : ପ୍ଲାଜ଼ାମା ଦାନକୁ ଉତ୍ସାହିତ କରିବା ପାଇଁ ସୁନ୍ଦରଗଡ଼ ଜ଼ିଲ୍ଲାର  ଦାୟୀତ୍ୱ  ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ  ଶ୍ରୀମତୀ ଟୁକୁନି ସାହୁଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦେଇଥିବା ବେଳେ ସେହିକ୍ରମରେ  ମନ୍ତ୍ରୀ ଶ୍ରୀମତୀ ସାହୁ ସୁନ୍ଦରଗଡ ଗସ୍ତରେ ଆସିଥିଲେ |

 ପୂର୍ବନିର୍ଧାରିତ କାର୍ଯ୍ୟସୁଚି ଅନୁଯାୟୀ ସୁନ୍ଦରଗଡ଼ ସର୍କିଟ ହାଉସ ଠାରେ ଦିବା ୧୧ ଟା ସମୟରେ ଆସି ପହଂଚିଥିଲେ ମନ୍ତ୍ରୀ ଶ୍ରୀମତୀ ସାହୁ | ସେଠାରେ ପହଂଚିବା ମାତ୍ରେ ତାଙ୍କୁ ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ସୁନ୍ଦରଗଡ଼ ସାଙ୍ଗଠନିକ ଜ଼ିଲ୍ଲା ସଭାପତି ତଥା ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନୟନ ବିକାଶ ପରିଷଦ ଅଧକ୍ଷ  ବିନୟ କୁମାର ଟପ୍ପୋ ଓ ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ତଥା ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ସମେତ  ବିଜୁ  ମହିଳା ଜନତା ଦଳ,ସୁନ୍ଦରଗଡ଼ ବିଜୁ  ଯୁବ ଜନତା ଦଳ, ସୁନ୍ଦରଗଡ଼ ବିଜୁ ଛାତ୍ର ଜନତା ଦଳ ତରଫରୁ  ପୁଷ୍ପ ଗୁଚ୍ଛା ଓ ଉତ୍ତରୀୟ ପ୍ରଦାନ କରି  ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା  | ପରେ  ରାଉରକେଲା ନିର୍ବାଚନ ମଣ୍ଡଳୀ ବିଧାୟକ ସାରଦା ଶ୍ରୀ ପ୍ରସାଦ ନାୟକ ,ଜିଲ୍ଳାପାଳ ଶ୍ରୀ ନିଖିଳ ପବନ କଲ୍ୟାଣ ,ଆରକ୍ଷୀ ଅଧିକାରୀ ସୁଶ୍ରୀ ସାଗରିକା ନାଥ ,ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିନୟ ଟପ୍ପୋ ,ପୂର୍ବତନ ରାଜଗାଙ୍ଗପୁର ବିଧାୟକ ଶ୍ରୀ ମଙ୍ଗଳା କିଷାନ ,ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ ସିଂ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଏମା ଏକ୍କା, ଶ୍ରୀମତୀ ସୁନିତା ବିଶ୍ୱାଳ, ସନ୍ତୋଷ ଅମାତ ପ୍ରମୁଖ ଙ୍କ ଉପସ୍ଥିତିରେ ସୁନ୍ଦରଗଡ଼ ଜିଲ୍ଲାର କୋରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କୁ କିପରି ଅଧିକରୁ ଅଧିକ ପ୍ଲାଜମା ଦାନକରିବା ପାଇଁ ଉତ୍ସାହିତ କରାଯାଇପାରିବ ସେ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା l ଜ଼ିଲ୍ଲାରୁ ଅଧିକ ସଂଖ୍ୟାରେ ପ୍ଲାଜମା ସଂଗ୍ରହ କରାଯାଇପାରିଲେ ରାଜ୍ୟରେ  କୋରୋନା ଭୁତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ଗୁରୁତର ରୋଗୀ ମାନଙ୍କୁ ସେହି ପ୍ଲାଜମା ଚିକିତ୍ସା ମାଧ୍ୟମରେ ସେହି ପ୍ଲାଜମା  ଦିଆଯାଇ ସେମାନଙ୍କୁ  ଶୀଘ୍ର ସୁସ୍ଥ କରାଯାଇ ପାରିବ ଓ  ଏହି ଗୋଟିଏ ଛୋଟ ପ୍ରଚେଷ୍ଟା ଦ୍ବାରା ଅନେକ ଲୋକଙ୍କର ଜୀବନ ରକ୍ଷା କରାଯାଇ ପାରିବା ସହ ଅନେକ ପରିବାରର  ମୁହଁରେ ହସ ଫୁଟିପାରିବ ବୋଲି ମନ୍ତ୍ରୀ କହିଥିଲେ l

ଆଜିର ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜନ୍ମଜେୟ ମହାପାତ୍ର, ହରଜେନ୍ଦ୍ର ସିଂ, ଜିତେନ୍ଦ୍ରିୟ କର, ଗୋପ ମହାନ୍ତି, ଲଲାଟେନ୍ଦୁ ପରିଡା, ଜୟ ନାରାୟଣ ତ୍ରିପାଠୀ, ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଜୋନ ସଭାପତି ବୈକୁଣ୍ଠ ନାଏକ,ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ସୁମନ୍ତ କୁମାର ପଣ୍ଡା, ବିଜୁ ଜନତା ଦଳ ଆଇନଜୀବି ସାମ୍ମୁଖ୍ୟ ଜ଼ିଲ୍ଲା ଆବାହକ ଅଶୋକ କୁମାର ସ୍ୱାଇଁ , ସୁନ୍ଦରଗଡ଼ ବ୍ଲକ ସଭାପତି ତଥା  ବ୍ଲକ ଉପାଧ୍ୟାକ୍ଷ ଶ୍ରୀ  ଅଶ୍ଵିନୀ କୁମାର ନାଏକ,ଟାଙ୍ଗରପାଲି ବ୍ଲକ ସଭାପତି ସନ୍ତୋଷ କୁମାର ଆଚାର୍ଯ୍ୟ, ଟାଉନ ସଭାପତି ସୁରେନ୍ଦ୍ର କୁମାର ଭିତରିଆ, ବାଲିଶଙ୍କରା ବ୍ଲକ ସଭାପତି କେଶବ ରାଣା, ବଡ଼ଗାଁ ବ୍ଲକ ସଭାପତି ଦେବାଶିଷ ମିଶ୍ର, ଲେଫ୍ରିପଡା ବ୍ଲକ ସଭାପତି ପ୍ରଶାନ୍ତ ପ୍ରୂସେଠ,  ସୁନ୍ଦରଗଡ଼ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ,ପୂର୍ବତନ ଉପ ନଗରପାଳ ଶ୍ରୀମତୀ ରଞ୍ଜନା ପଣ୍ଡା, ପୂର୍ବତନ  କାଉନ୍ସିଲର ପଞ୍ଚା ବାରଲା, ବୀଣା ସାହୁ, ଟିକେଶ୍ବରୀ ନାଏକ, ବରିଷ୍ଠ ଆଇନଜୀବି  ପ୍ରଦିପ ମହାପାତ୍ର,ଯୁବ ନେତା ଷ୍ଟିଫେନ ଉଇଲସନ ସୋରେଙ୍ଗ,  ଅମୃତ ଶେଖର ଦେଓ, ଶିବାଜୀ ନାଏକ,ସେହଭାଜ ହୁସେନ, ତ୍ରିଲୋଚନ କୋକ, ମୁକେଶ ପୁରୋହିତ,ବିସ୍ମୟ ପଟ୍ଟନାୟକ, ହେମନ୍ତ ପାଢ଼ୀ, ଆଶିଷ ପଶାୟତ, ପ୍ରକାଶ ସାହୁ,   କିଶୋର ସାହୁ, ପ୍ରଦିପ ସାହୁ, ସୁନିଲ ମହାପାତ୍ର, ଅନିଲ ମହାପାତ୍ର,  ହେମନ୍ତ ମେହେର,ଅନିରୁଦ୍ଧ ସାହୁ, ଦିନେଶ ଠାକୁର, ରେହାନ ଖାନ, ସୁବ୍ରତ ନାଏକ, ଅମିତ ପଟେଲ,ଅଜୟ ଅମାତ, ସୁମନ୍ତ କୁମାର ସାହୁ  ରାକେଶ ଜେନା, ଆଶିଷ ତ୍ରିପାଠୀ, ଅନିତା ଶର୍ମା, ସୁଶୀଳା ନାଗ, ସୁଧାରାଣୀ ରାଉଡିଆ, ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ଜ୍ୟୋସ୍ନା ସିଂ, ପ୍ରଣତି ସାହୁ, ଉର୍ମିଳା ଗନ୍ଧା, ଅମ୍ବିକା କଲସେର ସମେତ ଅନ୍ୟମାନେ ଯୋଗ   ଦେଇଥିଲେ l

ଶେଷରେ ମନ୍ତ୍ରୀଙ୍କୁ ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟର ୩ ଜଣ ଡାକ୍ତର ଯଥା ଡ଼ ସାଗର ଦଳେଇ, ଡ଼ ପୁଷ୍ପମିତ୍ର ଭିତରିଆ, ଡ଼ ସୁବାସିନୀ ପାଣ୍ଡେଙ୍କ ବଦଳି ବାତିଲ କରିବା ପାଇଁ ଦାବି ପତ୍ର ପ୍ରଦାନ କରାଗଲା l

0
0
0
s2sdefault