ହେଡଲାଇନସ୍:

ପ୍ରକାଶ ପାଇଲା ମାଟ୍ରିକ ଫଳ : ପାସ ହାର  ୭୮.୭୬ % 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ସର୍ବାଧିକ ପାସ୍ ହାର ୮୯ .୩୭  ପ୍ରତିଶତ ସହ ସର୍ବାଗ୍ରେ ବରଗଡ଼ ଜିଲ୍ଲା 

  • ଶୂନ ରେଜଲ୍ଟ କରିଥିବା  ସ୍କୁଲ ସଂଖ୍ୟା  ଗତବର୍ଷର ୮୨ରୁ ଖସି ଏବର୍ଷ ମାତ୍ର ୩୧

  • ଶତ ପ୍ରତିଶତ ପରୀକ୍ଷା ଫଳ କରିଥିବା  ସ୍କୁଲ ସଂଖ୍ୟା ପୂର୍ବବର୍ଷ ତୁଳନାରେ ଦୁଇ ଗୁଣରୁ ଅଧିକ 

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ |  ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଦ୍ୱାରା ଆଜି ମାଟ୍ରିକ୍ ରେଜଲ୍ଟ ଫଳ ପ୍ରକାଶ ପାଇଛି । ମୋଟ ୫, ୩୪, ୮୪୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉତ୍ତୀର୍ଣ ହୋଇଛନ୍ତି ୪,୨୧, ୨୫୬ ଛାତ୍ରଛାତ୍ରୀ । ପାସ୍ ହାର ଏଥର ରହିଛି  ୭୮.୭୬ % । ଗତବର୍ଷ ତୁଳନାରେ ୬.୪୧% ଅଧିକ ହୋଇଛି ଏଥରର ପାସ ହାର ।ବରଗଡ ଜିଲ୍ଲା ସର୍ବାଧିକ ପାସ୍ ହାର ୮୯ .୩୭  ପ୍ରତିଶତ ରେକର୍ଡ କରିଛି  | ଦ୍ଵିତୀୟ ସ୍ଥାନରେ ଅଛି ଖୋର୍ଦ୍ଧା ଜିଲ୍ଲାରୁ  ୮୭ .୨୮  ପ୍ରତିଶତ । ପୁରୀଜିଲ୍ଲା ତୃତୀୟ ସ୍ଥାନରେ ରହିଛି  ୮୬ .୮୨  ପ୍ରତିଶତ ସହ |  

ପୂର୍ବଥର ଭଳି  ଛାତ୍ରୀମାନେ ରଥର ଛାତ୍ରଙ୍କ ତୁଳନାରେ ଭଲ କରିଛନ୍ତି । ୨,୪୭, ୪୫୧ ଛାତ୍ରଙ୍କ ମଧ୍ୟରୁ ୧,୯୨, ୫୦୧ ଛାତ୍ର କୃତକାର୍ଯ୍ୟ ହୋଇଥିବା ବେଲେ ୨, ୬୨, ୭୨୮ ଛାତ୍ରୀଙ୍କ ମଧ୍ୟରୁ ୨,୧୫, ୩୬୭ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରୀଙ୍କ ପାସ୍ ହାର୍ ହେଉଛି ୮୧.୯୮% ଥିବା ବେଳେ ଛାତ୍ରଙ୍କ ପାସ୍ ହାର୍  ରହିଛି ୭୭% । ଗତବର୍ଷ ତୁଳନାରେ ଏଥର ଏ ଗ୍ରେଡ଼ ଅଧିକ ପାଇଛନ୍ତି |  ଗତବର୍ଷ ଏ ଗ୍ରେଡ୍ ରେ  ୧୧୮୦ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଏଥର ଏ ଗ୍ରେଡ୍ ପାଇଛନ୍ତି ୧୨୭୯ ।

 ଶତ ପ୍ରତିଶତ ପରୀକ୍ଷା ଫଳ କରିଥିବା  ସ୍କୁଲ ସଂଖ୍ୟା ପୂର୍ବବର୍ଷ ତୁଳନାରେ ଦୁଇ ଗୁଣରୁ ଅଧିକ |  ଏବର୍ଷ ୬୭୮ ସ୍କୁଲ୍ ରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା ବେଲେ ଗତବର୍ଷ ଏହି ସଂଖ୍ୟା ୨୮୯ଥିଲା |  ଶୂନ ରେଜଲ୍ଟ କରିଥିବା  ସ୍କୁଲ ସଂଖ୍ୟା  ଗତବର୍ଷର ୮୨ ଥିବା ବେଲେ  ଚଳିତବର୍ଷ ଶୂନ୍ ରେଜଲ୍ଟ ସ୍କୁଲ ସଂଖ୍ୟା ରହିଛି ମାତ୍ର ୩୧ ।

ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗତ ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ସରିଥିଲା । ତେବେ କରୋନା ଲକ୍ ଡାଉନ୍ ଓ ଅମ୍ଫନ୍ ବାତ୍ୟା ଯୋଗୁଁ ମୂଲ୍ୟାଙ୍କନରେ ବାଧା ସୃଷ୍ଟି ହୋଇଥିଲା  । ବହୁ ବିଳମ୍ବରେ ମୂଲ୍ୟାଙ୍କନ ଆରମ୍ଭ ହୋଇଥିଲେ  ବି ସେମିତି କିଛି ବିଳମ୍ବ ହୋଇନାହିଁ ।

0
0
0
s2sdefault