ଯୋଗ୍ୟ ହିତାଧିକାରୀ ମାନଙ୍କୁ ମିଳୁନାହିଁ ସରକାରୀ ସୁବିଧା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବରଗଡ :- ବିଧବା ଭତ୍ତା , ବାର୍ଦ୍ଧକ୍ୟ ଭତ୍ତା , ବିକଳାଙ୍ଗ ଭତ୍ତା କୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ । ସ୍ୱାଭାବିକ ଭାବରେ କହିବାକୁ ଗଲେ ଏହିପରି ବହୁ ହିତାଧିକାରୀ ଅଛନ୍ତି ଯେଉଁମାନେ ସରକାର ଙ୍କର ଦ୍ୱାରା ନିର୍ଧାରିତ ସମସ୍ତ ମାନଦଣ୍ଡରେ ଯୋଗ୍ୟ ଥାଇ ମଧ୍ୟ ସରକାରୀ ସୁବିଧାରୁ ବର୍ଷ ବର୍ଷ ଧରି ବଂଚିତ ହେଉଛନ୍ତି । ସରକାର ଯୋଗ୍ୟ ହିତାଧିକାରୀ ମାନଙ୍କର ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ସତ କିନ୍ତୁ ଉକ୍ତ ଯୋଜନା ଗୁଡିକୁ କାର୍ଯକାରୀ କରୁଥିବା ଅଧିକାରୀ ମାନଙ୍କର ଖାମଖିଆଳି ମନୋଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ମାନେ ସରକାର ବାହାଦୂର ଙ୍କର ଦ୍ୱାରା ପ୍ରଦତ୍ତ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ବୁକୁରାମୁଣ୍ଡା ପଞ୍ଚାୟତ ର ଲହଙ୍ଗିର ଗ୍ରାମରୁ । ସେହି ଗ୍ରାମରେ ବାସ କରୁଥିବା ରାଧିକା ବରିହା ,ସ୍ୱାମୀ ସ୍ବର୍ଗତ ରାଜକୁମାର ସିଂ ବରିହା ଙ୍କର ନାମରେ ବିଗତ ପ୍ରାୟ ଦେଢ଼ ବର୍ଷ ତଳେ ଭତ୍ତା ଅନୁମୋଦନ ହେଇଥିଲା । କିନ୍ତୁ ସ୍ଥାନୀୟ ଅଧିକାରୀ ମାନଙ୍କର ଚରମ ଅବହେଳା କାରଣରୁ ରାଧିକା ଯୋଗ୍ୟ ହୋଇ ମଧ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଇଥିଲେ । ଚକିତ କଲାଭଳି କଥାଟି ହେଲା ରାଧିକା ବରିହା ଙ୍କର ନାମରେ ଆସୁଥିବା ଭତ୍ତାକୁ ତତ୍କାଳୀନ ସ୍ଥାନୀୟ ପଂଚାୟତ କାର୍ଯନିର୍ବାହୀ ଅଧିକାରୀ ବିର୍ଥରାମ ବରିହା କ୍ରମାଗତ ଭାବରେ ଅନ୍ୟ ଜଣେ ରାଧା ବରିହା ନାମକ ମହିଳାଙ୍କୁ ପ୍ରଦାନ କରି ଆସୁଥିଲେ । ଆଶ୍ଚର୍ଯ୍ୟର କଥା ହେଲା ଯେ ଏହି ଘଟଣା ବାବଦରେ ସ୍ଥାନୀୟ ବ୍ଲକ ପ୍ରଶାସନ ପାଖରେ କୋଣସି ସନ୍ତୋଷ ଜନକ ଉତ୍ତର ନାହିଁ । ଏହିଭଳି ଘଟଣା ଜାଣିବା ପରେ ବୁକୁରାମୁଣ୍ଡା ସମିତି ସଭ୍ୟ ଶ୍ରୀ ଜଗନ୍ନାଥ , ଦୀର୍ଘ ତିନି ମାସରୁ ଉର୍ଦ୍ଧ୍ବ ସମୟ ଧରି ବାରମ୍ବାର ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି ହେଲେ କୋଣସି ସୁଫଳ ମିଳିନଥିଲା । ଆଜି ସ୍ଥାନୀୟସାମାଜିକ ଗଣମାଧ୍ୟମ ରେ ଏକଥା ପ୍ରକାଶ ପାଇବା ପରେ ପାଇକମାଲ BDO ଶ୍ରୀ ସୁରେନ୍ଦ୍ର ମେହେର ଓ ରମେଶ ଚନ୍ଦ୍ର ସେଠି ଡେମେଜ କଣ୍ଟ୍ରୋଲ କରିବା ପାଇଁ ରାଧିକା ଙ୍କର ଘରକୁ ଯାଇ ତାଙ୍କୁ ସମୁଦାୟ 7000 (ସାତ ହଜାର ଟଙ୍କା) ଭତ୍ତା ବାବଦକୁ ପ୍ରଦାନ କରିଥିଲେ । ଏହି ବାବଦରେ ଆମେ ବ୍ଲକ ଅଧିକାରୀ ମାନଙ୍କର ସହିତ ଆଲୋଚନା କରିବାରୁ ସେମାନେ କହିଥିଲେ ଯେ ଏକା ନାମ ଥିବାରୁ ଭୁଲଭାଲ ହୋଇ ଯାଇଛି । ତେବେ ପ୍ରଶ୍ନ ହେଉଛି ଯେ ରାଧିକା ଓ ରାଧା ଭିତରେ ଅଧିକାରୀ ମାନେ ପାର୍ଥକ୍ୟ ଦେଖି ପାରିଲେ ନାହିଁ କେମିତି ? ରାଧିକା ଙ୍କର ସ୍ୱାମୀ ଙ୍କର ନାମ ସ୍ବର୍ଗତ ରାଜକୁମାର ସିଂହ ବରିହା ,ଓ ରାଧାଙ୍କର ସ୍ଵାମୀ ଙ୍କର ନାମ ପୁର୍ଣ ଚନ୍ଦ୍ର ବରିହା , ଅଧିକାରୀ ମାନଙ୍କୁ ଏକଥା ଦିଶିଲା ନାହିଁ କେମିତି , ? ଆଉ ସବୁଠାରୁ ବଡ଼ କଥା ହେଲା ଯେ ହିତାଧିକାରୀ ରାଧିକା ଭତ୍ତା ନିମନ୍ତେ ପ୍ରଦାନ କରିଥିବା ଆବେଦନ ରେ ତାଙ୍କର ଭୋଟର ID ତଥା ଫୋଟୋ ମଧ୍ୟ ଦେଇଥିଲେ , ଦୀର୍ଘ ଦେଢ଼ ବର୍ଷ ହେଲା ଅଧିକାରୀ ମାନେ ଏହା ଦେଖି ପାରିଲେ ନାହିଁ କେମିତି ? ନିଶ୍ଚିତ ଭାବରେ ପଂଚାୟତ ରୁ ବ୍ଲକ ପର୍ଯନ୍ତ ସମସ୍ତ ଅଧିକାରୀ ମାନଙ୍କର ଭୂମିକା ଏହି ମାମଲାରେ ସନ୍ଦେହ ଘେରରେ ରହିଛି । ତତ୍ୱବାଧାନ ବୁକୁରାମୁଣ୍ଡା କାର୍ଯ୍ୟନିର୍ବାହୀ ଅଧିକାରୀ ଗତ ମାସରୁ ଅବସର ଗ୍ରହଣ କରି ସାରିଛନ୍ତି । ବର୍ତ୍ତମାନ ସ୍ଥାନୀୟ ବ୍ଲକ ଅଧିକାରୀ ମାନେ ତାଙ୍କ ମୁଣ୍ଡରେ ଦୋଷ ଦେଇ ଖସିବାକୁ ଉଦ୍ୟମ କରୁଛନ୍ତି ତେଣୁ ଏହି ସମ୍ବେଦନଶୀଳ ମାମଲାର ଉଚ୍ଚ ସ୍ଥାରୀୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ।

0
0
0
s2sdefault