ନିଶାପାଇଁ ନିଶାଡୀ ପିଉଛନ୍ତି କଫ ସିରପ, ରାସ୍ତାକଡ଼ରେ ଅବାଧ ନକଲି ମଦ ବିକ୍ରି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାସ୍ତାପାର୍ଶ୍ଵରୁ ମଦ ଦୋକାନ ସ୍ଥାନାନ୍ତର ଦାବି

ଝାରବନ୍ଧ-ମନୋହାର ଦାଶ : ବର୍ତ୍ତମାନ ସମଗ୍ର ବିଶ୍ୱ ରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଥିବା ବେଳେ ଏହା କୁ ରୋକିବା ପାଇଁ ପ୍ରସାଶନ ପକ୍ଷ ରୁ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଲକଡାଉନ ଓ ସଟଡାଉନ କରା ଯାଇଛି।ପୋଲିସ ବିଭାଗ ପକ୍ଷ ରୁ କଡ଼ାପ୍ରହରା ମଧ୍ୟ ଦିଆଯାଇଛି।ଏହି ସମୟ ରେ ସମସ୍ତ ପ୍ରକାର ନିଶା କାରବାର ବନ୍ଦ ରହିଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଲଉଡିଦରହା ରାସ୍ତା ପାଖରେ ଖୋଲିଥିବା ବିଦେଶୀ ମଦ ଦୋକାନ ରେ ଏବେ ମାରାତ୍ମକ ନିଶାକାର୍ବାର ମୁଣ୍ଡଟେକିଛି।ଏହା ହେଉଛି କୋଡେଇନ ଫୋସଫେଟ ସିରପ ସାଧାରଣତଃ ଏହି ସିରପ ଥଣ୍ଡା କାଶ ପାଇଁ ବ୍ୟବହାର କରାଯାଇଥାଏ।

ଅନାୟାସରେ ମିଳୁଥିବାରୁ ଏହାକୁ କେତେକ ନିଶାଡୀ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି।ତାପାଖରେ କମମୁଲ୍ୟ ରେ ଓ ସୁବିଧା ରେ ମିଳୁଥିବାରୁ ଏହାର କାରବାର ଓ ନିଶା କରୁଥିବା ଯୁବପୀଢ଼ି ମାନଙ୍କ ମଧ୍ୟ ରେ ଏହାର ଚାହିଦା ବଢ଼ିବାରେ ଲାଗିଛି।ଏହି ସିରପ କୁ ବହୁ ଦାମୀ ନିଶାର ସମକକ୍ଷ ନିଶା ଏବଂ ଏହା କୁ ଗ୍ରହଣ କଲେ କୌଣସି ଗନ୍ଧ ନ ହେଉଥିବାରୁ ପୋଲିସ କିମ୍ବା ପରିବାର ରେ ଧରା ପଡିବାର ପରିସ୍ଥିତି ଉପୁଜିବ ନାହିଁ ବୋଲି ଜଣାଇ ଉକ୍ତ ମଦ ଦୋକାନ ରେ ବିଭିନ୍ନ ବ୍ରାଣ୍ଡ ର ମଦଗୁଡିକ ଅବାଧ ରେ ବିକ୍ରିଚାଲିଛି।ସରକାରଙ୍କ ଅବକାରୀ ବିଭାଗ ଦ୍ବାରା ଧାର୍ଯ୍ୟ କରାଯାଇ ବୋତଲ ଉପରେ ପ୍ରିଣ୍ଟ କରାଯାଉଥିବା ମୂଲ୍ୟ ଠାରୁ ଅଧିକ ଦାମ ରେ ମଦ ବିକ୍ରି କରାଯାଉଛି।ଗତ ୨୬/୭ ଦିନ ଅପରାହ୍ନ ସମୟ ରେ ଲଉଡିଦରହା ଢେରାଖାପ ଛକ କୁ ଜଗଦଲପୁର ପୋଲିସ ଗାଡି ଆସିଥିବା ସମୟ ରେ ଉକ୍ତ ମଦ ଦୋକାନ ରେ ଚତୁଃପାଶ୍ୱର୍ରେ ରୁଣ୍ଡ ହୋଇଥିଲେ ପୋଲିସଗାଡି ଦେଖିବା ମାତ୍ରେ ପାର୍ଶ୍ଵ ରେ ଥିବା ଚାଷଜମି କୁ ପବନ ବେଗରେ ଦଉଡି ପଳାଇଥିଲେ।ଉଭୟ ଦୋକାନ ର ଆଖ ପାଖ ରେ ମଦ ବୋତଲ ଓ ୱାନ୍ସ ୟୁଜ ଗ୍ଲାସ ଏଣେ ତେଣେ ବିଛୁରିତ ହୋଇଥିବା ପରିଲକ୍ଷିତ ହୋଇଛି।ସତେଯେପରି କେବେ ସଫା ସୁତୁରା କରାଯାଉ ନାହିଁ।ଏହି ରାସ୍ତା ଦେଇ ଲଉଡିଦରହା ପଞ୍ଚାୟତ ସେବା ସମବାୟ ତଥା ଛତିଶଗଡ଼ କୁ ପ୍ରତ୍ୟହ ଶହଶହ ଯାନବାହାନ ଯାତାୟତ କରିଥାଏ।ଯାତାୟତ ସମୟ ରେ ଦୋକାନ ପାଖ ରେ ମଦ ବୋତଲ ଓ ଗ୍ଲାସ ପଡି ଥାଏ ।ଏଥି ସହ ଡୁଙ୍ଗୁରିପାଲି ହାଇସ୍କୁଲ କୁ ପଢି ଯାଉଥିବା ଝିଅ ମାନଙ୍କ ଉପରେ ଖରାପ ନଜର ପଡିଥାଏ।ମଦ ପିଇବା ପରେ କେତେକ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିବା ସହିତ ବିଭିନ୍ନ ପ୍ରକାର ର ଅସାମାଜିକ କାର୍ଯ୍ୟ କରିଥାନ୍ତି । ଏହି ମଦ ଦୋକାନ କୁ କୌଣସି।ଏକ ଜନ ଶୂନ୍ୟ ସ୍ଥାନ କୁ ସ୍ଥାନାନ୍ତର କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।ଝାରବନ୍ଧ ତହସିଲଦାର , ଝାରବନ୍ଧ ବି.ଡ଼ି.ଓ ଏବଂ ଜଗଦଲପୁର ଥାନା ଅଧିକାରୀଙ୍କୁ ଅବଗତ କରାଯାଇଛି।

0
0
0
s2sdefault