ନୂଆ ୭୩ ଆକ୍ରାନ୍ତଙ୍କ ସହ  କରୋନା ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୧୦୫୬ରେ :   ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୭୩ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । 

ସେମାନଙ୍କ ମଧ୍ୟରୁ ଜିଲ୍ଲାର ପାରଳାଖେମୁଣ୍ଡିରୁ ୩୬ ଜଣ ,  ରାୟଗଡ ବ୍ଳକରୁ ୪ ଜଣ , ନୂଆଗଡ ବ୍ଳକରୁ ୪ ଜଣ , ମୋହନା ବ୍ଳକରୁ ୧୧ ଜଣ , କାଶୀନଗର ବ୍ଳକରୁ ୮ ଜଣ , ଗୁମ୍ମା ବ୍ଳକରୁ ୪ଜଣ ,   ଗୋଷାଣୀ ବ୍ଲକରୁ ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ଏହି ସମସ୍ତ ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରକୁ  ପଠାଇ ଦିଆଯାଇଛି ।ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଆଜିର ୭୩ ଜଣଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୦୫୬ ରେ ପହଞ୍ଚିଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।

0
0
0
s2sdefault