ଆସନ୍ତାକାଲିଠାରୁ ୧୦ ଦିନ ସମ୍ବଲପୁର ଜିଲ୍ଲା ସଟ୍ ଡାଉନ୍ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): କରୋନା ସଂକ୍ରମଣ ରୋକିବାକୁ ଆସନ୍ତାକାଲି ୨୨ ତାରିଖ ଠାରୁ ସମ୍ବଲପୁର ଜିଲ୍ଲା ୧୦ ଦିନ ପାଇଁ ସଟ୍ ଡାଉନ ରହିବ ବୋଲି ଜିଲ୍ଲାପାଳ ଶୁଭମ୍ ସକ୍ସସେନା ଆଜି  ଘୋଷଣା କରିଛନ୍ତି । ସେ କହିିଛନ୍ତି,୧୦ ଦିନିଆ ସଟ୍ ଡାଉନ ଦୁଇ ପର୍ଯ୍ୟାୟରେ ଲାଗୁ ହେବ । ୨୨ ତାରିଖରୁ ୨୫ ତାରିଖ ପ୍ରଥମ ପର୍ଯ୍ୟାୟ ଏବଂ ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ରହିବ । ସଟ୍ ଡାଉନ ସମୟରେ ଜିଲ୍ଲାରେ ସମସ୍ତ ଘରୋଇ ଓ ସରକାରୀ କାର୍ଯ୍ୟାଳୟ, ଗାଡ଼ିମୋଟର ଚଳାଚଳ, ଦୋକାନ ବଜାର ବନ୍ଦ ରହିବ । ଅତ୍ୟାବଶ୍ୟକ ସେବା ବ୍ୟତୀତ କୌଣସି ଦୁଇ ଚକିଆ ଯାନକୁ ଚଳାଚଳ ଅନୁମତି ମିଳିବ ନାହିଁ । ତେବେ କ୍ଷୀର, ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ପେଟ୍ରୋଲ ପମ୍ପ, ହସପିଟାଲ, କ୍ଲିନିକ୍, ଔଷଧ ଦୋକାନ ଓ ଖାଦ୍ୟ ପାର୍ସଲ ନେବାକୁ ରାସ୍ତା ପାଶ୍ୱର୍ ଢାବା ଖୋଲା ରହିବ ।

      ଦ୍ୱିତୀୟ ପର୍ଯ୍ୟାୟ ସଟ୍ ଡାଉନରେ କଟକଣା ସାମାନ୍ୟ କୋହଳ ହେବା ଆଶା କରାଯାଉଛି ।ଉଲ୍ଲେଖଯୋଗ୍ୟ, ଆଜି  ସମ୍ବଲପୁର ଜିଲ୍ଲାରେ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

0
0
0
s2sdefault