ହେଡଲାଇନସ୍:

୭୧ ତମ ବନମହୋତ୍ସବ  ସପ୍ତାହ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା(ଅମିତ ପୁରୋହିତ) ; ଜଙ୍ଗଲ ଓ ପରିବେଶ ବିଭାଗ ଓଡିଶା ସରକାରଙ୍କ ତରଫରୁ ଆଜି ୭୧ତମ ବନ ମହୋସôବ ସପ୍ତାହ ପାଳନ ଉଦ୍ଘାଟିତ ହୋଇଯାଇଛି । ଖଡିଆଳ ବନଖଣ୍ଡ ନୂଆପଡା ଜିଲ୍ଲା ସୈାଜନ୍ୟରେ ସ୍ଥାନୀୟ ଏକତା ଛକ ଠାରେ ଏକ ସଭାର ଆୟୋଜନ ହୋଇଥିଲା । ଏସ୍ ସି ଏଫ୍ ଜୟରାମ ଶବର ଙ୍କ ଅଧ୍ୟକ୍ଷତାରେ  ସ୍ଥାନୀୟ  ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ବନ ମହୋସôବ ସପ୍ତାହ ପାଳନ କୁ ଉଦ୍ଘାଟନ କରିଥିଲେ । ରେଞ୍ଜର ବିନିତା ଭୋଇ, ଫରେଷ୍ଟର କନ୍ଦର୍ପ ସୁନାନୀ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ । ସୃଷ୍ଟିରେ ଜୀବଜଗତ ଅସ୍ତିତ୍ୱରେ ବୃକ୍ଷର କେତେଯେ ମହତ୍ୱ ରହିଛି ଅତିଥି ମାନେ ଲୋକ ମାନଙ୍କୁ ସଚେତନ କରାଇଥିଲେ । ଖଡିଆଳ ବନଖଣ୍ଡ ନୂଆପଡା ତରଫରୁ ବିଭିନ୍ନ ପ୍ରକାରର ୫୦୦ ରୁ ଅଧିକ ଚାରା ଯଥା ପଣସ, ଲିମ୍ବ, କରଞ୍ଜ, ବାହାଡା, ଅଁଳା, ବର ଆଦି ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା । ଚାରା ବଣ୍ଟନରେ ଫରେଷ୍ଟ ଗାର୍ଡ ପରମାନନ୍ଦ ତାଣ୍ଡି, ଘନଶ୍ୟାମ ଶବର ସହଯୋଗ କରିଥିଲେ ।  କରୋନା ମହାମାରୀ ପାଇଁ ଉଦ୍ଧିଷ୍ଟ ଥିବା ସରକାରୀ ନିଦେ୍ର୍ଧଶନାମା କୁ କଡାକଡି ପାଳନ କରିବା ସଙ୍ଗେସଙ୍ଗେ ମାସ୍କ ପରିଧାନ କରିବା ତଥା ସାନିଟାଇଜର ବ୍ୟବହାର କରିବାକୁ ପ୍ରାଧାନ୍ୟ ଦିଆଯାଇଥିଲା ।    

 

0
0
0
s2sdefault