ହେଡଲାଇନସ୍:

ବାହ୍ୟ ସଂକ୍ରମଣକୁ ରୋକିବାକୁ ଅଂଟା ଭିଡ଼ିଲା ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨ୟ ଦଫାରେ ସୁନାମୁହିଁ ଓ କୁରାଳରୁ ୧୩୨ ସ୍ୱାବ ସଂଗ୍ରହ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ସୁନାମୁହିଁ ଅଂଚଳରୁ ଜଣେ ବାହ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆଉ ୧୧ଜଣ ବାହ୍ୟ ସଂକ୍ରମିତ ଜଣା ପଡିବା ପରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଏହାକୁ ରୋକିବା ପାଇଁ ଅଧିକ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ନୟାଗଡ଼ ଓ ଓଡ଼ଗାଁ ଠାରେ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା ପରେ ଓଡ଼ଗାଁ ଏନଏସିର ସମସ୍ତ ୧୫ଟି  ଓାର୍ଡ ସହିତ ୫ଟି ପଂଚାୟତର ୨୦ଟି ଗ୍ରାମକୁ କଂଟେନମେଂଟ ଅଂଚଳ ଏବଂ ୭ଟି ପଂଚାୟତର ୧୫ଟି ଗ୍ରାମକୁ ବଫର ଜୋନ ଘୋଷଣା କରିଛନ୍ତି । ଏଥି ସହିତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୁନାମୁହିଁ ଓ କୁରାଳ ଅଂଚଳରୁ ପ୍ରଥମ ଦଫାରେ ୯୦ ଜଣଙ୍କର ସ୍ୱାବ ସଂଗ୍ରହ କରି ପରୀକ୍ଷା କରାଇଥିବା ବେଳେ ପୁଣି ୨ୟ ଦଫାରେ ଅଧିକ ସଂକ୍ରମଣ ବୃଦ୍ଧି ସନ୍ଦେହରେ ଆଜି ୧୩୨ଜଣଙ୍କର ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ଜଣାଯାଇଛି । ଏବଂ କଂଟେନମେଂଟ ଅଂଚଳରେ ପ୍ରଶାସନ ଡାକବାଜି ଯନ୍ତ୍ର ମାଧ୍ୟମରେ କଂଟେନମେଂଟ ନୀୟମ ସମ୍ପର୍କରେ ଘୋଷଣା କରିଥିବା ବେଳେ ଅମାନିଆଙ୍କୁ ସାବାଡ କରିବା ପାଇଁ ଗତକାଲି ନୀୟମ ଉଲ୍ଲଙ୍ଘନ କରି ବିବାହ କାର୍ଯ୍ୟ  ଓ ଘରପ୍ରତିଷ୍ଟା କରୁଥିବା ୨ଟି ସ୍ଥାନରେ ଚଢାଉକରି ୨୦ହଜାର ଟଙ୍କା ଫାଇନ ଅସୁଲ କରିଥିଲେ । ହେଲେ ପ୍ରଶାସନର ନୀୟମ ମାନି ନିଜକୁ ସଂକ୍ରମଣ ମୁକ୍ତ ରଖିବା ପରିବେର୍ତ ଅନେକ ସ୍ଥାନରେ ପ୍ରସାସନକୁ ଆଡକରି ବିବାହ, ପ୍ରତିଷ୍ଠା , ବ୍ୟବସାୟ, ଟିୟୁସନ ଓ ଅନ୍ୟାନ୍ୟ ବେନିୟମ କାର୍ଯ୍ୟ କରିଚାଲିଛନ୍ତି । ପ୍ରଶାସନ  ଏମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଲେ କଂଟେନମେଂଟ ଘୋଷଣା ଅଧିକ ଫଳପ୍ରଦ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।  

0
0
0
s2sdefault