ହେଡଲାଇନସ୍:

କଟକଣା ଭିତରେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ବାଦି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗନ୍ନାଥ ସେବାୟତ ସଂଘ, ଜଗନ୍ନାଥ ବାହିନୀ ଓ ମୟୂରଭଞ୍ଜବାସୀଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟ, ଉଚ୍ଚ ନ୍ୟାୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରାର୍ଥନା 

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା କଟକଣା ବାରିପଦାରେ ଶ୍ରୀ ଶ୍ରୀ ଶ୍ରୀହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାକୁ ବାଟବଣା କରାଇଦେଇଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥ ଯାତ୍ରା ପାଳନ କରାଗଲେ ଜନସମାଗମର ସମ୍ଭାବନା ରହିଛି । ଫଳରେ କରୋନା ସଂକ୍ରମଣକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଦର୍ଶାଇ ମହାପ୍ରଭୂଙ୍କ ଘୋଷଯାତ୍ରାକୁ ବନ୍ଦ କରାଇ ଦେଇଛନ୍ତି । ଏହା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଭଞ୍ଜ ବଂଶ ଶାସନ ସମୟରୁ ଚାଲିଆସୁଥିବା ମହାପ୍ରଭୂଙ୍କ ପବିତ୍ର ରଥ ଟଣା ପରମ୍ପରା ବିଧିବ୍ୟବସ୍ଥାକୁ ଭଙ୍ଗ କରାଉଛି । ତେଣୁ କରୋନା କଟକଣା ମଧ୍ୟରେ ମହାପ୍ରଭୂଙ୍କ ପବିତ୍ର ଘୋଷଯାତ୍ରା ଆରମ୍ଭ କରାଇବା ନିମନ୍ତେ ଜଗନ୍ନାଥ ସେବାୟତ ସଂଘ, ଜଗନ୍ନାଥ ବାହିନୀ, ଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ମୟୂରଭଞ୍ଜବାସୀଙ୍କ ପକ୍ଷରୁ ଉଚ୍ଚତମ ନ୍ୟାୟାଳୟ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଏଥି ନିମନ୍ତେ ଆଜି କରୋନା ମାର୍ଗଦର୍ଶୀକା ପାଳନ କରି ଶତାଧିକ ଜଗନ୍ନାଥ ସେବାୟତ ସଂଘ ସଦସ୍ୟ, ଜଗନ୍ନାଥ ବାହିନୀ ସଦସ୍ୟ, ଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ମୟୂରଭଞ୍ଜବାସୀ ହାତରେ ପ୍ଲା କାର୍ଡ  ଧରି ବଡ଼ଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି । ଏବିଷୟରେ ମୟୂରଭଞ୍ଜ ବାର ଆସୋସିଏସନର ବିଶିଷ୍ଟ ଯୁବ ଆଇନଜୀବୀ ଅରବିନ୍ଦ ଦାସ କହିଛନ୍ତି, ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଭଞ୍ଜ ଡେନସିଟି ସମୟରୁ ଶାନ୍ତଶୃଙ୍ଖଳାର ସହିତ ଚାଲିଆସୁଅଛି । ଏହି ସମୟରେ ମାନ୍ୟବର ଅଦାଲତର ରାୟ ମଧ୍ୟ ସ୍ୱାଗତ ଯୋଗ୍ୟ । ତଥାପି କରୋନା କଟକଣା ଭିତରେ ମହାପ୍ରଭୂଙ୍କ ରଥ ଟଣା ଅସମ୍ଭବ ନୁହେଁ । ତେଣୁ ରାୟର ପୁର୍ନବିଚାର ନିମନ୍ତେ ମାନ୍ୟବର ଅଦାଲତଙ୍କ ନିକଟରେ ଆବେଦନ କରାଯାଉଛି । କରୋନା କଟକଣା କାରଣରୁ ଅଦାଲତରେ ପହଁଞ୍ଚିବା ସମ୍ଭବ ହୋଇ ପାରୁନଥିବାରୁ ମେଲ ଓ ଟୁଇଟର ଜରିଆରେ ଆବେଦନ କରାଯାଇଛି । ଫଳାଫଳ ମହାପ୍ରଭୂଙ୍କ ଇଚ୍ଛା ଉପରେ ନିର୍ଭର କରୁଛି ବୋଲି ଆଇନଜୀବୀ ଶ୍ରୀଦାସ ପ୍ରକାଶ କରିଛନ୍ତି । 

 

0
0
0
s2sdefault