ହେଡଲାଇନସ୍:

ପୂର୍ବ ତଟ ରେଳପଥ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ)  : ଆୟୁସ୍ ମନ୍ତ୍ରଣାଳୟର “ଘରେ ଯୋଗ” ପାଇଁ ପ୍ରଦାନ କରିଥିବା ନିୟମାବଳୀ ଅନୁସାରେ ପୂର୍ବ ତଟ ରେଳପଥ ପକ୍ଷରୁ “ଆନ୍ତର୍ଜାତିକ ଯୋଗ ଦିବସ” ପାଳନ ହୋଇଯାଇଛି ।

ଦେଶରେ ବର୍ତ୍ତମାନ ଦେଖା ଦେଇଥିବା କୋଭିଡ଼୍-୧୯ ମହାମାରୀ ବିରୁଦ୍ଧରେ ସଂଗ୍ରାମ କରିବାକୁ ସରକାରଙ୍କ ସମସ୍ତ ନିତୀନିୟମକୁ ପାଳନ କରିବା ସହ ସାମାଜିକ ଦୂରତ୍ୱ ବଜାୟରଖି, ପୂର୍ବ ତଟ ରେଳପଥର ସମସ୍ତ ଅଧିକାରୀ ଓ କର୍ମ•ରୀମାନେ ଘରେ ରହି ଯୋଗ କରିବାକୁ ଉତ୍ସାହିତ ହୋଇଥିବାର ଏବଂ ଏହି ଯୋଗାଭ୍ୟାସ ଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟର ଉନ୍ନତି ହେବା ସଂଗେ ସଂଗେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ, ମାନସିକ ଚାପରୁ ଉପଶମ ହେବ ଓ ମନରେ କଲ୍ୟାଣକାରୀ ଚେତନାର ଜାଗ୍ରତ ହୋଇ ପାରିବ ।

ଜନ ସମାବେଶକୁ ଏଡ଼ାଇବା ପାଇଁ କର୍ମଚାରୀ ଓ ଅଧିକାରୀମାନଙ୍କୁ ସେମାନଙ୍କ ନିଜ ନିଜ ଘରେ ପରିବାର ସହ ‘ଯୋଗ’ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ସମସ୍ତ ପ୍ରମୁଖ ମୁଖ୍ୟ ବିଭାଗୀୟ ଅଧିକାରୀମାନେ ନିଜ ନିଜ ବାସଭବନରେ ଯୋଗାଭ୍ୟାସ କରିଥିଲେ । କୋଭିଡ଼୍-୧୯ ନିୟମକୁ ମାନି ଅନ୍ୟ ରେଳ କର୍ମଚାରୀ ଓ ଅଧିକାରୀମାନେ ନିଜ ନିଜ ପରିବାର ସହ ନିଜ ବାସଭବନରେ ଆନ୍ତର୍ଜାତିକ ଯୋଗ ଦିବସ-୨୦୨୦ ପାଳନ କରିଥିଲେ ।

ଏହି ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବ ତଟ ରେଳପଥର ପରିସୀମା ଅନ୍ତର୍ଗତ ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧାରୋଡ଼, ସମ୍ବଲପୁର ଏବଂ ୱାଲଟିୟର ଠାରେ ସମସ୍ତ ନିୟମ ପାଳନ କରି ଘରେ ଯୋଗାଭ୍ୟାସ କରାଯାଇଥିଲା ।

ଏହି ଅବସରରେ ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ବିଦ୍ୟାଭୂଷଣ ସମସ୍ତ ରେଳ କର୍ମଚାରୀ ଓ ଅଧିକାରୀଙ୍କୁ ସୂଚନା ଦେଇ କହିଥିଲେ, “ଯୋଗ ହେଉଛି ଏକମାତ୍ର ଅବଲମ୍ବନ ଯାହା ଜଣକୁ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ରଖିପାରିବ । ଏହା ମଧ୍ୟ ବର୍ତ୍ତମାନ କରୋନା (କୋଭିଡ଼୍-୧୯) ସହ ଲଢେ଼ଇ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ।”

0
0
0
s2sdefault