ହେଡଲାଇନସ୍:

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା ଉପରେ ପୁନଃବିଚାର କରନ୍ତୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ( ଅନିମେଶ ପଟ୍ଟନାୟକ) : ଅନେକ କିଛି ତ୍ୟାଗ କରିଥିଲେ ପୁରୀ ବାସୀ । ସମସ୍ତେ ଚାହୁଁଥିଲେ ରଥଯାତ୍ରା ହେଉ । ନୀତି କାନ୍ତି ବଜାୟ ରହୁ ସେଥିପାଇଁ ବିନା ଜଗନ୍ନାଥ ଦର୍ଶନରେ ରଥଯାତ୍ରା କୁ ଏକ ପ୍ରକାର ଜନ ସମର୍ଥନ ମଧ୍ୟ ଥିଲା। ସବୁ କିଛି ଚୂଡାନ୍ତ ପ୍ରସ୍ତୁତିରେ ଥିଲା । କିନ୍ତୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପୁରୀ ତଥା ସାରା ଓଡିଶା ବାସୀଙ୍କୁ ଦୁଃଖିତ କରିଛି । ରଥଯାତ୍ରା ବନ୍ଦ କରିବା ପଛରେ ରାଜ୍ୟ ସରକାରଙ୍କ ଗୁପ୍ତ ଭୂମିକା ଅଛି ବୋଲି କୁହାଯାଉଥିବା ବେଳେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏ କ୍ଷେତ୍ରରେ ପୁନଃବିଚାର କରିବାକୁ ମଧ୍ୟ ମତ ଆସୁଛି।  

ଗଜପତି ଦିବ୍ୟସିଂହ ଦେବ 

 ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆଉ ବଡ଼ଦାଣ୍ଡରେ ରଥଯାତ୍ରା କରିବା ସମ୍ଭବ ନୁହେ | ରଥଯାତ୍ରା ବନ୍ଦ ନିଷ୍ପତ୍ତି ନିଶ୍ଚିତ ଭାବେ ଜଗନ୍ନାଥପ୍ରେମୀଙ୍କୁ ଦୁଃଖିତ କରିଥିବ, ହେଲେ ସୁପ୍ରିମକୋର୍ଟଙ୍କ ରାୟକୁ ଆମକୁ ମାନିବାକୁ ପଡିବ | ମନ୍ଦିର ଭିତରେ କଣ ନୀତିକାନ୍ତି ହେବ , ତାହା ଶଙ୍କରାଚାର୍ଯ୍ୟଙ୍କ ସହ ପରାମର୍ଶ କରି ନିଷ୍ପତ୍ତି ନିଆଯିବ | ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି  ଉପରେ ପରିଚଳନା କମିଟିରେ  ଆଲୋଚନା କରାଯିବ | 

ସୁଜିତ ମହାପାତ୍ର, ଏଆଇସିସି ସଦସ୍ୟ

ରଥଯାତ୍ରା ବନ୍ଦ ନିଷ୍ପତ୍ତି ସମସ୍ତଙ୍କୁ ଦୁଃଖ ଦେଇଛି । ରାଜ୍ୟ ସରକାର ନିଜ ଅପାରଗତା ଯୋଗୁଁ ଧାର୍ମିକ କାର୍ଯ୍ୟ କଳାପରେ ମାତ୍ରାଧିକ ଭାବେ ନ୍ୟାୟୀକ ବ୍ୟବସ୍ଥା ବା ମତାମତକୁ ଯୋଡୁଛନ୍ତି । ଯାହା ଗ୍ରହଣୀୟ ନୁହେଁ।  ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା ପ୍ରସଙ୍ଗରେ ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ଅଖିଳ ଭାରତୀୟ କଂଗ୍ରେସ  କମିଟି ସଦସ୍ୟ ସୁଜିତ ମହାପାତ୍ର ।

ଶିବାନୀ ଦାସ ମହାପାତ୍ର, ଯୁବ ଦଇତାପତି

କରୋନା ଉର୍ଦ୍ଧ ମୁଖି ସମୟରେ ଯଦି ରାଜ୍ୟ ସରକାର ପୁରା ରାଜ୍ୟରେ ହଜାର ହଜାର ଲୋକଙ୍କୁ ଏକାଠି କରି ବନ୍ଦେ ଉତ୍କଳ ଜନନୀ ପ୍ରୋଗ୍ରାମ ସଫଳ କରିପାରିଲେ ତାହାଲେ ବିନା ଭକ୍ତରେ ରଥଯାତ୍ରା କରିବାରେ ଅସୁବିଧା କୋଉଠି ରହିଗଲା ? ରଥ ପ୍ରସ୍ତୁତି, ନୀତି କାନ୍ତି ପ୍ରସ୍ତୁତି, ରଥ ଟଣା ପାଇଁ ରୂପରେଖ ମଧ୍ୟ ପ୍ରସ୍ତୁତ ଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତିକୁ ମନ ସହଜରେ  ଗ୍ରହଣ କରିପାରୁନି । ରଥଯାତ୍ରା ବନ୍ଦ ହେଲେ ଅନେକ ନୀତି କାନ୍ତି ମଧ୍ୟ ବାଧା ପ୍ରାପ୍ତ ହେବ । ଖଣ୍ଡପୀଠ ଆଉଥରେ ପୁନର୍ବିଚାରକରିବାକୁ ଅନୁରୋଧ କରୁଛୁ ।

ନୂତନ ଦାସମହାପାତ୍ର, ଯୁବ ଦଇତାପତି

ରାଜ୍ୟ ସରକାର ଷଡଯନ୍ତ୍ର କରି ରଥଯାତ୍ରା ବନ୍ଦ କରିଛନ୍ତି । ନିଜ ଭାବମୂର୍ତ୍ତି ଓ ଭୋଟବ୍ୟାଙ୍କ ଚାଲିଯିବା ଭୟରେ ଓଡିଶା ବିକାଶ ପରିଷଦ ଓ ଭାରତୀୟ ବିକାଶ ପରିଷଦର ବ୍ୟବହାର କରି ରଥଯାତ୍ରା ବନ୍ଦ ପରି ଷଡଯନ୍ତ୍ର ରଚିଛନ୍ତି । ସମଗ୍ର ଓଡିଆ ଆଗାମୀ ଦିନରେ ଏହାର ଉଚିତ ଯବାବ ଦେବେ । ଆଗରୁ ଅନେକ ମହାମାରୀ ହୋଇଛି।  ହେଲେ କେବେ ମହାପ୍ରଭୁଙ୍କ ରଥଯାତ୍ରା ମହାମାରୀ ପାଇଁ ବନ୍ଦ ହୋଇନି । ରାଜ୍ୟ ସରକାର ଚୁପ ରହି ମହାପ୍ରଭୁଙ୍କ ଯାତ୍ରାରେ ବ୍ୟତିକ୍ରମ ଘଟାଇଛନ୍ତି ।

 

0
0
0
s2sdefault