ହେଡଲାଇନସ୍:

ଟଙ୍କାଏରେ ସାନିଟାରୀ ନାପକିନ ପ୍ୟାଡ :  ମିଳୁଛି ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚଳିତ ବର୍ଷ ଜୁନ 10 ତାରିଖ ସୁଦ୍ଧା 3.43 କୋଟି ପ୍ୟାଡ ଜନଔଷଧୀ କେନ୍ଦ୍ରରେ ବିକ୍ରି ହୋଇଛି

ନୂଆଦିଲ୍ଲୀ (ଏସପିବି) :  ବର୍ତ୍ତମାନର ସ୍ଥିତିକୁ ଏକ ସାମାଜିକ ପ୍ରୟାସଭାବେ ବିଚାରକୁ ନେଇ ସରକାର ଦେଶର 6300ରୁ ଅଧିକ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା କେନ୍ଦ୍ରରେ ଜନଔଷଧୀ ସୁବିଧା ସାନିଟାରୀ ନାପକିନ ବିକ୍ରୟର ସୁବିଧା କରିଛନ୍ତି । ଏହି ପ୍ୟାଡର ଦାମ ଏକ ଟଙ୍କା ରଖାଯାଇଛି । ବଜାରରେ ଏହି ପ୍ୟାଡର ଦାମ ଗୋଟା ପିଛା 3 ଟଙ୍କାରୁ 8 ଟଙ୍କା ପଡୁଛି । 2018 ଜୁନ 4 ତାରିଖରୁ ଏହି ବିକ୍ରୟ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ସେବେଠାରୁ ଚଳିତବର୍ଷ ଜୁନ 10 ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଜନଔଷଧୀ କେନ୍ଦ୍ରରେ 4 କୋଟି 61 ଲକ୍ଷରୁ ଅଧିକ ଏହି ନାପକିନ ବିକ୍ରୟ ହୋଇଛି । 2019 ଅଗଷ୍ଟ 27ରେ ଏହି ନାପକିନର ମୂଲ୍ୟ ସଂଶୋଧିତ ହୋଇଥିଲା । ଏହା ପରେ ଚଳିତବର୍ଷ ଜୁନ 10 ତାରିଖ ସୁଦ୍ଧା ବିଭିନ୍ନ ଜନଔଷଧୀ କେନ୍ଦ୍ରରେ ବିକ୍ରି  ହୋଇଥିବା ପ୍ୟାଡର ସଂଖ୍ୟା  3 କୋଟି 43 ଲକ୍ଷରୁ ଅଧିକ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଋତୁସ୍ରାବ ସମୟରେ କିଶୋରୀ ଓ ମହିଳାମାନଙ୍କ ପ୍ରତି କେତେକ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ କଟକଣା ରହିଛି । ଏହା ଫଳରେ ଏହି ସମୟରେ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ରକ୍ଷା ପାଇଁ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଦେଶର ଅଧିକାଂଶ ଅଞ୍ଚଳରେ ବିଶେଷକରି ଗାଁ ଗଣ୍ଡାରେ ଯୁବତୀ ଓ ମହିଳାମାନେ ଅଧିକ ଦାମ ଯୋଗୁଁ ସାନିଟାରୀ ସାମଗ୍ରୀ ବ୍ୟବହାର କରିବାର ସୁଯୋଗ ପାଆନ୍ତି ନାହିଁ ।

ଭାରତର ଅସ୍ୱଚ୍ଛଳବର୍ଗର ଯୁବତୀ ଓ ମହିଳାଙ୍କ ପାଇଁ ଏହି ପଦକ୍ଷେପ ‘ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଓ ସୁବିଧା’ କାର୍ଯ୍ୟକ୍ରମର ଅଂଶବିଶେଷ । ସମସ୍ତଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଯେଉଁ ଲକ୍ଷ୍ୟ ରହିଛି ତାହାକୁ ସାକାର କରିବା ନିମନ୍ତେ କେନ୍ଦ୍ର ଔଷଧୀୟ ବ୍ୟାପାର ବିଭାଗ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ।

ସାନିଟାରୀ ନାପକିନ ପରିବେଶ ଅନୁକୂଳ । ଏହି ପ୍ୟାଡ ଯେଉଁ ସାମଗ୍ରୀରେ ତିଆରି ହେଉଛି ତାହା ପ୍ରାକୃତିକ ଉପାୟରେ ନଷ୍ଟ ହୋଇଥାଏ । ଅକ୍ସୋ ବାୟୋଡିଗ୍ରେଡେବଲ ମେଟେରିଆଲରେ ଏହା ତିଆରି ଏବଂ ଏଏସଟିଏମ ଡି-6954 (ବୟୋଡିଗ୍ରେଡେବିଲିଟି ଟେଷ୍ଟ) ଅନୁସାରେ ଏହା ପ୍ରସ୍ତୁତ ହୋଇଥାଏ । ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପରିଯୋଜନା ମାଧ୍ୟମରେ ଏସବୁ ପ୍ୟାଡ ଗୋଟା ପିଛା ଏକ ଟଙ୍କାରେ ବିକ୍ରୟ କରାଯାଉଛି ।

ଜନଔଷଧୀ କେନ୍ଦ୍ରଗୁଡିକ କରୋନା ସଂକ୍ରମଣ ଭଳି ଏକ ଅସୁବିଧା ସମୟରେ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଖୋଲା ରହିବା ସହ ଔଷଧପତ୍ର ଓ ଅନ୍ୟାନ୍ୟ ଜରୁରୀ ଡାକ୍ତରୀ ସାମଗ୍ରୀ ଯୋଗାଇ ଦେଉଛି । ତଦନୁସାରେ ଏହି ସାନିଟାରୀ ନାପକିନ ମଧ୍ୟ ଦେଶର ସବୁ ଜନଔଷଧୀ କେନ୍ଦ୍ରରେ ବିକ୍ରି ପାଇଁ ଉପଲବ୍ଧ ହେଉଛି । ଚଳିତବର୍ଷ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ 1 କୋଟି 42 ଲକ୍ଷରୁ ଅଧିକ ପ୍ୟାଡ ବିକ୍ରି ହୋଇଛି । ସବୁ କେନ୍ଦ୍ରରେ ସୁବିଧା ପ୍ୟାଡ ପର୍ଯ୍ୟାପ୍ତ ପରିମାଣରେ ମିଳୁଛି ।

2018 ଜୁନ୍‌ 4 ତାରିଖ ବିଶ୍ୱ ପରିବେଶ ଦିବସର ଅବ୍ୟବହିତ ପୂର୍ବରୁ ଭାରତ ସରକାର ଦେଶର ମହିଳାମାନଙ୍କ ପାଇଁ ‘ଜନଔଷଧୀ ସୁବିଧା ଅକ୍ସୋ ବାୟୋଡିଗ୍ରେଡେବଲ ସାନିଟାରୀ ନାପକିନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

0
0
0
s2sdefault