ହେଡଲାଇନସ୍:

ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇସ୍ପାତ ମନ୍ତ୍ରଣାଳୟର ‘ଆତ୍ମନିର୍ଭର ଭାରତ’ ୱେବିନାରରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

• ଘରୋଇ ଇସ୍ପାତ ବ୍ୟବହାର ବୃଦ୍ଧି ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଆବଶ୍ୟକତା ପୂରଣ କରିବା ଉପରେ ଗୁରୁତ୍ୱ

• ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଇସ୍ପାତ କ୍ଷେତ୍ରର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା

• ଦେଶରେ ଇସ୍ପାତ ଚାହିଦାକୁ ବୃଦ୍ଧି କରିବା ଲକ୍ଷ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର(ଶାସକ ପ୍ରଶାସକ)  – ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ମଙ୍ଗଳବାର ଇସ୍ପାତ ମନ୍ତ୍ରଣାଳୟ ଏବଂ ଫିକି ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଘରୋଇ ଇସ୍ପାତ ବ୍ୟବହାର ବୃଦ୍ଧି ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରର ଇସ୍ପାତ ଆବଶ୍ୟକତା ପୂରଣ ପାଇଁ ଆମଦାନୀକୁ ହ୍ରାସ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି ।

ଆତ୍ମନିର୍ଭର ଭାରତ: ତୈଳ ଓ ଗ୍ୟାସ କ୍ଷେତ୍ରରେ ଘରୋଇ ଇସ୍ପାତ ବ୍ୟବହାରକୁ ତ୍ୱରାନ୍ୱିତ କରିବା ପ୍ରସଙ୍ଗ ଉପରେ ଆୟୋଜିତ ୱେବିନାରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଆତ୍ମନିର୍ଭର ଭାରତ ପାଇଁ ଭାରତୀୟ ଇସ୍ପାତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଅଧିକ ବ୍ୟବହାର ହୋଇଥାଏ । ଏହି ପରିପ୍ରେକ୍ଷୀରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଅଭିବୃଦ୍ଧି ଓ ପୁଞ୍ଜି ବିନିଯୋଗ ହେଲେ ଇସ୍ପାତର ବ୍ୟବହାର ମଧ୍ୟ ବଢିବ । ଏହା ଦ୍ୱାରା ନିଯୁକ୍ତି ସୃଷ୍ଟି ହେବ ଓ ଘରୋଇ ଇସ୍ପାତର ଚାହିଦାରେ ମଧ୍ୟ ବୃଦ୍ଧି ଘଟିବ । ଏହାବ୍ୟତିତ ସେ କହିଛନ୍ତି ଭବିଷ୍ୟତରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଇସ୍ପାତ ଉତ୍ପାଦନକାରୀ ସମର୍ଥ ଅଟନ୍ତି । ଘରୋଇ ଇସ୍ପାତ ଉଚ୍ଚ କ୍ଷମତା ବିଶିଷ୍ଟ ଏବଂ ସଠିକ୍ ମୂଲ୍ୟ ରହିବା ଦରକାର । ଦେଶରେ ଇସ୍ପାତ ଚାହିଦାକୁ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛିା

ବିଗତ ଦିନ ମାନଙ୍କରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଅନେକ ଅଭୁତପୂର୍ବ ପରିବର୍ତନ ଘଟିଛି । ସିଟି ଗ୍ୟାସ ବିତରଣ ନେଟୱାର୍କର ସଂପ୍ରସାରଣ ଦେଶ ଜନସଂଖ୍ୟାର ୭୦ ପ୍ରତିଶତକୁ କଭର କରିଛି । ରିଫାଇନିଂ କ୍ଷମତା ବୃଦ୍ଧି କରାଯିବା ସହ ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା  କରିବାକୁ ଯୋଜନା ହୋଇଛି । ଅନ୍ୱେଷଣ ଓ ଉତ୍ପାଦନ  କ୍ଷେତ୍ରକୁ ବଢାଇବା ପାଇଁ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଏହି ସବୁ ପଦକ୍ଷେପ ଦେଶରେ ଇସ୍ପାତ ଚାହିଦାକୁ ବୃଦ୍ଧି କରିବ ।

ଆଜିର ଅନ୍ଲାଇନ କାର୍ଯ୍ୟକ୍ରମ ଇସ୍ପାତ ବ୍ୟବହାରକୁ ତ୍ୱରାନ୍ୱିତ କରିବ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ଇସ୍ପାତର ଚାହିଦା ପୂରଣ କରିବା ତଥା ଆତ୍ମନିର୍ଭରଶୀଳ ହେବା ପାଇଁ ରୋଡମ୍ୟାପ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

 

0
0
0
s2sdefault