ହେଡଲାଇନସ୍:

ପ୍ରଶ୍ନ କରିବା ପୂର୍ବରୁ ବିଜେପି ନେତାମାନେ କେନ୍ଦ୍ରୀୟ ମାର୍ଗଦର୍ଶିକା ପଢନ୍ତୁ: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, (ଶାସକ ପ୍ରଶାସକ) : କେନ୍ଦ୍ରର ବିଜେପି ନେତୃତ୍ୱାଧିନ ସରକାର ଓ ଦେଶରେ କୋଭିଡ ମନିଟରିଂ କରୁଥିବା ଜାତୀୟ ସଂସ୍ଥା ଆଇସିଏମ୍‍ଆର କେବଳ ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିମାନଙ୍କର କୋଭିଡ ପରୀକ୍ଷା ପାଇଁ ମାର୍ଗଦର୍ଶିକା  ଜାରି କରିଛନ୍ତି । ତେଣୁ ବିଜେପି ନେତାମାନେ ବୟାନବାଜି କରିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା  ପଢିବା ପାଇଁ ପରାମର୍ଶ ଦେଇଛନ୍ତି  ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । 

ବିଜେପି ପ୍ରଶ୍ନର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶା ସରକାର ଆଇସିଏମ୍‍ଆର ମାର୍ଗଦର୍ଶିକା ଆଧାରରେ କରୋନା ପରୀକ୍ଷା କରୁଛନ୍ତି । କାରଣ ଓଡିଶାରେ କରୋନା ଏବେ ନିୟନ୍ତ୍ରଣାଧିନ ରହିଛି । ଆଇସିଏମ୍‍ଆର ମାର୍ଗଦର୍ଶିକା ଅନୁଯାୟୀ ଓଡିଶା ସରକାର ମିଶା ମିଶି (ରାନ୍‍ଡମ) ଭାବେ କରୋନା ପରୀକ୍ଷା କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଅନୁଯାୟୀ ଓଡିଶାରେ କରୋନା ପରୀକ୍ଷା କ୍ଷମତା ଦୈନିକ ୧୫ହଜାରକୁ ବୃଦ୍ଧି ପାଇଛି, କିନ୍ତୁ ଓଡିଶା ସରକାର ଉଭୟ ଆଇସିଏମ୍‍ଆର ଓ କେନ୍ଦ୍ର ସରକାରଙ୍କ ମାର୍ଗନିଦେ୍ର୍ଧଶିକା ଆଧାରରେ ପରୀକ୍ଷା କରୁଛନ୍ତି । ଦେଶର ଅନ୍ୟ ବିଜେପି ଓ କଂଗ୍ରେସ ଶାସିତ ରାଜ୍ୟମାନେ ମଧ୍ୟ ଅନୁରୂପ ମାର୍ଗଦର୍ଶିକାକୁ ଅନୁସରଣ କରୁଛନ୍ତି । ତେଣୁ ଏଭଳି ଏକ ସ୍ପର୍ଶକାତର ଘଟଣାରେ ରାଜନୀତି କରିବା ପୂର୍ବରୁ ବିଜେପି ନେତାମାନେ ପ୍ରଥମେ କେନ୍ଦ୍ରର ମାର୍ଗଦର୍ଶିକା ପଢନ୍ତୁ ବୋଲି ଡକ୍ଟର ପାତ୍ର କହିଛନ୍ତି । 

କରୋନା ଯୁଦ୍ଧ ମୁକାବିଲାରେ ଆମେ ଏବେ ମଧ୍ୟବର୍ତ୍ତୀ ସ୍ଥିତିରେ ଥିବାରୁ ବିଜେପି ଏଭଳି ହୀନ ରାଜନୀତି କରିବା ଉଚିତ୍‍ ନୁହେଁ । ଓଡିଶାର ଅସ୍ଥାୟୀ ମେଡିକାଲ କେନ୍ଦ୍ର (ଟିଏମ୍‍ସି) ରଣନୀତି ଯାହାକି ଦେଶର ଅନ୍ୟ କୌଣସି ରାଜ୍ୟ ଆପେଣେଇ ନାହାନ୍ତି, ସେଥିଯୋଗୁଁ କରୋନା ମୁକାବିଲା କ୍ଷେତ୍ରରେ ଓଡିଶା ବେଶ୍‍ ଭଲ ସ୍ଥିତିରେ ଅଛି । କେଉଁ ବିଜେପି ଶାସିତ ରାଜ୍ୟ ପଞ୍ଚାୟତ ସ୍ତରରେ ଟିଏମ୍‍ସି ଭଳି ବ୍ୟବସ୍ଥା କରିଛନ୍ତି ତାହା ବିଜେପି ମୁଖପାତ୍ର ମାନେ କହିପାରିବେ କି ବୋଲି ଡକ୍ଟର ପାତ୍ର ପ୍ରଶ୍ନ କରିଛନ୍ତି । ଓଡିଶା ବ୍ୟତିତ ଅନ୍ୟ କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ନଥିବା ସେ କହିଛନ୍ତି ।

0
0
0
s2sdefault