ହେଡଲାଇନସ୍:

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ (ଗୌରବ ଦର୍ଜି)-ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସିନ୍ଧେକେଲା ରାସ୍ତା ଆର୍ଶାତୁଲା ନିକଟସ୍ଥ ଦେହେଲି ଛକ ଠାରେ ବିଳମ୍ବ ରାତ୍ରି ରେ ଅଜଣା ଗାଡ଼ି ଧକ୍କାରେ ଜଣକ ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣକ ଚାଳି ଚାଳି ସିନ୍ଧେକେଲା ପଟେ ଯାଉଥିବା ବେଳେ ପଛପଟୁ ଏକ ଗାଡ଼ି ଧକ୍କା ଦେଇ ଫେରାର ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ବ୍ୟକ୍ତି ଜଣକ ମୃତ୍ୟୁ ହୋଇଥିଲା । ମୃତକ ବ୍ୟକ୍ତି ପରାସରା ଗ୍ରାମ ପଞ୍ଚାୟତ ଅଧୀନ ଡିଆଟନ ଗ୍ରାମର ବୋଲି ଜଣାପଡିଛି । ଖବର ପାଇ ସିନ୍ଧେକେଲା ଥାନା ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତକଙ୍କ ପରିବାରକୁ ଖବର ଦେଇ ଶବ ବ୍ୟବଚ୍ଛେଦ କରାଯାଇଥିଲା ଏବଂ ସେଠାରେ ତାଙ୍କୁ ଅନ୍ତିମ ସଂସ୍କାର କରାଯାଇଥିଲା ।

0
0
0
s2sdefault