ହେଡଲାଇନସ୍:

ବିଜେପିରେ ସାମିଲ ହେଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ କଂଗ୍ରେସ ନେତା ତଥା ବାରଙ୍ଗ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ଗୁରୁ ଚରଣ ସ୍ୱାଇଁ ବିଜେପିିରେ ସାମିଲ ହୋଇଛନ୍ତି । କୁରାଙ୍ଗ ଶାସନର ପୂର୍ବତନ ସରପଂଚ ଦିଲୀପ କୁମାର ପାତ୍ର, ବିଚିତ୍ରାନନ୍ଦ ପ୍ରଧାନ, ଅଶୋକ ଚକ୍ରବର୍ତୀ, ମୁରଲୀଧର ନାୟକଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । 

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଅନ୍ୟପଟେ କଂଗ୍ରେସର ଅନୀତି ଓ ଭଷ୍ଟ୍ରାଚାରରେ ଅସହ୍ୟ ହୋଇ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ଯୋଗ ଦେଇଥିବା ନେତାମାନେ କହିଛନ୍ତି ।

ଏହି ମିଶ୍ରଣ ପର୍ବରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ଅନୁସୂତିଚ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ତରାଇ, ଛବି ମଲ୍ଲିକ, ଦିଲ୍ଲୀପ ମଲ୍ଲିକ, ପୂର୍ବତନ ବିଧାୟକ ତଥା ସଦର ଜିଲ୍ଲା ସଭାପତି ପ୍ରକାଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମିଶ୍ରଣ ସମୟରେ କରୋନା ନିୟମକୁ ପାଳନ କରି ସମସ୍ତେ ସାମାଜିକ ଦୂରତାକୁ ବଜାୟ ରଖିଥିଲେ । 

 

0
0
0
s2sdefault