ହେଡଲାଇନସ୍:

ଦୁଇ ବର୍ଷ ପୂରଣ ନ ହେଉଣୁ ବିର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରନଓ୍ୱେରେ ଫାଟ ! 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ ଚର୍ଚ୍ଚା

ଝାରସୁଗୁଡା(subas sahare): ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ରନୱେରେ ଫାଟ ହୋଇଥିବା ଜଣାପଡିଛି । ଦୁଇ ବର୍ଷରେ ୨ରୁ ୩ ଇଞ୍ଚିର ଫାଟ ଦେଖାଦେଇଛି ରନୱେରେ । ଝାରସୁଗୁଡ଼ାର ଏହି ବିମାନ ବନ୍ଦର ହେଉଛି ଭୁବନେଶ୍ୱର ପରେ ରାଜ୍ୟର ଦ୍ଵିତୀୟ ବିମାନ ବନ୍ଦର । ଗତ ୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ ବିମାନ ଉଡ଼ିବା ଆରମ୍ଭ ହୋଇଥିଲା । ବହୁ ପ୍ରତିକ୍ଷିତ ଏହି ବିମାନ ବନ୍ଦରରକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ବିମାନ ବନ୍ଦର ରନଓ୍ୱେରେ ଏବେ ଫାଟ ସୃଷ୍ଟି ହୋଇଛି । ଦୁଇ ବର୍ଷ ପୂରଣ ନ ହେଉଣୁ ରନୱେରେ ଫାଟ ସୃଷ୍ଟି ହେବା ସମସ୍ତଙ୍କୁ ଚକିତ କରିଛି । ରନଓ୍ୱେର ସ୍ଥାୟୀତ୍ୱ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିମାନ ଅବତରଣ ଓ ଉଡ଼ାଣକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ଭବିଷ୍ୟତରେ ବଡ ଧରଣର ଦୁର୍ଘଟଣା ଆଶଙ୍କା ପ୍ରକାଶ ପାଇଛି । ଫୋଟୋରୁ ଜଣା ପଡୁଛି ଯେ, ରନୱେ ଦୁଇରୁ ତିନି ଇଞ୍ଚ ଯାଏଁ ଦବି ଯାଇ ଫାଟ ସୃଷ୍ଟି ହୋଇଛି । ଗତ ଦୁଇ ମାସ ଲକଡାଉନ ସମୟରେ ପ୍ରାୟ ଦୁଇ ମାସ ଧରି ବିମାନ ସେବା ବନ୍ଦ ରହିଥିଲା । କଟକଣା କୋହଳ ହେବାରୁ ଗତ ୨୫ ମେ ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଛି । ତେବେ ବିମାନ ଉଡ଼ାଣ ଆରମ୍ଭ ହେବା ସମୟରେ ଦେଖାଦେଇଥିଲା ଏହି ଫାଟ । ଏତେ କମ ସମୟ ମଧ୍ୟରେ ରନୱେରେ ଫାଟ ସୃଷ୍ଟି ହେବା କାରଣରୁ କାମର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି । ରନୱେ କାମ ଠିକ ଭାବେ ହୋଇନଥିବା ଯୋଗୁଁ ଏଭଳି ପରିସ୍ଥିତି ଦେଖାଦେଇଛି । ନିର୍ମାଣ ସମୟରେ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ରନୱେରେ ଏଭଳି ଫାଟ ହୋଇଥିବା ଚର୍ଚ୍ଚା ହେଉଛି ।

 

 

0
0
0
s2sdefault