ହେଡଲାଇନସ୍:

 ଉତ୍କଳିୟମ୍ ଫାଉଣ୍ଡେସନର ନବନିୟୁକ୍ତ କର୍ମକର୍ତ୍ତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାରେ କରୋନା ଯୋଦ୍ଧାଙ୍କୁ କରାଯିବ ସମ୍ମାନୀତ :  ମହାସଚିବ ହେଲେ ଡା.ରାଜାରାମ

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ପରିବେଶ ଓ ପ୍ରକୃତି,ସଂସ୍କୃତି ଏବଂ ମାନବ ଅଧିକାର ଉପରେ କାର୍ଯ୍ୟ କରୁଥିବା ଉତ୍କଳିୟମ୍ ଫାଉଣ୍ଡେସନର ଅଧ୍ୟକ୍ଷ ଭାବେ ଆଇନଜୀବି ରାଜିବ ଲୋଚନ ପ୍ରଧାନ ନିଯୁକ୍ତ ହୋଇଥିବା ରାଜ୍ୟ ସେକ୍ରେଟାରୀ ଜେନେରାଲ ବା ମହାସଚିବ ଭାବେ ଡା.ରାଜାରାମ ଷଡଙ୍ଗୀ ନିଯୁକ୍ତ ହୋଇଛନ୍ତି  । କୋଭିଦ-୧୯ ମୁକାବିଲାରେ ରାଜ୍ୟ ଓ ରାଜ୍ୟ ବାହାରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିବାରେ ଅଗ୍ରଣୀ ଭୁମିକା ନିର୍ବାହ କରୁଥିବା ଏହି ଅନୁଷ୍ଠାନ ପକ୍ଷରୁ ଆଗାମୀ ଦିନରେ କରୋନା ମୁକାବିଲା କ୍ଷେତ୍ରରେ ଉତ୍ସର୍ଗିକୃତ ସେବା ମନୋଭାବ ପ୍ରଦର୍ଶିତ କରୁଥିବା ଆଶା,ଅଙ୍ଗନୱାଡି,ଏଏନଏମ,ସଫେଇ କର୍ମଚାରୀ,ପୁଲିସ,ଡାକ୍ତର ତଥା ଜଡିତ ସ୍ୱାସ୍ଥ୍ୟ କର୍ମୀ,ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ,ଡ୍ରାଇଭର୍ ସମେତ ସାମାଜିକ ଅନୁଷ୍ଠାନ ତଥା କର୍ମୀଙ୍କୁ ସମ୍ବଲପୁର ଜିଲ୍ଲା ସହିତ ପଶ୍ଚିମାଞ୍ଚଳର ବିଭିନ୍ନ ସ୍ଥାନରେ ସାମିଜିକ  ସ୍ୱୀକୃତି ସମ୍ମାନ ପ୍ରଦାନ କରାଯିବ ବୋଲି ନବ ନିଯୁକ୍ତ ସେକ୍ରେଟାରୀ ଜେନେରାଲ  ଡାକ୍ତର ଷଡଙ୍ଗୀ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

0
0
0
s2sdefault