ହେଡଲାଇନସ୍:

ରାସ୍ତା ନିର୍ମାଣରେ ତୃଟି  : ଗାଁ ଭିତରେ ଆଣ୍ଠୁଏ ପାଣି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ):    ୨୦୧୯/୨୦ ଆର୍ଥିକ ବର୍ଷରେ ଅର୍ଥାତ୍ ଗତ ବର୍ଷ  କୋଟି କୋଟି ଟଙ୍କା ବିନିମୟରେ ଗଣେଶ ନଗର-ଲାଉମାଲ ରାସ୍ତା ପି.ଏଚ୍.ଡି. ସମ୍ବଲପୁର-୨ ବିଭାଗ ଦ୍ୱାରା କରାଯାଇଛି ।ହେଲେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ  ଲାଉମାଳ ଛକ ଠାରୁ ଗଣେଷନଗର ପର୍ଯ୍ୟନ୍ତ ମୁଖ୍ୟରାସ୍ତା ନିର୍ମାଣ ପର ଠାରୁ କତରବଗା ଠାରେ ଗାଁ ଭିତରକୁ ଯାଇଥିବା ରାସ୍ତା ପାଣି ଘେରାରେ ଅବରୋଧ ହୋଇ ରହୁଛି ।   ରାସ୍ତା ନିର୍ମାଣ ସମୟରେ ଏହା ବିଭାଗର ଅପରିଣାମଦର୍ଶିତାର ଏକ ନଗ୍ନ ଉଦାହରଣ ଅଟେ ।  ଗତ ୧୦ ତାରିଖରେ ଉକ୍ତ ବିଭାଗର ଏସ୍.ଡି.ଓ. ଏବଂ ଜେ.ଇ. ଅଞ୍ଚଳ ପରିଦର୍ଶନ କରି ଗତ ୧୪ ତାରିଖ ଠାରୁ ଏହାର ସମାଧାନ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ସୁଧ୍ୟା କୈାଣସି କାର୍ଯ୍ୟ ଆରମ୍ଭ ନହେବା  ଅତି ଦୁଃଖର ବିଷୟ । ପାଞ୍ଚ ହଜାର  ଲୋକସଂଖ୍ୟା ବିଶିଷ୍ଠ  ତଥା ପଞ୍ଚାୟତ ହେଡ୍ କ୍ୱାଟର ଗ୍ରାମର ଏପ୍ରକାର ଅବସ୍ଥା ଓଡିଶାର ଏକ ନଗ୍ନ ଉଦାହରଣ । ଏଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳ ବାସୀ ନିବେଦନ କରିଛନ୍ତି ।

0
0
0
s2sdefault