ହେଡଲାଇନସ୍:

ପରିବାର ଲୋକଙ୍କ ବିରୋଧ :ଗଛରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି)-  ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଗୀତିଲତା ପଞ୍ଚାୟତ ଗୀତିଲତା ଗ୍ରାମର ଡ଼ୁଙ୍ଗୁରୀ ଗଛରେ ଯୁବକ ଓ ଯୁବତୀଙ୍କର ଝୁଲନ୍ତା ଶବକୁ ସ୍ଥାନୀୟ ଗ୍ରାମବାସୀମାନେ ଦେଖିବାକୁ ପାଇ ତିରିଂ ଥାନାକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଗଛରୁ ଶବକୁ ଉଦ୍ଧାର କରିବା ସଂଗେସଂଗେ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିଲେ । ଏଥି ସହିତ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ତିରିଂ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ଆତ୍ମହତ୍ୟାର କାରଣ ଜାଣିବା ନିମନ୍ତେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ତେବେ ଯୁବକ ଜଣକ ଗୀତିଲତା ଗ୍ରାମର ଶ୍ରୀହରି ପାତ୍ରଙ୍କ ପୁଅ ରବୀନ୍ଦ୍ର ଓରଫ ରାମେଶ୍ୱର ପାତ୍ର(୨୪) ଓ ଯୁବତୀ ଜଣକ ଉକ୍ତ ଗ୍ରାମର( ଘାସିଆ ନାଏକଙ୍କ ଝିଅ ସାବିତ୍ରୀ ନାଏକ) ବୋଲି ଚିହ୍ନଟ କରାଯାଇଥିଲା । ଏଥି ସହିତ ରାମେଶ୍ୱର ବିବାହିତ ହୋଇଥିବା ବେଳେ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି । କିନ୍ତୁ, ରାମେଶ୍ୱର ସହିତ ଉକ୍ତ ଗ୍ରାମର ଏକ ଯୁବତୀ(ସାବିତ୍ରୀ) ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ରାମେଶ୍ୱର ଉକ୍ତ ଯୁବତୀକୁ ବିବାହ କରିବାକୁ ଚାହୁଁଛି ବୋଲି ଘରେ ଜଣେଇବା ପରେ ପରିବାରର ସଦସ୍ୟମାନେ ପ୍ରସ୍ତାବରେ ସହମତି ପ୍ରକାଶ କରିନଥିଲେ ବୋଲି ଜଣାପଡ଼ିଛି । ଏହାପରେ ରାମେଶ୍ୱର ପାତ୍ର ଓ ତାର ପ୍ରେମିକାକୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ତେବେ ତଦନ୍ତ ଜାରି ରହିଛି , ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କିଛି ଜଣାପଡ଼ିଯିବ ବୋଲି ତିରିଂ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । 

 

0
0
0
s2sdefault