ହେଡଲାଇନସ୍:

ଅମଣିଷ ପଣିଆ ପାଇଁ ନିଲମ୍ବିତ ହେଲେ ବ୍ୟାଙ୍କ ମ୍ୟାନେଜର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର, (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ୍ ବରଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଶ୍ରୀ ଅଜିତ୍ କୁମାର ପଧାନଙ୍କୁ ନିଲମ୍ବିତ କରାଯାଇଛିା ଜଣେ ଶତାୟୁ ବୃଦ୍ଧା ଲଭେ ବଘେଲଙ୍କୁ  ଜନଧନ ଯୋଜନାରେ ମିଳିଥିବା ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ନିମନ୍ତେ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ପଧାନ କହିଥିଲୋ ଫଳରେ ଲଭେଙ୍କ ଝିଅ ପୁଞ୍ଜିମତୀ ଦେଇ (୬୦ ବର୍ଷ) ମା'ଙ୍କୁ ଏକ ଖଟିଆରେ ଘୋଷାଡ଼ି ଘୋଷାଡ଼ି ନେବା ଘଟଣା ଦୃଷ୍ଟିକୁ ଆସିଥିଲାା ଏହି ଦୁର୍ଭାଗ୍ୟଜନକ ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତର ସହିତ ଗ୍ରହଣ କରି ଗତ ରବିବାର ଦିନ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲୋ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ବରଗାଁ ବ୍ରାଞ୍ଚର ମ୍ୟାନେଜର ଶ୍ରୀ ଅଜିତ ପଧାନଙ୍କୁ ତତ୍କାଳ ନିଲମ୍ବନ କରାଯାଇଛି ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛିା 

 

0
0
0
s2sdefault