ହେଡଲାଇନସ୍:

ସମ୍ବଲପୁରରେ ପୁଣି ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ, ୨୩ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ଆଜି ସମ୍ବଲପୁର ରେ ପୁଣି ୫ ଜଣ   କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ୨ ଜଣ ବାମରା  ବ୍ଲକ  ଅଂଚଳର ଯଥା କ୍ରମେ ୨୦, ୩୨ ବର୍ଷ ବୟସ ଉଭୟେ ପୁରୁଷ ବୋଲି ଜଣାଯାଇଛି l  ଜଣେ ଗୁଜୁରାଟ ଏବଂ ଅନ୍ୟ ଜଣକ ମହାରାଷ୍ଟ୍ର ଫେରନ୍ତା l  ଉଭୟେ ବ୍ଲକ ର କେସେଇବାହାଲ ମହାବିଦ୍ୟାଳୟ ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାପଡିଛି l ଠିକ ସେହି ପରି ଜ଼ିଲ୍ଲା ର ରେଢ଼ାଖୋଲ ବ୍ଲକ ରୁ ମଧ୍ୟ ୨ ଜଣ  କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଜଣେ ଗୁଜୁରାଟ ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣକ ମହାରାଷ୍ଟ୍ର ଫେରନ୍ତା l ଉଭୟେ ସରକାରୀ ସଂଘରୋଧ କେନ୍ଦ୍ର ରେ ଥିଲେ l

ସମ୍ବଲପୁର ମହାନଗର ନିଗମ ଅଂଚଳରେ ଚି଼ହ୍ନଟ କରୋନା ଆକ୍ରାନ୍ତ ଜଣକ ଜଣେ ୨୧ ବର୍ଷ ବୟସ ଯୁବତୀ ଏବଂ ସେ  ଗତ ୩ ତାରିଖ ରୁଷିଆ ରୁ ଫେରି ନିଜସ୍ୱ ଗୃହ ରେ ସଂଘରୋଧ ରେ ଥିଲେ l କରୋନା ଆକ୍ରାନ୍ତ ଚି଼ହ୍ନଟ ସମସ୍ତ ଙ୍କୁ  କୋଭିଡ ଡାକ୍ତରଖାନା କୁ ଆଜି  ପଠାଇ ଦିଆଯାଇଛି l  ତେବେ ଏ ସମସ୍ତ ବ୍ୟକ୍ତି ଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ ଚି଼ହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ  ୧୮ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ଏବେ ଏହା ୨୩  ରେ ପହଁଚିଛି l ସେମାନଙ୍କ ମଧ୍ୟରେ ୧୮ ଜଣ ପୁରୁଷ ଓ ୫  ଜଣ ମହିଳା ଅଛନ୍ତି l

0
0
0
s2sdefault