ହେଡଲାଇନସ୍:

ମୟୂରଭଞ୍ଜ : ଆଜି ଶୁଳିଆପଦା ବ୍ଲକ ଅଞ୍ଚଳ କ୍ୱରେଣ୍ଟିନରୁ  ୭ କରୋନା ପଜିଟିଭ ଚିହ୍ନଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମସ୍ତେ ମହାରାଷ୍ଟ୍ର ଫେରନ୍ତା, ଶୁଳିଆପଦା ବ୍ଲକରେ ସର୍ବାଧିକ  ୩୩ ପଜିଟିଭ ଚିହ୍ନଟ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଜି ଶୁଳିଆପଦା ବ୍ଲକ ଅଞ୍ଚଳ କ୍ୱାରେଣ୍ଟିନ ସେଣ୍ଟରରୁ ୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ମହାରାଷ୍ଟ୍ରରୁ ଫେରି ସିଧାସଳଖ କ୍ୱାରେଣ୍ଟିନରେ ରହିଥିଲେ । ସେହିପରି କରୋନା ସଂକ୍ରମିତମାନଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ଯାଞ୍ଚ କରାଯାଉଛି ବୋଲି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଆଜକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇ ୯୯ରେ ପହଁଞ୍ଚିଛି । ଏମାନଙ୍କ ମଧ୍ୟରୁ   ୨୬ ଜଣ ସୁସ୍ଥ ହୋଇ ଫେରି ଆସିଥିବା ସମୟରେ ସକ୍ରିୟ ଥିବା ୭୩ ଜଣଙ୍କର ବାରିପଦା ବ୍ଲକ ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ଚିକିତ୍ସା ଜାରି ରହିଥିବାର ଜଣାପଡ଼ିଛି । ବର୍ତ୍ତମାନ କରୋନା ଜିଲ୍ଲାର ବଡ଼ସାହି ବ୍ଲକ-୦୧(ଲୋକାଲ କଣ୍ଟାକ୍ଟ), କପ୍ତିପଦା ବ୍ଲକ-୧୦, ଠାକୁରମୁଣ୍ଡା ବ୍ଲକ-୨, ରାସଗୋବିନ୍ଦପୁର ବ୍ଲକ-୧୭, କରଞ୍ଜିଆ ବ୍ଲକ- ୨, ଗୋପବନ୍ଧୁନଗର ବ୍ଲକ- ୨, ବାରିପଦା ବ୍ଲକ-୨, ବେତନଟୀ ବ୍ଲକ-୮, ଯଶୀପୁର ବ୍ଲକ-୯, ଶୁଳିଆପଦା ବ୍ଲକ-୩୩, ଉଦଳା ବ୍ଲକ-୨, ବହଳଦା ବ୍ଲକ-୨(ଜଣେ ମହିଳା ଲୋକାଲ କଣ୍ଟାକ୍ଟ), ବିଜାତୋଳା ବ୍ଲକ-୩ ଏବଂ କୁସୁମୀ, ବାଙ୍ଗିରିପୋଷି ଓ ମୋରଡ଼ା ବ୍ଲକରୁ ଜଣେ ଲେଖାଏଁ ଏହିପରି ଜିଲ୍ଲାର ୨୬ ବ୍ଲକ ମଧ୍ୟରୁ ୧୬ଟି ବ୍ଲକ ସହିତ ବାରିପଦା ପୌରପରିଷଦ-୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଶୁଳିଆପଦା ବ୍ଲକରେ ଚିହ୍ନଟ ହୋଇଥିବା ୩୩ ଜଣଙ୍କ ମଧ୍ୟରେ ମହାରାଷ୍ଟ୍ର ଫେରନ୍ତା ସର୍ବାଧିକ ୨୦ ଜଣ, ପଶ୍ଚିମବଙ୍ଗଫେରନ୍ତା-୨, ଗୁଜରାଟ ଫେରନ୍ତା-୪, ଗୋଆ ଫେରନ୍ତା ୨, ଦିଲ୍ଲୀ ଫେରନ୍ତା ୩ ଏବଂ କର୍ଣ୍ଣାଟକ ଫେରନ୍ତା ୨ ଜଣ ପ୍ରବାସୀ ଓଡ଼ିଆ ରହିଛନ୍ତି ।

                            ସୂଚନା ଯୋଗ୍ୟ ଯେ, ସରକାରୀ ହିସାବରେ ମୟୂରଭଞ୍ଜ ଜିଲ୍ଲାକୁ  ପ୍ରାୟ ୨୪ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଫେରି ଆସିଥିବାର କୁହାଯାଉଥିବା ବେଳେ ଏହାର ସଂଖ୍ୟା ଯଥେଷ୍ଟ ଅଧିକ ରହିଛି । ସେହିପରି ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରୁ ମୟୂରଭଞ୍ଜକୁ ଶହ ଶହ ଶ୍ରମିକ ଫେରିଥିବାର ଜଣାପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ରକ୍ତ ନମୁନା ପରୀକ୍ଷା ୫ ହଜାର ଟପି ଯାଇଛି । ପ୍ରାୟ ୫ହଜାର ୨ ଶହରୁ ଅଧିକ ନମୁନା ମଧ୍ୟରୁ ୯୯ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଜିଲ୍ଲାରେ କୋଭିଡ଼-୧୯ ନମୁନା ପରୀକ୍ଷା ନିମନ୍ତେ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିନାହିଁ । ସମସ୍ତ ପରୀକ୍ଷା ପିଆରଏମ ମେଡ଼ିକାଲରେ  ଚାଲିଛି । ଆଗକୁ ଏହି ସଂଖ୍ୟା ଅଧିକ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । 

 

 

0
0
0
s2sdefault