ହେଡଲାଇନସ୍:

ଚାକିରୀ ଥିଲା କେଇଟା ମାସ, ଲୋଭରୁ ହେଲା ସତ୍ୟାନାଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • କଲେକ୍ସନ କରି ଘରକୁ ଧରି ଯାଉଥିଲେ, ଧଇଲା ଭିଜିଲାନ୍ସ 

  •  ଭିଜିଲାନ୍ସ ଯନ୍ତାରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ

  • ବିଭିନ୍ନ ସୂତ୍ରରୁ ଆଦାୟ କରିଥିବା ୩.୯୦ ଲକ୍ଷ ଟଙ୍କା ଧରି ସରକାରୀ ଗାଡ଼ିରେ ନିଜ ଘରକୁ ଯାଉଥିବା ରାସ୍ତାରେ ଧରିଲା ଭିଜିଲାନ୍ସ

ବାରିପଦା(ଦିଲ୍ଲୀପ ମହାନ୍ତି)-  କରୋନାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ଲକ୍ ଡ଼ାଉନ । ଏହି ସମୟରେ ଭିତରେ ଜିଲ୍ଲାରେ ଭିଜିଲାନ୍ସର କିଛି ଦିନର ନୀରବତା ପରେ ପୁଣି ଥରେ ସକ୍ରିୟ ହୋଇଉଠିଛି । ଫଳରେ ଭିଜିଲାନ୍ସ ବିଛାଇଥିବା ଯନ୍ତାରେ ପଡ଼ି ଯାଇଛନ୍ତି ମୟୂରଭଞ୍ଜ  ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ତଥା ଭୂବନେଶ୍ୱର ଖଣ୍ଡଗିରିସ୍ଥିତ ଜୟଦେବ ବାଟିକା ଅଞ୍ଚଳର ଅଭୟ ତ୍ରିପାଠୀ(୬୦) । ଅବସର ଗ୍ରହଣ କରିବାକୁ କିଛି ମାସ ବାକି ଥିବା ବେଳେ ଆଜି ବିଭାଗରେ ନିଯୁକ୍ତି, ଲୋକମାନଙ୍କୁ ଋଣ ପ୍ରଦାନ ନିମନ୍ତେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ଆଦି ବିଭିନ୍ନ ସୂତ୍ରରୁ ବେଆଇନ ଭାବେ ଆଦାୟ କରିଥିବା ପ୍ରାୟ  ୩.୯୦ ଲକ୍ଷରୁ ଅଧିକ ଟଙ୍କାକୁ ଧରି କାର୍ଯ୍ୟାଳୟର ଓଡ଼ି ୧୧ ଆର ୮୪୪୪ ନମ୍ବର ବିଶିଷ୍ଟ ମାରୁତି ସୁଇପ୍ଟ ଡ଼ିଜାୟାର ସରକାରୀ ଗାଡ଼ିରେ ଭୂବନେଶ୍ୱର ଯାଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ ବାରିପଦା ଭିଜିଲାନ୍ସ ଟିମ ସହାୟତାରେ ୧୮ ନମ୍ବର ଜାତୀୟ ରାଜପଥର ବେତନଟୀଠାରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ । ଏହାପରେ ଶ୍ରୀତ୍ରିପାଠୀଙ୍କ ଗାଡ଼ିକୁ ବେତନଟୀରେ ରଖି ଭିଜିଲାନ୍ସ ନିଜ ଗାଡ଼ିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଧରି ପ୍ରଥମେ ବାରିପଦା ଭିଜିଲାନ୍ସ ୟୁନିଟରେ ପହଁଞ୍ଚିଥିଲେ । ଏହାପରେ ଶ୍ରୀତ୍ରିପାଠୀଙ୍କ ବାରିପଦା ମଧୁବନ ରାଣୀ ବାଗାନସ୍ଥିତ ଭଡ଼ା ଘର ସହିତ ତାଙ୍କ କାର୍ଯ୍ୟାଳୟକୁ ଯାଞ୍ଚ କରିଥିବା ସମୟରେଅନ୍ୟ ଏକ ଟିମ ଜୟଦେବ ବାଟିକାସ୍ଥିତ ବାସଭବନ ଉପରେ ଭିଜିଲାନ୍ସ ପକ୍ଷରୁ ତନଖି  କରାଯାଇ ଆବଶ୍ୟକୀୟ କାଗଜପତ୍ର ଆଦିକୁ ଜବତ କରାଯାଇଛି । ତେବେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀତ୍ରିପାଠୀଙ୍କୁ ଆଜି ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଯାଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତିଙ୍କ ସମ୍ମୁଖରେ ହାଜର କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି । ବାଲେଶ୍ୱର ଭିଜିଲାନ୍ସ ଏସପି ସନ୍ତୋଷ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ  ବାଲେଶ୍ୱର ଭିଜିଲାନ୍ସର ଆଡ଼ିସନାଲ ଏସପି ନିର୍ମଳ କୁମାର ମହାନ୍ତିଙ୍କ ନେତୃତ୍ୱ ଏବଂ ବାରିପଦା ଭିଜିଲାନ୍ସ ୟୁନିଟର ଡ଼ିଏସପି ଶରତ କୁମାର ମହାପାତ୍ର ଓ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନଙ୍କ ସହଯୋଗରେ ଆଜିର ଏହି ଯାଞ୍ଚ  କରାଯାଇଥିଲା ।  

0
0
0
s2sdefault